ଯାଜପୁର,୨୧/୦୧ (ସନ୍ଧାନ ନିୟୁଜ) ବାସ୍ତବ ସେବା ନିକଟରେ କ୍ଷମତା ଓ ପ୍ରତିପତ୍ତି ମୂଲ୍ୟହୀନ । ସମାଜର ଅବହେଳିତ ଦଃୁଖୀ ଲୋକଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଏହି ଆହ୍ୱାନ ଦେଇଛନ୍ତି । ଗରୀବଙ୍କ ମଙ୍ଗଳ ପାଇଁ ଯୋଜନା କରିବାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ଦେଶରେ ଦୃଷ୍ଟାନ୍ତ । ଏହି ଯୋଜନାକୁ ନିଷ୍ଠାର ସହ ଗରୀବଙ୍କ ନିକଟରେ ପହଂଚାଇବା ପ୍ରତ୍ୟେକ ବିଜୁ ଜନତା ଦଳର କର୍ମିୀ, ଜନପ୍ରତିନିଧି ଓ ପ୍ରଶାସକଙ୍କ କାର୍ଯ୍ୟ । ହେଲେ ଏହାର କାର୍ଯ୍ୟକାରିତାରେ ଧର୍ମଶାଳାରେ ବିଭିନ୍ନ ସ୍ଥାନରେ ଚଂଚକତା ଦଃୁର୍ଭାଗ୍ୟଜନକ । କ୍ଷମତାସୀନ ନେତା ଓ ପ୍ରଶାସନର ମିଳିତ ସଲାସୁତରାରେ ଗରୀବ କଲ୍ୟାଣ ଯୋଜନାକୁ ବାଟବଣା କରାନଯାଉ । ଏଥିପାଇଁ ଜନଅସନ୍ତୋଷ ଏବେ ତିବ୍ର ହୋଇଛି ବୋଲି ବି.ଜେ.ଡି ନେତା ସତୀଶ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି । ଧର୍ମଶାଳାର ବିଭିନ୍ନ ସ୍ଥାନରେ ବୈଠକ କରି ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ନେଇ ସଚେତନତା ସୃଷ୍ଟି କରୁଥିବା ସତୀଶ ବିଶ୍ୱାଳ ମର୍ଯ୍ୟାଦାପୁର ଠାରେ କରିଥିବା ବୈଠକରେ କହିଥିଲେ ସମାଜର ଦଃୁସ୍ଥ ଓ ଅବହେଳିତ ବର୍ଗର ସ୍ୱାର୍ଥରକ୍ଷା ହେଉଛି ବାସ୍ତବ ରାଜନୀତି ଏବଂ ମୁଖ୍ୟମନ୍ତ୍ରୀ ଏଥିପ୍ରତି ସର୍ବଦା ଗୁରୁତ୍ୱ ଦେଇଛନ୍ତି । ହେଲେ ଧର୍ମଶାଳାରେ ବିକାଶ ନାମରେ ରାଜନୀତିର ବ୍ୟବସାୟୀକରଣ କରାଯାଇ ଦୀର୍ଘବର୍ଷ ହେଲା ନିର୍ଦ୍ଧିଷ୍ଟ ପରିବାରର ଆତ୍ମପ୍ରଚାର ଚାଲିଛି । ଏଭଳି ମୁଖ୍ୟମନ୍ତ୍ରୀଙ୍କ ନୀତି ବିରୋଧ କାର୍ଯ୍ୟ ସାଧାରଣ ଜନତା ଓ ଗରୀବଙ୍କ ଆକ୍ରୋଶର କାରଣ ହୋଇଛି । ପ୍ରତିଟି ଗାଁରେ ଗରୀବଙ୍କ ଯୋଜନାକୁ ଧନୀ ଲୋକେ ହଡପ କରିବା କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ଏବଂ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ । ଏଥିରେ ପୂର୍ବତନ ସରପଂଚ ଭଗବାନ ସାହୁ, ଲକ୍ଷ୍ମୀଧର ସାହୁ, ମଂଜୁଲତା ତରାଇ, ଜଳଧର ତରାଇ ପ୍ରମୁଖ ବହୁ ଜନସାଧାରଣ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତେବେ ସତୀଶଙ୍କ ବିଭିନ୍ନ ଗାଁରେ ଏଭଳି ବୈଠକ ଏବେ ରାଜନୈତିକ ମହଲରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି । ଗତ ସପ୍ତାହରେ ସାହାଣିଢିଅ ପଂଚାୟତରେ ଏଭଳି ଗରୀବ କଲ୍ୟାଣ ଯୋଜନା ବାଟବଣା ହେବା ନେଇ ବଡ ଧରଣର ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରଥମେ ପଂଚାୟତ କାର୍ଯ୍ୟାଳୟ ଭିତରେ ଥିବା ଗ୍ରାମସେବକଙ୍କୁ ଉତ୍ତେଜିତ ଲୋକ ଦୀର୍ଘ ୬ ଘଂଟା ତାଲା ପକାଇ ଅଟକ ରଖିଥିଲେ । ପରିସ୍ଥିତି ଅଣାୟତ ହେବାରୁ କୌଣସି ପ୍ରକାରେ ସ୍ଥାନୀୟ ସରପଂଚ ଡିଆଁ ମାରି ଘଟଣା ସ୍ଥଳରୁ ଖସି ପଳାଇଥିଲେ । ହେଲେ ଏହାପରେ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସରପଂଚଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ଥିଲା । ଏହାପରେ ଗତ ବିଧାନସଭା ନିର୍ବାଚନରେ ଟିକେଟ ଦୌଡରେ ଥିବା ଧର୍ମଶାଳାର ବିଧାୟକଙ୍କ ବିରୋଧୀ ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ଅଣାଯାଇ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପ୍ରାୟ ୧ ହଜାରରୁ ଉଦ୍ଧ୍ୱର୍ ମହିଳା ଓ ପୁୁରୁଷଙ୍କ ନେଇ ଏକ ଶୋଭାଯାତ୍ରା ପଂଚାୟତ ପରିକ୍ରମା କରିଥିଲେ । ଏଥିରେ ସ୍ଥାନୀୟ ସମିତିସଭ୍ୟ, ପୂର୍ବତନ ବି.ଜେ.ଡି ସଭାପତିଙ୍କ ସମେତ ବହୁ ଆଗୁଆ କର୍ମୀ ଯୋଗ ଦେଇଥିଲେ । ଏହି ଶୋଭାଯାତା୍ରରେ ବିଧାୟକ ଓ ସରପଂଚଙ୍କ ବିରୋଧରେ ସ୍ଳେଗାନ ଦିଆଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସତୀଶ ବିଶ୍ୱାଳଙ୍କ ଜିନ୍ଦାବାଦ ପକାଯାଇଥିଲା । ସତୀଶ ବିଶ୍ୱାଳଙ୍କ ଗାଁକୁ ଚାଲ ଅଭିଯାନ ବି.ଜେ.ଡି ପାଇଁ ସୃଷ୍ଟି ହୋଇଥିବା ଅସନ୍ତୋଷ ନେଇ ଡ୍ୟାମେଜ କଣ୍ଟ୍ରୋଲ ହୋଇଥିବା ବେଳେ ବିରୋଧୀ ଦଳ ଏଥିରୁ ବିଶେଷ ଫାଇଦା ହାସଲ ନକରିପାରିବା ନେଇ ରାଜନୈତିକ ମହଲରେ ଆଲୋଚନା ଜୋରଦାର ହୋଇଛି । ପ୍ରକାଶ ଥାଉ କି, ବିଭିନ୍ନ ପଂଚାୟତରେ ଶୀତ, କାକର, ଖରାରେ ବହୁ ଗରୀବ ଲୋକ ଭଙ୍ଗା କୁଡିଆରେ ପଶୁ ଭଳି ଜୀବନ ବିତାଉଥିବା ବେଳେ ସେମାନଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଉ ନାହିଁ । ଏଥିନେଇ ବହୁ ଗରୀବ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆସିଥିବା ନିଦେ୍ର୍ଦଶକୁ ୨୦୧୧ ଜନଗଣନାକୁ ଚଂଚକତା କରାଯାଇ କାର୍ଯ୍ୟାନୁଷ୍ଠାନକୁ ଚାପି ଦିଆଯାଉଛି ।
ଧର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାକୁ ବାଟବଣା କରାଯିବା ନେଇ ବଢୁଛି ଅସନ୍ତୋଷ
|
January 21, 2019 |