ଯାଜପୁର,୨୯/୦୮ (ନି.ପ୍ର) ଧର୍ମଶାଳା ବ୍ଳକର ମଧୁପୁରଗଡ ପଂଚାୟତର ମଧୁପୁରଗଡ ଗ୍ରାମର ଜଣେ ନିହାତି ଗରୀବ ପରିବାରକୁ ଆବାସ ଯୋଜନାରୁ ଦୀର୍ଘବର୍ଷ ହେବ ବଂଚିତ କରାଯାଇଛି । ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ ପରେ ବି ତଦନ୍ତ କରା ନଯାଇ ଅଭିଯୋଗକୁ ଚାପି ଦିଆଯାଇ ଥିଲା । ତେବେ ଏଥିନେଇ ପୁନଶ୍ଚ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ଯାଜପୁର ଜଲ୍ଲାର ଏକ ପ୍ରଶାସନିକ ଦଳ ମଧୁପୁରଗଡରେ ପହଂଚି ଘଟଣାର ତଦନ୍ତ କରି ଗୁରୁବାର ଫେରିଛନ୍ତି ।
ଖବରରୁ ପ୍ରକାଶ, ମଧୁପୁରଗଡ ଗ୍ରାମର ଶ୍ରୀ ମାୟାଧର ସାହୁଙ୍କ ପତ୍ନୀ ଅଞ୍ଜନା ଗତ ତା୨୪.୧୦.୧୭ ରିଖରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆବାସ ଯୋଜନାରେ ଗୃହ ପାଉ ନଥିବା ନେଇ ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହୋଇଥିବା ତଦନ୍ତ ନିଦେ୍ର୍ଦଶ ଅନୁସାରେ , ଅଞ୍ଜନାଙ୍କୁ କୌଣସି ପ୍ରକାର ସୂଚନା ଦିଆ ନଯାଇ ତାଙ୍କର ନାମ ଆବାସ ଯୋଜନା ପାଇଁ ପ୍ରସ୍ତୁତ ହୋଇଥିବା ପ୍ରାୟୋରିଟ ଲିଷ୍ଟରେ ନଥିବାରୁ ଆବାସ ଯୋଜନାରେ ଗୃହ ପ୍ରଦାନ ସମ୍ବବ ନୁହେଁ ବୋଲି ଉଚ୍ଚ କର୍ତ୍ତୁପକ୍ଷଙ୍କୁ ରିପୋର୍ଟ କରାଗଲା । ୨୦୧୧ ସାମାଜିକ ଅର୍ଥନୈତିକ ଜାତିଗତ ଜନଗଣନା ଅନୁସାରେ ଅଞ୍ଜନାଙ୍କ ପରିବାର ଗାଁର ସବୁଠାରୁ ଗରୀବ ଲୋକ ହୋଇଥିବାର ଅଧିକାରରେ ଜଣାପଡିଥିଲା । ଏହି ତାଲିକାରୁ ପ୍ରାୟୋରିଟ ଲିଷ୍ଟ ପ୍ରସ୍ତୁତ ହେଉଥିବା ବେଳେ କିପରି ଅଞ୍ଜନାଙ୍କ ପରିବାର ଆବାସ ଯୋଜନାରୁ ବାଦ ପଡିଲେ ବୋଲି ପୁନଶ୍ଚ ଗତ ତା୦୪.୦୫.୧୯ ରିଖରେ ଆଉ ଏକ ଅଭିଯୋଗ କରାଯାଇଥିଲା । ଏଥିନେଇ ଆସିଥିବା ତଦନ୍ତ ନିଦେ୍ର୍ଦଶକୁ ଧର୍ମଶାଳା ବ୍ଲକରେ ଚାପି ଦିଆଯିବାରୁ ପୁନଶ୍ଚ ସ୍ଥାନୀୟ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବି.ଜେ.ଡି ଯୁବନେତା ସତିଶ ବିଶ୍ୱାଳ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗତ ତା୨.୮.୧୯ ଏବଂ ମୁଖ୍ୟ ଶଶସନ ସଚିବଙ୍କ ନିକଟରେ ତା୩.୮.୧୯ ରିଖରେ ଅଭିଯୋଗ କରିବା ସହ ଗରୀବଙ୍କ ଆବାସ ଯୋଜନାରେ ହୋଇଥିବା ମହାଦୁର୍ନିତି ନେଇ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରି ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ସାକ୍ଷାର କରି ଦାବି ଜଣାଇଥିଲେ । ସେ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଥେôଲ ଯେ, ଏସ.ଇ.ସି.ସି ଫାଇନାଲ ଲିଷ୍ଟ ତାଲିକା-୨୦୧୧ ଅନୁସାରେ ଅଞ୍ଜନାଙ୍କ ପରିବାର କ୍ରମିକ ସଂଖ୍ୟା-୦୧୦୫ । ଏହି ତାଲିକା ଅନୁସାରେ ତାଙ୍କର ସ୍ତ୍ରୀ ଅଞ୍ଜନା ଘରକାମ କରୁଥିବା ବେଳେ ଝିଅ ରଶ୍ମିତା ଓ ପୁଅ ନୀରକ୍ଷର ଏବଂ ବାପା ଉପରେ ନିର୍ଭରଶୀଳ । ଏହି ତାଲିକାର ଭାଗ-୧ର ବାସସ୍ଥାନ ଓ କୋଠରୀ (ଗୁଡିକ)ର କାନ୍ଥର ପ୍ରମୁଖ ସାମଗ୍ରୀ ନେଇ ତାଙ୍କୁ ୧ ନଂବର ମିଳିଥିବା ବେଳେ ବାସସ୍ଥାନ କୋଠରୀ (ଗୁଡିକ)ର ଛାତର ପ୍ରମୁଖ ସାମଗ୍ରୀ ନେଇ- ୧ ନଂବର ପଡିଛି । ଦଖଲରେ ଥିବା ବାସଉପଯୋଗୀ କୋଠରୀର ସଂଖ୍ୟା ନେଇ ମଧ୍ୟ ୧ ନଂବର ପଡିଛି । ଅର୍ଥାତ ଗୋଟିଏ ବଖରା ଚାଳ ଛପର ଭଙ୍ଗା ମାଟି ଘର ଥିବାରୁ ତାଲିକାରେ ଏହି ନଂବର ପଡିଛି ।
ଏହି ତାଲିକାରେ ଭାଗ-୩ ଅନୁସାରେ ନିଯୁକ୍ତି ଓ ଆୟର ବିବରଣୀରେ ପରିବାରର କୌଣସି ସଦସ୍ୟ ଦରମା ଭିତିକ ଚାକରୀରେ ନଥିବା ବେଳେ ୫୦୦୦ ଟଙ୍କାରୁ କମ ମାସିକ ଆୟ ଉଲ୍ଲେଖ ରହିଛି । ଭାଗ-୪, ଭାଗ-୫ ସଂପତି ତାଲିକାରେ ସବୁକିଛିରେ ନାହିଁ ଉଲ୍ଲେଖ ରହିଛି । ଅର୍ଥାତ କୌଣସି ସଂପତି ନାହିଁ କିମ୍ବା ଜମିବାଡି ନାହିଁ ।
ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟ ଅନୁସାରେ ଅଞ୍ଜନାଙ୍କ ପରିବାର ଗାଁର ସବୁଠାରୁ ଗରୀବ । ରାସନକାର୍ଡ ଅନୁସାରେ ସରକାର ସ୍ଥିର କରିଥିବା ଏହି ପରିବାରର କୌଣସି ସଦସ୍ୟଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ କିମ୍ବା କୌଣସି ଯୋଜନାରେ ଗୃହ ମିଳିନାହିଁ । ବାସ୍ତବରେ ଏବେ ମଧ୍ୟ ଯେ କୌଣସି ସରକାରୀ ବ୍ୟବସ୍ଥା ଦ୍ୱାରା ତଦନ୍ତ କରାଗଲେ, ସେ ଗାଁର ସବୁଠାରୁ ଅଧିକ ଗରୀବ ବୋଲି ପ୍ରମାଣିତ ହେବ । ଅତ୍ୟନ୍ତ ଦୟନୀୟ ଭାବେ ଭଙ୍ଗା ଚାଳ ଘରେ ଜୀବନ ବିତୁଛି ।
ଏହାପରେ ତାଙ୍କ ଗାଁରେ ୫୦ରୁ ଉଦ୍ଧ୍ୱର୍ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇଥିବା ବେଳେ ଗୋଟିଏ ଗୋଟିଏ ପରିବାରରେ ଦୁଇ ତିନୋଟି ଗୃହ ଆବାସ ଯୋଜନାରେ ଗୃହ ପାଇଛନ୍ତି । ସେ ଏଥିନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇବାକୁ ନିବେଦନ କରିବା ଆକ୍ରୋଶରେ ତାଙ୍କୁ ଗୃହ ପ୍ରଦାନ କରାଯାଉ ନାହିଁ । ଏସ.ଇ.ସି.ସି ତାଲିକାକୁ ଚଂଚକତା କରାଯାଇ ଥିଲାବାଲା ଲୋକଙ୍କୁ ଗୃହ ପ୍ରଦାନ କରାଯାଉଛି । ଯଦି ବାସ୍ତବରେ ସରକାରୀ ନିୟମ ଅନୁସାରେ ଏସ.ଇ.ସି.ସି ତାଲିକାକୁ ଆୟୁଧ କରି ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଉ ଥାନ୍ତା ତେବେ ସେ ଯଥେଷ୍ଟ ପୂର୍ବରୁ ଗୃହ ପାଇବା କଥା ।
ମୁଖ୍ୟମନ୍ତ୍ରୀ ଗରୀବ କଲ୍ୟାଣ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ବାସ୍ତବରେ ଏହା କାର୍ଯ୍ୟକାରୀ ନହେବା ନେଇ ଭିଜିଲାନ୍ସ ତଦନ୍ତ ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ପାଇଁ ଦାବି କରାଯାଇଥିବା ବେଳେ ଧର୍ମଶାଳା ବ୍ଳକରେ ଅତୀତରେ ଗରୀବଙ୍କୁ ଆବାସ ଯୋଜନାରୁ ବଂଚିତ କରାଯିବା ନେଇ ହାଇକୋର୍ଟରେ ଭସôର୍ନା କରାଯିବା ସହ ବହୁ ଗରୀବ ଆବାସ ଯୋଜନାରୁ ବଂଚିତ ହୋଇଛନ୍ତି । ତେବେ ଗୁରୁବାର ଏଥିନେଇ ଯାଜପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିଦେ୍ର୍ଦଶକ ମନୋଜ କୁମାର ବେହେରାଙ୍କ ନିଦେ୍ର୍ଦଶରେ ତଦନ୍ତ ହୋଇଥିଲା । ଏହି ତଦନ୍ତରେ ଗ୍ରାମ୍ୟ ଗୃହନିର୍ମାଣ ବିଭାଗର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ମୋହନା ବେଗମ, , ଯାଜପୁର ବ୍ଲକର ସହକାରୀ ଯନ୍ତ୍ରୀ ସରୋଜ କୁମାର ରାଉତ ପ୍ରମୁଖ ତଦନ୍ତରେ ଆସିଥିଲେ । ତଦନ୍ତକାରୀ ଦଳ ଅଞ୍ଜନାଙ୍କ ପରିବାର ଅତି ଦୟନୀୟ ଭାବେ ଥିବାର ଦେଖି ଫେରିଛନ୍ତି । ତେବେ ଅଞ୍ଜନାଙ୍କ ନାମ ଆବାସ ଯୋଜନା ପାଇଁ ପ୍ରସ୍ତତ ହୋଇଥିବା ପ୍ରାୟୋରିଟ ଲିଷ୍ଟରେ ନଥିବାର କହୁଥିବା ବେଳେ ତାଙ୍କ ପରିବାରର କିମ୍ବା ସ୍ୱାମୀଙ୍କ ନାମ ତାଲିକାରେ ରହିଛି କି ନାହିଁ ବୋଲି ପ୍ରଶ୍ନର କୌଣସି ଉତ୍ତର ଦେଇନାହାନ୍ତି । ତେବେ ଏହି ପରିବାରକୁ ଆବାସ ଯୋଜନାରୁ ବଂଚିତ କରାଯିବା ଅନ୍ତରାଳରେ ଦୁର୍ନିତିର ବନ୍ଧ ବାରି ହୋଇ ପଡୁଥିବା ବେଳେ ଏଥିନେଇ ଭିଜିଲାନ୍ସ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି ।
ଧର୍ମଶାଳାରେ ଗରୀବଙ୍କୁ ଆବାସ ଯୋଜନାରୁ ବଂଚିତ କରାଯିବା ନେଇ ତଦନ୍ତ
|
August 29, 2019 |
