ଧର୍ମଶାଳାରେ ସାରା ଘୋଟଲା ଆରମ୍ଭ: ଚାଷପାଇଁ ଆସୁଥିବା ୟୁରିଆ ଓ ଆମୋନୋଆ ସାରକୁ ପଥର ମାଫିଆଙ୍କୁ ବିକ୍ରି କରୁଛନ୍ତି ଡିଲର;
ଧର୍ମଶାଳାରେ ସାରା ଘୋଟଲା ଆରମ୍ଭ: ଚାଷପାଇଁ ଆସୁଥିବା ୟୁରିଆ ଓ ଆମୋନୋଆ ସାରକୁ ପଥର ମାଫିଆଙ୍କୁ ବିକ୍ରି କରୁଛନ୍ତି ଡିଲର;
Manas Kumar Rout |
July 3, 2019 |

-
ପାହାଡ ଫଟାରେ ବ୍ୟବହୃତ ହେଉଛି ସାର,
-
ଉଜୁଡିବ ଚାଷୀଙ୍କ ଚାଷ, କରିବେ ଆତ୍ମହତ୍ୟ
ଧର୍ମଶାଳା ୩ ।୭(ସନ୍ଧାନ ନିୟୁଜ/ପ୍ରସାନ୍ତ ସାମଲ)ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅଧିନରେ ଥିବା ହଜାର ହଜାର ଏକର ଚାଷ ଜମିକୁ ସୁଜଳା ସୁଫଳା କରିବାପାଇଁ ସରକାର ଯୋଗଉ ଥିବା ସାର ଚାଷିଙ୍କ ପାଖରେ ପହଞ୍ଚôବା ପରିବର୍ତ୍ତେ ଅଧା ବାଟରୁ ପଥର ମାଫିଆଙ୍କ ପାଖରେ ପହଞ୍ଚô ଯାଉଥିବା ଜଣାଯାଇଛି । କୃଷି କ୍ଷେତ୍ରରେ ଅଧିକ ଅମଳ ପାଇଁ ସରକାର ଯୋଗାଉଥିବା ସାର ବେଆଇନ ଭାବରେ ପଥର ଫୁଟାଇବାରେ ବ୍ୟବହୃତ ହେଉଛି । ଏ ଅଂଚଳର କୃଷିକୁ ଧ୍ୱଂସ ମୁଖକୁ ଠେଲିଦେଇଥିବା କଳାପଥର କାରବାର ଏବେ ଚଷିଙ୍କ ପାଇଁ କାଳ ହୋଇଛି । ଧାନ ବିଲରେ ଧାନ ବଢି ଚାଖଣ୍ଡେ ହେଲାଣି । ଆବଶ୍ୟକ ପରିମାଣର ବର୍ଷ ହୋଇ ନଥିବା ବେଳେ ଯେଉଁ ଚାଷ ଜମିରେ ପାଣି ଜମିଛି ତାକୁ ସଅଳ ବିଇଡା ବେଉସଣ କରିବାକୁ ଏବେ ଚାଷି ପାଖରେ ସାର ନାହିଁ । ସାରର ଅଭାବି ବିକ୍ରୀ ହେଉଥିବାରୁ ୧୦ କିମି ଗଲେ ସାର ମିଳୁଛି ତାହା ପୁଣି ଚଢା ଦରରେ ଫଳରେ ଚାଷି ବସ୍ତାଏ କିଣିବାକୁ ଯାଇ ଅଧା ଧରି ଘରକୁ ଆସୁଛି । ଅପରପକ୍ଷେ ଚାଷ ପାଇଁ ଆସୁଥିବା ସାର କିନ୍ତୁ ବେଧଡକ ଭାବରେ ପାହାଡ ଫୁଟାଇବାରେ ବ୍ୟବହୃତ ହେଉଛି । ସରକାର ଆମୋନିଆ ସାର କେବଳ ଚାଷିମାନଙ୍କୁ ଯୋଗାଇବା ପାଇଁ ନିୟମ ଧାର୍ଯ୍ୟ କରିଥିବା ବେଳେ ମାଫିଆ ଫର୍ଜି ଚାଷୀଙ୍କ ଦସ୍ତଖତରେ ଟ୍ରିପ ଟ୍ରିପ ସାର ଉଠାଇ ଓାଗନ ବ୍ଲାଷ୍ଟିଂରେ ବ୍ୟବହାର କରୁଛନ୍ତି । ଆମୋନିଆ ସାର ବ୍ଲାଷ୍ଟିଂ ସମୟରେ ବ୍ୟବହାର କରିବା ଦ୍ୱାରା ଖାଦାନରୁ ଉତ୍ତୋଳନ ହେଉଥିବା ପଥର ବହୁ ପରିମାଣରେ ଓ ଛୋଟ ଆକାରରେ ହୋଇଥାଏ । ତେଣୁ ଏହି ସାରର ଚାହିଦା ଏହି ପାହାଡ ଅଂଚଳରେ ଯଥେଷ୍ଟ ଅଧିକ । ଏଠାରେ କଳା ଗ୍ରାନାଇଟ ପାହାଡ ସମଗ୍ର ଅଂଚଳକୁ ଘେରି ରହିଛି । ଏହି ପାହାଡ ମାନଙ୍କରେ ଶହଶହ ବେଆଇନ ବିନା ଲିଜ ଖାଦାନ ଚାଲିଛି । ପାହାଡ ଫଟାଇବାକୁ ବ୍ୟବହୃତ ହେଉଥିବା ଡିନାମାଇଟ ବିସ୍ଫରକ ସାମଗ୍ରୀ ପ୍ରଚୁର ମାତ୍ରାରେ ଚୋରାରେ ଆସି ଉକ୍ତ ପାହାଡ ମାନଙ୍କରେ ବ୍ଲାଷ୍ଟିଙ୍ଗ କରାଯାଇ ପାହାଡ ଫଟାଇ ଲକ୍ଷ ଲକ୍ଷ ମେଟ୍ରିକ ଟନ କଳାପଥର ବେଆଇନ କ୍ରସର ମାନଙ୍କୁ ଚୋରା ଚାଲାଣ କରାଯାଉଛି । ପାହାଡ ପର୍ବତରେ ଶକ୍ତିଶାଳି ବିସ୍ପୋରଣ ଫଳରେ ପାହାଡତଳି ଶହଶହ ଏକର ଚାଷ ଜମି ଏବେ ପଡିଆ ପଡିଛି । ଚାଷିଙ୍କ ପାଇଁ ଆସୁଥିବା ସବସିଡ ସାରକୁ ମୁନାଫାଖୋର ବିସ୍ପୋରକ ବ୍ୟବସାୟି ମାନେ ଚଢା ଦରରେ କଳାବଜାରି କରି ବିକ୍ରି କରୁଛନ୍ତି । ଏହି ଅବୈଧ କାରବାରରେ ଜେନାପୁର ଓ ଧର୍ମଶାଳାରେ ବିସ୍ପୋରକ ସାମଗ୍ରୀ ବିକ୍ରି ପାଇଁ ସରକାରୀ ସ୍ୱୀକୃତିପ୍ରାପ୍ତ ବ୍ୟବସାୟୀ ମାନେ ମୁଖ୍ୟତଃ ଦାୟୀ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ବ୍ୟବସୟୀ ମାନେ ପଥର ମାଫିଆ ମାନଙ୍କୁ ଡୋର ସର୍ଭିସ ଦେବାପାଇଁ ପ୍ରତିଯୋଗିତା ମୂଳକ ଭାବରେ ବେକାର ଯୁବକ ମାନଙ୍କୁ ବ୍ୟବହାର କରୁଥିବା ଜଣାଯାଏ । ସେମାନଙ୍କୁ ସ୍ୱଳ୍ପ ବେତନ ଦେଇ ଏକ ମେଟର ସାଇକେଲ ମାଧ୍ୟମରେ ଏହି ବିପଦପୁର୍ଣ୍ଣ ବିସ୍ପୋରକ ପଦାର୍ଥ ଓ ସାରକୁ ତାଙ୍କ ପାଖରେ ପହଞ୍ଚାଇବାରେ ଏମାନଙ୍କର ମୁଖ୍ୟ ଭୁମିକା ରହିଛି । ତଥ୍ୟ ଅନୁଯାଇ ଧର୍ମଶାଳାରେ ୩ଜଣ ବ୍ୟବସାୟୀଙ୍କୁ ବିସ୍ପୋରକ ବିକ୍ରି ପାଇଁ ଅନୁମତି ମିଳୀଥିବା ବେଳେ ସାର ବ୍ୟବସାୟ ପାଇଁ ୫ଜଣ ବ୍ୟବସାୟୀଙ୍କୁ ଅନୁମତି ପତ୍ର ମିଳିଛି ସେମାନଙ୍କ ମଧ୍ୟରୁ ପୁଷ୍ପଲତା ପରିଡା ଓ ଅରୁଣ କୁମାର ନାୟକ ଆଜକୁ ଏକ ବର୍ଷରୁ ଅଧିକ ଦିନ ଧରି କାରବାର ବନ୍ଦ କରିଦଇଥିବା ଜଣାପଡିଛି । ସାର ବ୍ୟବସାୟୀ ଓ ବିସ୍ପୋରକ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାରୁ ଚାଷିମାନେ ସାର ନପାଇ ବଳିପଡିଛନ୍ତି । ତଳୁ ଉପରସ୍ତର ପର୍ଯ୍ୟନ୍ତ ବଟି କାରବାର ମାଧ୍ୟମରେ ପଥର ମାଫିଆ ମାନେ ଚାଷିଙ୍କ ସାରକୁ ବେଆଇନ ପଥର ବେପାରରେ ନିର୍ବଘ୍ନରେ ବେଧଡକ ଭାବେ ଲଗାଇଛନ୍ତି । ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି, ପୋତୁଅ, ବାଘୁଆ, ମଉଳାଭଞ୍ଜ, ମାଳଗୋଡା, ଡଙ୍କାରୀ, ରାୟଗଡା, ରାହାଡପୁର, ନିଚନ୍ତା, ବାଜବାଟି, ଜାବରାଥଳି, ଆରୁହା,ବିଛାଖଣ୍ଡିର କିଛି ଅଂଶ ବାଘୁଆ ୨ ନଂ, ବଳରାମ କୁସୁନପୁର ରିଜର୍ଭ ଜଙ୍ଗଲ, ନିଶ୍ଚିତା, କୋହ୍ଲା, ଗୋଲାଗାଁ ପ୍ରଭୁତି ସ୍ଥାନରେ ଅନେକ ବେଆଇନ ଖାଦାନ ଚାଲିଛି । ପାହାଡ ମାନଙ୍କୁ ଆସୁଥିବା ବିପୁଳ ପରିମାଣର ସାର ଓ ମସଲା(ବିସ୍ପୋରକ) ସାମାଗ୍ରୀ କେଉଁଠୁ ଆସୁଛି ପ୍ରଶାସନ ତାର ତଦନ୍ତ କେବେ କରିଥିବା ଜଣା ଯାଏ ନାହିଁ । ଫଳରେ ଏହି ଡିନମାଇଟ ଓ ସାର କାରବାର ବିଛାଖଣ୍ଡି, ତାଳଜଙ୍ଗ, ବଲିସାହି, ଚଢେଇଧରା, ରାୟଗଡା, ଆରୁହା, ବାଜବାଟି, ପଭୁତି ସ୍ଥାନରେ କେତେକ ଅସାଧୁ ବ୍ୟବସାୟୀ ପୋଲିସର ଜ୍ଞାତସାରରେ ଓ ପ୍ରଶାସନର ହାତ ବାରିସି ସାଜି ସମସ୍ତ ବେଆଇନ ଖାଦାନ ମାନଙ୍କୁ ଚୋରାରେ ଚାଲାଣ କରୁଛନ୍ତି । ଜିଲା ପ୍ରସାସନ ପକ୍ଷରୁ ବିସ୍ପୋରକ ସାମଗ୍ରୀ ଓ ସାର ଗୋଦାମଗୁଡିକ ଉପରେ ନିୟମିତ ଭାବରେ ଚଢାଉ କରାଗଲେ ଅନେକ ଅନିୟମିତତାର ତଥ୍ୟ ପଦାକୁ ଆସିପାରନ୍ତା । ଚଳିତ ଋତୁରେ କୃଷି ଓ କୃଷକର କ୍ଷେତକୁ ସହଜରେ ଓ ଶସ୍ତାରେ ସାର ପାରିବା ସହ ବେଆଇନ କଳାପଥର ବ୍ଲାଷ୍ଟିଂକୁ ଅନେକାଂଶରେ ରୋକାଯାଇପାରନ୍ତା ବୋଲି ବୁଦ୍ଧିଜୀବି ମାନେ ମତଦିଅନ୍ତି । ଏକ୍ସପ୍ଲୋସନ ବିଭାଗ ମୁଖ୍ୟତଃ ଏହାର ତଦନ୍ତ କରିବା ସହ ଦୃଢ ପଦକ୍ଷେପ ନ ନେଲେ ଶହଶହ ଚାଷି ନିଜର ଜୀବିକା ହରାଇବାର ଆଶଂକାକୁ ଏଡାଇ ଦିଆଯାଇ ନପାରେ । ଏହି ବିଷୟରେ ଜୌନିକ ଧର୍ମଶାଳା କୃଷି ଅଧିକାରୀ କିଛି ନଜାଣିବା ପରି ନିଜର ଦାୟିତ୍ୱ ସାରୁ ଥିବା ବେଳେ ଡିଇଓ ମଧ୍ୟ ଏଣୁତେଣୁ କହି କଥା ଭୁଲାଇବାରେ ଲାଗିଛନ୍ତି । ଡିଇଓଙ୍କୁ ପଚାରିବାରୁ ସେ ଏଥିପାଇଁ ଆମର ଷ୍ଟାପ କର୍ମ ଅଛି ଏବଂ ଏହାର ସମ୍ପୁଣ୍ଣ ତଦରକ କରିବା ଧର୍ମଶାଳା କୃଷି ଅଧିକାରୀଙ୍କ କାର୍ଯ୍ୟ ବୋଲି ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ଧର୍ମଶାଳା କୃଷି ଅଧିକାରୀଙ୍କ କାର୍ଯ୍ୟଳୟରେ ଏବେ ମେସିନ ସବସିଡ ନାମରେ ଚାଷୀଙ୍କ ଠାରୁ ବହୁମୂଲ୍ୟରେ ମେସିନି ବିକ୍ରି କରୁଥିବା ଅଭିଯୋଗ ହେଉଛି । ଯେଉଁଠି ମେସନିର ବଜାର ମୂଲ୍ୟ ୫ଶହରୁ ୭ଶହ ଟଙ୍କା ରହିଥିବା ବେଳେ ଏହି କୃଷି ଅଫିସରେ ଏହାକୁ ୯୫୦ଟଙ୍କା କହି ପ୍ରତିଚାଷୀଙ୍କ ଠାରୁ ୧ହଜାର ଟଙ୍କା ନେଉଛନ୍ତି । ଏଥିପାଇଁ କୌଣସି ରସିଦ ମଧ୍ୟ ଦେଉନାହାନ୍ତି । ଏହାଭିତରେ ବଡଧରଣ ବେପାର ଚାଲିଥିବା ଅଭିଯୋଗ ହୋଇଛି । ଏହା ଉପରେ ଚାଷୀ ମାନେ କୃଷି ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବେ ବୋଲି କହିଛନ୍ତି ।
Related Posts
About The Author