ଧର୍ମଶାଳାରେ ଦ୍ୱିତୀୟ ବ୍ଲକ ଗଠନ ପାଇଁ ତୃତୀୟ ବୈଠକ ଶେଷ,

Spread the love

ଜେନାପୁର,୧୯/୦୧,( ସନ୍ଧାନ ନ୍ୟୁ ଜ୍); ରବିବାର ଅପରାହ୍ନରେ ଜେନାପୁର ଥାନା ଅନ୍ତର୍ଗତ ଅଠର ଗୋଟି ପଞ୍ଚାୟତକୁ ନେଇ ଏକ ବ୍ଲକ ଗଠନ କରିବାପାଇଁ ବିଭିନ୍ନ ପଞ୍ଚାୟତର ବୁଦ୍ଧିଜୀବୀ ଜନ ପ୍ରତିନିଧି ସମାଜ ସେବୀ ସାମ୍ବାଦିକ ସଂଗଠନକୁ ନେଇ ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ଜେନାପୁର ପଞ୍ଚାୟତ ଅଧିନସ୍ଥ ଜେନାପୁର ଡାକବଙ୍ଗଳା ପରିସରରେ ୧୧ ଓ ୧୨ ନମ୍ବର ଜୋନ୍ ର ବିଭିନ୍ନ ପଞ୍ଚାୟତକୁ ନେଇ ଦୀର୍ଘଦିନ ଧରି ଦାବୀ ହୋଇଆସୁଥିବା ବ୍ଲକ୍ ପୁନର୍ଗଠନ ପ୍ରକିୟାକୁ ସକ୍ରିୟ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜେନାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ୍ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ପ୍ରସ୍ତାବ ବିଷୟ ଗୁଡିକ ଉପରେ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ଜେନାପୁର ଅଞ୍ଚଳର ବିଶିଷ୍ଠ ବୁଦ୍ଧିଜୀବୀ ସ୍ୱର୍ଗତଃ ମୂରଲୀଧର ପାତ୍ରଙ୍କ ଆତ୍ମାର ସଦଗତି ପାଇଁ ୨ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ଜନସାଧାରଣଙ୍କ ସୁବିଧା ପାଇଁ ଧର୍ମଶାଳା ବ୍ଲକ୍ ଅଧିନସ୍ଥ ଏଗାର ଓ ବାର ନମ୍ୱର୍ ଜୋନ୍ ଅଞ୍ଚଳରେ ଏକ ନୂତନ ବ୍ଲକ୍ ପ୍ରତିଷ୍ଠା ପାଇଁ ସରକାରଙ୍କୁ ଦାବି ଜଣାଇବା ପାଇଁ ବିଶଦ ଆଲୋଚନା ହୋଇଥିଲା। ୨୦୧୨ ମସିହାର ଏକ ଜନସ୍ବାର୍ଥ ମାମଲାର ବିଚାର କରି ସ୍ଥାନୀୟ ଅଞ୍ଚଳରେ ଏକ ବ୍ଲକ୍ ପ୍ରତିଷ୍ଠା ପାଇଁ ରହିଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ମତ ପ୍ରକାଶ ପାଇଥିଲା। ଏହା ବାଦ୍ ୧୧/୧୨ ଜୋନ୍ ର ବିଭିନ୍ନ ପଞ୍ଚାୟତ ଗୁଡ଼ିକ ପାଇଁ ଯାତାୟତ ଦୃଷ୍ଟିରୁ ଏକ ସୁବିଧା ଜନକ ଜାଗା ହୋଇ ଥିବାରୁ ଏବଂ ଭିତ୍ତିଭୂମି, ଐତିହାସିକ, ସାମାଜିକ, ସାଂସ୍କୃତିକ ଦୃଷ୍ଟିରୁ ଏକ ଅନୁକୂଳ ସ୍ଥାନ ହୋଇଥିବାରୁ ଏହି ସ୍ଥାନରେ ବ୍ଲକ୍ ଗଠନ ହେଲେ ସମସ୍ତ ଜନସାଧାରଣଙ୍କ ପାଇଁ ସୁବିଧା ହୋଇପାରିବ ବୋଲି ଆଲୋଚନା ହୋଇଥିଲା। ଆଗାମୀ ଦିନରେ ବିଭିନ୍ନ କମିଟି ଗଠନ ହୋଇ ବିଭିନ୍ନ ଅଧିକାରୀଙ୍କୁ ପତ୍ର ଲେଖି ଏହି ଯଥାର୍ଥ ଦାବୀ ବିଷୟରେ ଅବଗତ କରିବା ପାଇଁ ନିଷ୍ପତି ହୋଇଥିଲା। ଏହି ବୈଠକରେ ଅଞ୍ଚଳର ବହୁ ଜନସାଧାରଣ ଓ ବୃଦ୍ଧିଜୀବୀ ଉପସ୍ଥିତ

Related Posts

About The Author

Add Comment