ଯାଜପୁର,୨୧ /୩ (ସନ୍ଧାନ ନିଉଜ/ମାନସ ରାଉତ) ଦିନକୁ ଦିନ ସାରା ରାଜ୍ୟରେ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବ ମଧ୍ୟ ବିକାଶର ପ୍ରୟୋଗସାଳା କୁହାଯାଉଥିବା ଧର୍ମଶାଳାରେ ଦେଖିବାକୁ ମିଳୁଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ଜନମତକୁ ପ୍ରଭାବିତ କରିବା ପାଇଁ ରାଜନୈତିକ ଦଳମାନଙ୍କ ମଧ୍ୟରେ ସେତିକି ବଳ କଷାକଷି ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ବିଜୁ ଜନତା ଦଳ ସରକାରଙ୍କ ସଫଳତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ଜନମତକୁ ନିଜ ସପକ୍ଷରେ ନେବା ପାଇାଁ ଚେଷ୍ଟା ଚଳାଇଥିବା ବେଳେ ବିରୋଧି ନିର୍ବାଚନ ମଣ୍ଡଳି ସ୍ଥରୀୟ ହୋଇଥିବା ଦୁର୍ନୀତିକୁ ଅସ୍ତ୍ର କରୁଛି । ଏହି ନିର୍ବାଚନ ମଣ୍ଡଳିରେ କେବଳ ଗମନାଗମନର ମାଧ୍ୟମକୁ ଛାଡିଦେଲେ ଲୋକମାନଙ୍କର ମୌଳିକ ସମସ୍ୟକୁ ଅଣଦେଖା କରାଯାଇଥିବା ବିରୋଧି ଅଭିଯୋଗ କରିଛନ୍ତି । ଏହି ମିର୍ବାଚନ ମଣ୍ଡଳୀରେ ଖଣି ଲୁଟ ସରକାରୀ ଦଳ ପାଇଁ ମହଙ୍ଗା ସବ୍ୟସ୍ତ ହେବାକୁ ଯାଉଥିବା ବେଳେ ଠିକାଦାରଙ୍କ ସହ ରାଜନୈତିକ ସମ୍ପୃକ୍ତି ଓ ତାଳୁରୁ ତଳିପା ଯାଏ ହୋଇଥିବା ଦୁର୍ନୀତି ବିରୋଧିଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ହୋଇଛି । ବିଶେଷ କରି ବିଧାୟକଙ୍କ କୋଟାରୀ ପଲିସି ନିଜ ଦଳ ମଧ୍ୟରେ ଅସନ୍ତୋଷର କାରଣ ସାଜିଛି । ୨୦୧୪ ନିର୍ବାଚନ ପରେ ଏହି ନିର୍ବାଚନ ମଣ୍ଡଳିରେ ଦୁର୍ନୀତି ଚରମ ସୀମାରେ ପହଞ୍ଚôଥିବା ବିରୋଧି ଅଭିଯୋଗ କରିବା ସହ ବିଧାୟକଙ୍କୁ କାଠଗଡାକୁ ଟାଣୁଛନ୍ତିି । ୯୦ମସିହାପରେ ଅଣକଂଗ୍ରେସ ଗଡ ଭାବରେ ପରିଚିତ ଧର୍ମଶାଳାରୁ ଗୁରୁଚରଣ ଟିକାୟତ ଜନତା ଦଳରୁ ପାର୍ଥୀ ହୋଇ ବିଜୟ ଲାଭ କରିବା ସହ ଅଣକଂଗ୍ରେସର ମୁଳଦୁଆ ପକାଇଥିଲେ ।୧୯୯୫ନିର୍ବାଚନରେ କଳ୍ପତରୁ ଦାସ ଜନତାଦଳରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ । ବିଜେଡି ଗଠନରେ ବଳିଷ୍ଟ ଭୁମିକା ନିଭାଇଥିବାରୁ କଳ୍ପତରୁ ଜଣେ ପ୍ରବାବଶାଳି ନେତା ଭାବରେ ପରିଚିତ ଥିଲେ ।
୨୦୦୦ରୁ ୨୦୧୪ ମଧ୍ୟରେ ସେ ପଂଚାୟତରାଜ ଓ ସଂସଦିୟ ବ୍ୟାପାର ମନ୍ତ୍ରୀ ଭାବରେ କାର୍ଯ୍ୟକରି ଧର୍ମଶାଳାର ବହୁ ଉନ୍ନୟନ ମୁଳକ କାର୍ଯ୍ୟ କରିଥିଲେ । ସେହି ସମୟରେ ଦଳ ବିଭିନ୍ନ ଦୁର୍ନୀତି ସହ ଯୋଡିହୋଇ ଯାଇଥିଲା । ଅସନ୍ତୁଷ୍ଟଙ୍କୁ ଦଳରୁ ବହିଷ୍କାର କରି କଂଗ୍ରେସ ଦଳର କର୍ମୀମାନଙ୍କୁ ଦଳରେ ମିଶାଇ ଓ କଂଗ୍ରେସର ଅନ୍ତକନ୍ଦଳର ଫାଇଦା ଉଠାଇବାରେ ସେ ଥିଲେ ସିଦ୍ଧହସ୍ତ । ୨୦୧୪ରେ ସେ ନିଜେ ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନନେଇ ପୁଅ ପ୍ରଣବପ୍ରକାଶ ବଳବନ୍ତରାୟଙ୍କ ରାଜନୈତିକ କ୍ୟାରିୟର ପାଇଁ ରାସ୍ତା ସଫା କରିଦେଇ ରାଜ୍ୟସଭାକୁ ପରୋକ୍ଷଭାବେ ନିର୍ବାଚିତ ହୋଇଥିଲେ । ବିଜେଡି ଟିକଟରେ ଲଢି ପ୍ରଣବ ପ୍ରକାଶ ବଳବନ୍ତରାୟ କଂଗ୍ରେସର ଶ୍ରୀନାଥ ମିଶ୍ରଙ୍କୁ ୮୫,୭୮୬ଭୋଟ ବ୍ୟବଧାନରେ ହରାଇ ବିଧାନସଭାକୁ ପ୍ରବେଶ କରିଥିଲେ । ଏହା କଳ୍ପତରୁ ଦାସଙ୍କ ରାଜନୈତିକ ଗୋଟି ଚାଳନା ପାଇଁ ସମ୍ଭବ ହୋଇପାରିଥିଲା । ଏବେ କିନ୍ତୁ ପରିସ୍ଥିତି ଭିନ୍ନ । ପଂଚାୟତ ନିର୍ବାଚନରେ ଦଳର ଭୋଟ ବ୍ୟବଧାନ ହ୍ରାସହୋଇଛି । କଂଗ୍ରେସକୁ ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ଦୁର୍ବଳ କରିବାରେ ତାଙ୍କର ବିଶେଷ ଭୁମିକା ରହିଥିଲା । ନୂଆ ପୁରୁଣା ବିବାଦରେ ଦଳ ଏବେ ଛନ୍ଦି ହୋଇଯାଇଛି । ପୁର୍ବରୁ ଦଳ ସହ ଯୋଡି ହୋଇ ରହିଥିବା ପୁରୁଖା ନେତା ମାନେ ଏବେ କୋଣଠେଶା ହୋଇଯାଇଛନ୍ତି । ପଞ୍ଚାୟତ ନିର୍ବାଚନରେ ଦଳର ପୁରୁଖା ନେତାମାନେ ସମିତି ଅଧ୍ୟକ୍ଷ ପଦପାଇଁ ଲବି କରିବାରୁ ଅସନ୍ତୋଷକୁ ପ୍ରତିହତ କରିବାକୁ ନିଜ ଭାଇ ଙ୍କୁ ଅଧ୍ୟକ୍ଷ ପଦରେ ବସାଇଥିବା ଆଲୋଚନା ହେଉଛି । ଅସନ୍ତୁଷ୍ଟ ମୁଁହ ବନ୍ଦ କରିବାକୁ କରାଯାଇଥିବା ଏହି ଯୋଜନା ଏବେ ପରିବାରବାଦର ଆଖ୍ୟା ନେଇ କାଳ ହୋଇଛି । ଯୁବ ବିଧାୟକଙ୍କ ଯୁବ ବେପାରି କାର୍ଯ୍ୟକର୍ତ୍ତାଙ୍କ ସହ ସମ୍ପର୍କ ପାଇଁ ବରିଷ୍ଟ ମାନେ ଏବେ ଅସନ୍ତୁଷ୍ଟ । ଏହା ସହ ଜିତୁଙ୍କ ପାଇଁ କାଳ ହୋଇଛି ଘଙ୍ଗାପାଟଣା ଜଙ୍ଗଲ ଜନି ବିବାଦ,ଗୋକର୍ଣ୍ଣେଶ୍ୱର ଟ୍ରଷ୍ଟ ନାମରେ ଜଙ୍ଗଲ ଜମି ହଡପ,ଡଙ୍କାରୀ ଲଘୁଖଣି ଜାତ ଦ୍ରବ୍ୟ କେଳେଙ୍କାରି,ସିବିଆଇ,ଇଡି,ରାମକୋ ସିମେଣ୍ଟ,ହରିଦାସପୁର ସ୍ଟକୟାର୍ଡ ଆଦି ଅନେକ ଦୁର୍ନୀତି ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବାରୁ ତାକୁନେଇ ବିରୋଧି ବେଶଉସôାହତି ଅଛନ୍ତି । ବିଧାୟକଙ୍କ ରଣ କୌଶଳ ସମ୍ବନ୍ଧରେ ଜାଣିବାକୁ ଚାହିଁ ଥିଲେ ମଧ୍ୟ ସମ୍ଭବପର ହୋଇନଥିଲା ।
ବିଜେଡି ଦଳରୁ ଅନ୍ୟତମ ଟିକେଟ ଦାବିଦାର ଶତିସ ବିଶ୍ୱାଳ ନିଜକୁ ବିଜୁ ଅନୁଗତ ଭାବରେ ଉପସ୍ଥାପିତ କରିବା ସହ ବିଜୁ ଜନତାଦଳ ପ୍ରତି ତାଙ୍କର ଆନୁଗତ୍ୟ ପାଇଁ ସେ ମଧ୍ୟ ଟିକେଟ ପାଇଁ ଆଶାଇ ଅଛନ୍ତି । ଦଳର ବହୁ ପୁରୁଣା ଚେହେରା,ତଥା ପୁର୍ବତନ ବିଧାୟକ ରବି ଲାବନ୍ୟ ଏଥର ବିଧାୟକଙ୍କ ବିକଳ୍ପ ଭାବେ ଦଳରୁ ଟିକେଟ ଆଶାଇ ଅଛନ୍ତି ତାଙ୍କର ଯୁକ୍ତି ସେ ସେ ୧୯୭୭ ରେ ବାଙ୍କ ବିହାରି ଦାସଙ୍କୁ ହରାଇ ଅଣ କଂଘ୍ରେସର ମୁଳଦୁଆ ପକାଇଥିଲେ । ବିଜୁ ବାବୁଙ୍କର ବହୁ ପୁରୁଣା ସହେଯାଗି ହିସାବରେ ଆନ୍ନା କମିସନ କେସରେ ଆସାମୀ ରହି୍ୟଥବା ବେଳେ ତାଙ୍କ ଆୟକର ମକୋଦମାର ମୂଖ୍ୟ ସାଖି ରହିଥିଲେ । ଛାତ୍ର ଜିବନରୁ ସେ ବିଜୁ ବାବୁଙ୍କ ପରିବାର ସହ ରହିଆସିଛନ୍ତି । ତେଣୁ ତାଙ୍କୁ ପାର୍ଥୀ କରିବାକୁ ତାଙ୍କର ସମର୍ଥକ ମାନେ ନବିନ ନିବାସରେ ଦାବି କରିଥିବା କହିଥେôଲ । କୌଣସି ପରିସ୍ଥିତିରେ ସେ ଦଳ ବିରୋଧି କାମ କରିନାହାନ୍ତି । ତେଣୁ ତାଙ୍କୁ ଟିକେଟ ମିଳିଲେ ସେ ଦଳକୁ ଜିତାଇ ପାରିବେ ।
ଅପରପକ୍ଷେ ଗତ ପଂଚାୟତ ନିର୍ବାଚନରେ ଆଶାତିତ ସଫଳତା ପାଇଥିବା ବିଜେପି ବିଜେଡିକୁ କଡା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି । ବାଲାକୋଟ ଆକ୍ରମଣ ପରେ ସାରା ଦେଶରେ ମୋଦି ଲହର ଥିବାରୁ ଓଡିଶାରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତଙ୍କର ଆଶା ରହିଛି । ତେବେ ଦଳରେ ଥିବା ଅନେକ ଆଶାୟୀ ପାର୍ଥୀ ଏବେ ଦଳପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି । ଦୁଇ ଦୁଇ ଥର ନିର୍ବାଚନରେ ପରାସ୍ତ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣି ସଦଶ୍ୟ ରମେଶ ଚନ୍ଦ୍ର ପରିଡା ଏଥର ଟିକେଟ ମିଳିଲେ ସମସ୍ତଙ୍କୁ ସାଥିରେ ନେଇ ମଇଦାନକୁ ଜିବେ ବୋଲି କହିଛନ୍ତି । ପରିବାରବାଦ ରାଜନିତିର ଫାଇଦା ଦଳ ଏଥର ନିଶ୍ଚୟ ପାଇବ ବୋଲି ତାଙ୍କର ମତ । ଦୀର୍ଘ ୧୫ ବର୍ଷର ଦୁର୍ନୀତିର ଏଥର ଅନ୍ତ ଘଟିବ ବୋଲି ସେ ଦୃଢତାର ସହ କହିଛନ୍ତି । ସେହିପରି ସୁରେନ୍ଦ୍ର ପଣ୍ଡା,ସର୍ବେଶ୍ୱର ବେହୁରା ,ପବିତ୍ର ମୋହନ ଦାସ,କାହ୍ନୁ ଚରଣ ଦାସ ପ୍ରମୁଖ ଟିକେଟ ଦାବିଦାର ଥିବା ଜଣାଯାଇଛି । ସର୍ବେଶ୍ୱର ବେହୁରା ଜଣେ ଦକ୍ଷ ଓ ସଂଗ୍ରାମୀ ବୋଲି ନିଜର ପରିଛୟ ଦେଇ ସରିଛନ୍ତି । ଡଙ୍କାରୀ ଖଣି ଲୁଟ କୁ ନେଇ ସେ ଏନଜିଟିରେ ପହଞ୍ଚାଇଥିବାରୁ ତାଙ୍କ ପ୍ରତି କେତେକାଂଶରେ ଜନ ସମର୍ଥନ ରହିଛି । ଅଣ କଂଗ୍ରେସ ଗଡରେ କଂଗ୍ରେସ କିନ୍ତୁ ଆଶା ହରାଇନାହିଁ ।
ଦୀର୍ଘ ଦିନର ବ୍ୟବଧାନ ପରେ କଂଘ୍ରେସ ଦଳ ନିଜ ଘର ସଜାଡିବାକୁ ଲାଗି ପଡିଛି । ପୁରୁଣା ବିବାଦକୁ ଭୁଲି ସମସ୍ତେ ଏକାଠି ଦଳପାଇଁ କମ କରିବେ ବୋଲି ଆଶା ବାନ୍ଧିଛନ୍ତି । ଏହାରି ଭିତରେ ଦଳର ଦୁଇ ନୂଆ ଚେହେରା ଏବେ ଟିକେଟ ଲବିରେ ସର୍ବାଗ୍ରେ ରହିଥିବା ଜଣାଯାଇଛି । ପୁରୁଣା ମୁହଁକୁ ବାଦ ଦେଇ ନୁଆ ଚେହେରା ଭାବେଶ୍ରୀକାନ୍ତ ସାହୁ, ସ୍ମୃତିରେଖା ପହି ଓ କିଷାନ ପଣ୍ଡାଙ୍କ ନା ଏବେ ଚର୍ଚ୍ଚାରେ ରହିଛି । ଏ ଦୁଇ ଜଣଙ୍କ ମଧ୍ୟରୁ ଜିଏବି ଟିକେଟ ପାଇଲେବି ଦଳର ପୁରୁଖା ନେତା ମାନେ ଅସହେଯାଗ କଲେ ଏମାନଙ୍କ ପାଇଁ ରାସ୍ତା ଏତେ ସହଜ ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ତେବେ ସ୍ମୃତିରେଖା କହନ୍ତି ବିଜେଡି ଏଠାରେ ଯେଉଁ ଦୁର୍ନୀତି କରିଛି ସେ ଦୁର୍ନୀତିର ମୁଳୋତ୍ପାଟନ କରିବାକୁ ବଦ୍ଧ ପରିକର । ତାଙ୍କୁ ଟିକେଟ ମିଳିଲେ ସେ ତାହାକରି ଦେଖାଇବେ । ତେବେ ସାଙ୍ଗଠନିକ ଦୃଷ୍ଟିକୋଣରୁ ବିଜେଡି ଏହି ନିର୍ବାଚନ ମଣ୍ଡଳିରେ ଆଗରେ ରହିଥିଲେ ମଧ୍ୟ ଦୁର୍ନିତି ଓ ପରିବାରବାଦ ରାଜନିତିକୁ ଅସ୍ତ୍ରକରି ବିରୋଧି ଏଠାରେ ବାଜିମାତ କରିବେ ବୋଲି ଆଶା ବାନ୍ଧିଛନ୍ତି ।



