ଧର୍ମପାରାୟଣ ମହିଳାଙ୍କ ବିୟାଗ

Spread the love

ବଡ଼ଚଣା, ୨୦/୧୧(ସନ୍ଧାନ ନିୟୁଜ/ମାନସ ରାଉତ)–ବଡ଼ଚଣା ବ୍ଲକ ଅନ୍ତର୍ଗତ ଅଣକା ଗ୍ରାମର ଧର୍ମପ୍ରାଣ ସୀତା ଦେବୀ (୯୬)ନିଜ ବାସ ଭବନରେ ବିୟୋଗ ହୋଇଛି । ସେ ଜଣେ ଧର୍ମପରାୟଣା, ଆର୍ୟୁବେଦିକ ଚିକିତ୍ସିକା, ସ୍ପର୍ଶ ଚିକିତ୍ସା କରି ଆଖପାଖ ଅଞ୍ଚଳରେଲୋକ ମାନଙ୍କୁ ମାଗଣାରେ ଚିକିତ୍ସା ସେବା କରୁଥିଲେ । ସେ ଅଣକା ପଞ୍ଚାୟତର ପୂର୍ବତନ ସରପଞ୍ଚ ରତ୍ନମଞ୍ଜରୀ ନାୟକଙ୍କର ଶାଶୂ । ମୃତ୍ୟୁ ସମୟରେ ତାଙ୍କ ନିକଟରେ ଜ୍ୟେଷ୍ଠ ପୁଅ ବ୍ରଜବନ୍ଧୁ ନାୟକ, ଅଧ୍ୟାପକ ଚକ୍ରଧର ନାୟକ, ପ୍ରଦୀପ୍ତ ନାୟକ, ସୈନ୍ୟ ବାହିନୀରେ କାର୍ଯ୍ୟରତ କନିଷ୍ଠ ପୁ୍ତ୍ର ଶ୍ରୀନିବାସ ନାୟକ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ପଞ୍ଚାୟତ ସମିତି ଅଧକ୍ଷ ଭାଗ୍ୟଧର ମଲିକ, ପ୍ରହଲାଦ ନନ୍ଦ, ସାମ୍ବାଦିକ ସୁରେନ୍ଦ୍ର ମୋହନ ସାମଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । କନିଷ୍ଠ ପୁତ୍ର ଶ୍ରୀ ନିବାସ ନାୟକ ମୁଖାଗ୍ନି ଦେଇଥିଲେ ।

Related Posts

About The Author

Add Comment