ଧର୍ମପ୍ରାଣ ମହିଳାଙ୍କ ପରଲୋକ

Spread the love

ଯାଜପୁର, ୨୬/୧୦/୨୦୨୧ (ସନ୍ଧାନ ନିଉଜ) : ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ଼ବାଲିକୁଦା ପଂଚାୟତ ଜନକ ଗ୍ରାମର ବିଶିଷ୍ଟ ସମାଜ ସେବୀ ପୂର୍ବତନ ସରପଂଚ ସିତାନାଥ ସ୍ୱାଇଁଙ୍କର ପୁତ୍ର ବଧୂ ସନ୍ତୋଷ ସ୍ୱାଇଁଙ୍କ ଧର୍ମପତ୍ନୀ ସଂଧ୍ୟାରାଣୀ ସ୍ୱାଇଁଙ୍କ ପରଲୋକ ହୋଇଯାଇଚି । ସେ ଦିର୍ଘଦିନ ହେଲା ଅସୁସ୍ଥ ରହିଥିବା ବେଳେ, ଶ୍ରୀମତୀ ସ୍ୱାଇଁଙ୍କୁ ଚିକିତ୍ସା କରାଯାଉଥିଲା । ସୋମବାର ଦିନ ୭ଟା ୪୦ମିନିଟରେ ଶ୍ରୀମତୀ ସଂଧ୍ୟାରାଣୀ ସ୍ୱାଇଁଙ୍କର ମୃତୁ୍ୟ ଘଟିଥିଲା । ଶ୍ରୀମତୀ ସ୍ୱାଇଁଙ୍କୁ ବିରାଟ ପଟୁଆରରେ ନିଆଯାଇ ଗ୍ରାମ ପରିକ୍ରମା କରାଯାଇ ଶୋକାକୁଳ ପରିବେଶରେ ଶବ ସଂସ୍କାର କରାଯାଇଥିଲା । ତାଙ୍କ ପୁଅ ମୁଖାଗ୍ନି ଦେଇଥିବା ବେଳେ, ଶ୍ରୀମତୀ ସ୍ୱାଇଁ ଜଣେ ଧର୍ମପ୍ରାଣ ମହିଳା ଭାବରେ ଜନକ ଗ୍ରାମରେ ବେଶ ପରିଚିତ ଥିଲେ । ସଂଧ୍ୟାରାଣୀ ସ୍ୱାଇଁଙ୍କ ମୃତୁ୍ୟରେ ଜନକ ଗ୍ରାମରେ ଶୋକର ଛାୟା ଖେଳିଯାଇଚି । ବଡ଼ବାଲିକୁଦା ପଂଚାୟତର ସରପଂଚ ଗଗନ ବିହାରୀ ସ୍ୱାଇଁଙ୍କର ଭାଇବୋହୁ ହୋଇଥିବା ବେଳେ, ଜନକ ଗ୍ରାମର ବରିଷ୍ଠ ପୂର୍ବତନ ସରପଂଚ ସ୍ୱର୍ଗତଃ ସିତାନାଥ ସ୍ୱାଇଁଙ୍କର ବଡ଼ବୋହୁ ଅଟନ୍ତି । ସଂଧ୍ୟାରାଣୀଙ୍କ ପରଲୋକରେ ବଡ଼ବାଲିକୁଦା ପଂଚାୟତର ବରିଷ୍ଟ ନାଗରିକମାନେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍ଗତି କାମନା ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶୋକାକୁଳ ସ୍ୱାଇଁ ପରିବାର ପକ୍ଷରୁ ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ । ଜନକ ନିଜ ବାସ ଭବନ ପରିଶରରେ ଶ୍ରୀମତୀ ସ୍ୱାଇଁଙ୍କ ମର ଶରୀରରେ ବୋହୁ ବିଶିଷ୍ଠ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରୀମତୀ ସଂଧ୍ୟାରାଣୀ ସ୍ୱାଇଁଙ୍କୁ ଶେଷ ଦର୍ଶନ କରିଥିଲେ । ତାଙ୍କ ମୃତୁ୍ୟରେ ବଡ଼ଚଣା ବିଧାୟକ ଅମର ପ୍ରଶାଦ ଶତପଥି ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାକୁ ସାନ୍ତୋନା ଦେବା ସହିତ ତାଙ୍କ ଆତ୍ମବାର ସଦ୍ଗତୀ ହେଉ ବୋଲି କାମନା କରିଥିଲେ ।

Related Posts

About The Author

Add Comment