ଧର୍ମଶାଳାରେ ପ୍ରକୃତିକୁ ଧର୍ଷଣ କରିବାର ପରିଣତି ସରକାରଙ୍କ ପାଇଁ ଭୟଙ୍କର ହେବ: ଦାମୋଦର ରାଉତ

Spread the love

ଯାଜପୁର,୧୯/୨ (ସନ୍ଧାନ ନିଉଜ/ମାନସ ରାଉତ) ରାଜ୍ୟ ସରକାର ପ୍ରକୃତିକୁ ଧର୍ଷଣ କରି ଚାଲିଛନ୍ତି । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଡଙ୍କାରୀ ଏହାର ଏକ ଦୃଷ୍ଟାନ୍ତ । ଏହି ଧର୍ଷଣକୁ ବିରୋଧୀ ଦଳ ଭାବେ କଂଗ୍ରେସ ଓ ବି.ଜେ.ପି ଠିକଣା ବିରୋଧ ନକରି ନିଜର ନୈତିକ ଦାୟୀତ୍ୱ ନିର୍ବାହ କରି ନାହାନ୍ତି । ଏଥିପାଇଁ ସରକାରଙ୍କୁ ହୋଇଥିବା ୨୫ କୋଟିର ଜରିମାନା କୋର୍ଟର ପ୍ରାଥମିକ ନିଦେ୍ର୍ଦଶ । ସରକାର ଚୋରଙ୍କୁ ସୁରକ୍ଷା ଦେଉଥିବାରୁ ଆଗାମୀ ଦିନରେ ସରକାରଙ୍କୁ ଏହାର ଭୟଙ୍କର ପରିଣତିର ସମ୍ମୁଖୀନ ହେବାକୁ ପଡିବ ଏବଂ ସରକାର ଶବେ କୋଟି ଜରିମାନା ଦେବା ଭଳି ଅବସ୍ଥା ସୃଷ୍ଟି ହେବ ବୋଲି ବରିଷ୍ଠ ନେତା ଦାମୋଦର ରାଉତ ଚେତାବନୀ ଦେଇଛନ୍ତି ।
ଡଙ୍କାରୀର ମହାଲୁଟ, ବହୁକୋଟି ଟଙ୍କାର ରାଜସ୍ୱ ହାନି, ବେଆଇନ ବ୍ଲାଷ୍ଟିଂ ପାଇଁ ଭୂତଳ ଜଳ ପ୍ରଦୂଷିତ ହୋଇ ଲୋକେ ବିଭିନ୍ନ ରୋଗରେ ମୃତ୍ୟୁ ବରଣ କରିବା ପ୍ରତିବାଦରେ ଦୀର୍ଘଦିନ ହେବ ସ୍ୱର ଉଠାଇଥିବା ଦାମୋଦର ସେମବାର ଡଙ୍କାରୀରେ ପହଂଚିଥିଲେ । ଏଥିନେଇ ସମୁଦାୟ ଜିଲ୍ଲାରେ ବ୍ୟାପକ ଉସôାହ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ସଂଗଠନ ତରଫରୁ ସ୍ୱାଗତ ଜଣାଯାଇଥିଲା । ଡଙ୍କାରୀ ପାହାଡରେ ବୈଠକ କରି ଦାମୋଦର କହିଥିଲେ ଯେ, ଯାଜପୁରର ବି.ଜେ.ଡି ନେତା ସାଜିଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବିଭିନ୍ନ ସ୍ଥାନରୁ ଲୁଟ କରି ନବୀନ ପଟ୍ଟନାୟକଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି । ଏହି ଧାରାରେ ଡଙ୍କାରୀ ମହାଲୁଟର କୋଟି କୋଟି ଟଙ୍କାର ଅର୍ଥ ମଧ୍ୟ ଧର୍ମଶାଳା ବିଧାୟକଙ୍କ ଠାରୁ ଯାଜପୁର ବିଧାୟକ ନେଉଛନ୍ତି । ନବୀନବାବୁ ଚୋର ମାଉସୀ ସାଜିଛନ୍ତି । ଧର୍ମଶାଳା ଲୁଟର ଏକ ଗନ୍ତାଘର ହୋଇପଡିଛି । ଦୀର୍ଘଦିନ ତଳୁ ଏଠାରୁ ଲୁଟ ହୋଇଥିବା କଳାପଥର ପାଇଁ ପାହାଡ ଲିଜ ନେଇଥିବା ବ୍ୟକ୍ତିଙ୍କ ଉପରେ ୫୯ କୋଟି ଜରିମାନା ହୋଇଥିଲା । ହେଲେ ସରକାର ଗୋଟିଏ ଟଙ୍କା ଆଦାୟ କଲେନାହିଁ । ଓଲଟା ଲିଜ ନେଇଥିବା ବ୍ୟକ୍ତି ଏଥିନେଇ କୋର୍ଟରେ କାଉଂଟର କେସ କରି ସରକାରଙ୍କ ଜରିମାନାକୁ ଫାଙ୍କିଦେବାକୁ ସୁଯୋଗ ଦିଆଯାଇଛି । ଯଦି ପାହାଡ ଲୁଟେରା ଜରିମାନା ଟଙ୍କା ଦେଇ ନାହାନ୍ତି ତେବେ ସରକାର କାହିଁକି ପାହାଡ ଲୁଟେରାଙ୍କ ଦନ ସମ୍ପତିକୁ ନିଲାମ କରିବାକୁ ଉଦ୍ୟମ ନକରି କାହିଁକି ଚୁପ ରହିଛନ୍ତି? ରାଜ୍ୟର ସମ୍ପତ୍ତିକୁ ଲୁଟ କରିଥିବା ବ୍ୟକ୍ତିଙ୍କ ଧରିବା ରାଜଧର୍ମ ହୋଇଥିବା ବେଳେ ଏଠାରେ ସରକାର ନିଜେ ରାଜ୍ୟର ସମ୍ପତ୍ତି ଲୁଟ କରୁଛନ୍ତି ।


ଡଙ୍କାରୀ ଅଂଚଳରେ ବିଭିନ୍ନ କ୍ରସରରେ ଗଚ୍ଛିତ ଥିବା ମାଲକୁ ସରକାର ଆକଳନ କଲେ ହେଲେ ସିଜ କଲେନାହିଁ । ଏଠାରେ ଥିବା ପାହାଡ ପର୍ବତ ନିଦ୍ଧିଷ୍ଟ ମାଫଇଆ କିମ୍ବା କ୍ଷମତାସୀନ ନେତାଙ୍କର ନୁହେଁ । ଏହା ଏହି ଅଂଚଳର ଲୋକଙ୍କ ଏବଂ ରାଜ୍ୟର ସମ୍ପତ୍ତି । ହେଲେ ନିଦ୍ଧିଷ୍ଟ ଆଙ୍ଗୁଠି ଗଣତି ଲୋକ କ୍ଷମତାସୀନ ନେତାଙ୍କ ବାହୁଛାୟା ତଳେ ରହି ପ୍ରକୃତିକୁ ଧର୍ଷଣ କରିଚାଲିବାକୁ ଲୋକେ ଆଉ ବରଦାସ୍ତ କରିବେ ନାହିଁ । ଡଙ୍କାରୀ ପରି ପାହାଡର କରାଳ ରୂପ ନେଇ ବିରୋଧୀ ଦଳ ଭାବେ କଂଗ୍ରେସ ଓ ବି.ଜେ.ପି ଦଳ ଏଭଳି ଲୁଟ ପ୍ରସଙ୍ଗରେ ନୀରବ ରହିଛନ୍ତି । ରାଜ୍ୟର ଅନ୍ୟ ଦୁର୍ନିତି ପ୍ରସଙ୍ଗ ସହ ଡଙ୍କାରୀ ମହାଲୁଟ ନେଇ ବିଧାନସଭାରେ ସ୍ୱର ଉଠାଇ ବାଚସ୍ପତିଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ବିଧାନସଭା କିମଟି ଡଙ୍କାରୀ ପଠାଇବାକୁ ଦାବି କରିବାରୁ ଆକ୍ରୋଶର ଶୀକାର ହେଲି । ଦୁଇ ବିରୋଧୀ ଦଳର ଗୋଟିଏ ଲେଖା ପ୍ରତିନିଧି ଦଳ ଏବଂ ବାଚସ୍ପତିଙ୍କ ନେତୃତ୍ୱରେ ଏକ ବିଧାୟକ ଦଳ ଡଙ୍କାରୀରେ ପହଂଚି ପରିସ୍ଥିତିର ଅନୁଧ୍ୟାନ କରିବା ଆବଶ୍ୟକ ଥିଲା ବୋଲି କହିଥିଲେ । ଏଠାରେ ଚୋରୀ କରିବା ଲୋକ ସୁରକ୍ଷିତ ଏବଂ ଚୋରଙ୍କୁ ଯିଏ ଧରିବା କଥା କହିବ ସେ ଆକ୍ରୋଶର ଶୀକାର ହେବ ବୋଲି ଦାମ କହିଥିଲେ ।

Related Posts

About The Author

Add Comment