ଧର୍ମପ୍ରାଣା ସ୍ୱର୍ଗତା ବିଷ୍ଣୁପ୍ରିୟା ଦେବୀଙ୍କ ୩୮ ତମ ଜନ୍ମ  ବାର୍ଷିକକୁ ଏକ ନିଆରା ଢଙ୍ଗରେ ପାଳିଲେ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ

Spread the love
ଭୁବନେଶ୍ୱର,୦୮/୦୬ (ସନ୍ଧାନ ନିଉଜ) ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡିଶା” ପକ୍ଷରୁ ସ୍ୱର୍ଗତା ବିଷ୍ଣୁପ୍ରିୟା ଦେବୀଙ୍କ ୩୮ ତମ ଜନ୍ମ ବାର୍ଷିକକୁ ତାଙ୍କ ମହନୀୟତାର ଜୟଗାନ କରି ଏବଂ ଟ୍ରଷ୍ଟର ବିଭିନ୍ନ ଶାଖା, ଟ୍ରଷ୍ଟର ସହଯୋଗୀ ଅନୁଷ୍ଠାନ ମାନଙ୍କ ତରଫରୁ ଅନନ୍ୟ ସେବାକାର୍ଯ୍ୟ ନିଆରା ଢଙ୍ଗରେ ପାଳନ କରାଯାଇଛି ! ବିଭିନ୍ନ ସ୍ୱେଚ୍ଛାସେବୀ ମାନେ ସ୍ୱର୍ଗତା ବିଷ୍ଣୁପ୍ରିୟା ଦେବୀଙ୍କର ସେବା ମନୋଭାବ,ପରିବାର,ସମାଜ ପ୍ରତି କର୍ତବ୍ୟ,ସେ ଜଣେ ସ୍ୱାସ୍ଥ୍ୟକର୍ମୀ ଭାବରେ କର୍ତ୍ତବ୍ୟ ସମ୍ପାଦନ,ଅସହାୟ ମଣିଷଙ୍କ ପାଇଁ ସାହାଯ୍ୟ ସହଯୋଗ ଉପରେ ଆଲୋକପାତ କରିଥିଲେ,ଆଜି ସେ ନାହାନ୍ତି ସତ କିନ୍ତୁ ତାଙ୍କ ସ୍ମୃତିରେ ନିର୍ମିତ ଏହି ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ତାଙ୍କ ସ୍ୱପ୍ନକୁ ସଫଳ ରୂପାୟନ ଦେବ ଏହା ସୁନିଶ୍ଚିତ ! ଏହି ମର୍ମରେ ବକ୍ତା ମାନେ ଭକ୍ତିନୈବେଦ୍ୟ ତଥା ଶାନ୍ତିର ବାର୍ତା ପ୍ରଦାନ କରିବା ସହ ବିଭିନ୍ନ ସେଵାକାର୍ଯ୍ୟ ଯଥା ବରୀ ବ୍ଲକ ଅନ୍ୟାସପୁର ସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ,ରତ୍ନଗିରି ସିଏଚସି ନିଉ ବହୁ ସ୍ଥାନରେ କରୋନା ଭୁତାଣୁ  ସଂକ୍ରମଣ ରୋକିବାପାଇଁ ବିଶୋଧନ କାର୍ଯ୍ୟକ୍ରମ, ୪୨ ମୌଜ଼ା କଟକ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, କେନ୍ଦ୍ରାପଡା ବିଭିନ୍ନ ଜାଗାରେ ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ପ୍ରଦାନ,କଟକ-ଭୁବନେଶ୍ୱର-ଅନୁଗୁଳବିଭିନ୍ନ ଅସହାୟ ଲୋକଙ୍କୁ ରକ୍ତଦାତା ମାନେ ରକ୍ତ ଦାନକରିଛନ୍ତି,
କେନ୍ଦୁଝର ଶାଖା ପ୍ରତିନିଧି ମାନଙ୍କର ସେବାକାର୍ଯ୍ୟ, ବରୀ ବ୍ଲକ ଅନ୍ତର୍ଗତ ସାହୁପଡା ଗ୍ରାମପଞ୍ଚାୟତ ଏକ ଥାଲାସେମିଆ ଶିଶୁର ରକ୍ତର ଅଭାବତାକୁ ଆଖିଆଗରେ ରଖି ତାକୁ ପ୍ରତି ମାସରେ ନିୟମିତ ରକ୍ତ ଯୋଗାଇବା ସହ ତାର ଯାତାୟତ, ପାଠ ପଢ଼ାରେ ମଧ୍ୟ ଟ୍ରଷ୍ଟ ସହଯୋଗ କରିବାକୁ ଆଗାଇ ଆସିଛି ! ଏହି ମହତ କାର୍ଯ୍ୟରେ ଟ୍ରଷ୍ଟ ପକ୍ଷରୁ ସଭାପତି ଇଂ.ବିମଳ ଚନ୍ଦ୍ର ଦାସ,ସମ୍ପାଦକ ବିଶିଷ୍ଠ ସମାଜସେବୀ ପ୍ରିନ୍ସ ନନ୍ଦ,ସହ ସମ୍ପାଦକ ସମାଜ ସଂସ୍କାରକ ସୁରଜ ବେହେରା, ଉପସଭାପତି ଇଂ.କମଲେଶ ମିଶ୍ର ଶର୍ମା,ଯୁବ ସମାଜସେବୀ ସାଥୀ ପ୍ରକାଶ ଧଳ,କେନ୍ଦ୍ରାପଡା ଶାଖା ସଂଯୋଜକ ସାମ୍ବାଦିକ ସୁନିଲ ମହାପାତ୍ର,ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ  ଇଂ.ଶିବ ପ୍ରସାଦ ସାମଲ,ଟ୍ରଷ୍ଟର ପିପିଲି ଶାଖା ସଂଯୋଜକ ଯୁବସମାଜସେବୀ ହେମନ୍ତ ଦାସ,ସମାଜସେବୀ ଇଂ.ନାରାୟଣ ମଲ୍ଲିକ,ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ – କେନ୍ଦ୍ରାପଡା ସଭାପତି ସମାଜସେବୀ ଦମନ କୁମାର ମହାନ୍ତି,କେନ୍ଦୁଝର ଶାଖା ପ୍ରତିନିଧି ସମାଜସେବୀ ଉମାକାନ୍ତ ରାଉତ,ବରୀ ଶାଖା ପରିବାର ଏବଂ ବିଭିନ୍ନ ଶାଖାର ସ୍ୱେଚ୍ଛାସେବୀ ଵର୍ଗ ବିଭିନ୍ନ ଅଞ୍ଚଳରେ ଉପସ୍ଥିତ ରହି ସେବାକାର୍ଯ୍ୟକୁ ତ୍ୱରାନ୍ୱିତ କରାଇଥିଲେ !
ଟ୍ରଷ୍ଟର ଉପଦେଷ୍ଟା ମଣ୍ଡଳୀ ଵର୍ଗ ଯଥା ବରିଷ୍ଠ କଥାକାର ଶରତ କୁମାର ଜେନା, ସାମ୍ବାଦିକ ମକୁନ୍ଦ ଚରଣ ନାୟକ,ସମାଜସେବୀ ଆଡ଼ଭୋକେଟ ସୌମ୍ୟ ଶଙ୍କର ରାଜ,ଦିଲ୍ଲୀ ଶାଖା ସଂଯୋଜକ ସମାଜସେବୀ ପବିତ୍ର ମୋହନ ଜେନା, ମୁମ୍ବାଇ ଜୋନ ସ୍ୱତନ୍ତ୍ର ସଦସ୍ୟ ସମାଜସେବୀ ତ୍ରିଲୋଚନ ରାଉତ କରୋନା ତାଲାବନ୍ଦ ଯୋଗୁ ସେବକାର୍ଯ୍ୟ,ସ୍ମୃତିସଭାରେ ଯୋଗଦେଇନପାରି ଗୃହରୁ ରହି ଟ୍ରଷ୍ଟର ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହିତ ପୁଣ୍ୟାତ୍ମା ସ୍ୱର୍ଗତା ବିଷ୍ଣୁପ୍ରିୟା ଦେବୀଙ୍କ ଆଦର୍ଶକୁ ପାଥେୟ କରି ସେବକାର୍ଯ୍ୟ ଜାରି ରହିବବୋଲି ମତଦଇଥିଲେ ! ବୁଦ୍ଧିଜୀବୀ ମହଲ ତଥା ସାଧାରଣରେ ଟ୍ରଷ୍ଟର ଏପରି ମହନୀୟ ସେବକାର୍ଯ୍ୟକୁ ତଥା ନିଆରା ଢଙ୍ଗରେ ସ୍ମୃତିଚାରଣ,ଜନ୍ମ ବାର୍ଷିକ ପାଳନକୁ ଉଚ୍ଚ ପ୍ରସଂଶା କରାଯାଇଛି !

Report- Manas Rout

Related Posts

About The Author

Add Comment