ବଲାଙ୍ଗୀର, ୧୩.୦୧.୨୦୨୧(ସନ୍ଧାନ ନିଉଜ୍):- ବୟସ ମାତ୍ର ଏକ ବର୍ଷ ୧୧ ମାସ। ଯେଉଁ ବୟସରେ ଶିଶୁଟି ମାଆ କୋଳରେ ଅଳିଅର୍ଦଳି କରି ସମୟ ବିତାଇବା କଥା, କିନ୍ତୁ ଏହି ବୟସରେ ବହୁ ଜ୍ଞାନର ଅଧିକାରୀ ହୋଇଛିନ୍ତି ଏହି ବିସ୍ମୟ ବାଳକ। ମାତ୍ର ଏକ ବର୍ଷ ୧୧ ମାସ ବୟସରେ ପାଠ ପଢିବା ସହ ଅନର୍ଗଳ କହୁଛନ୍ତି ଭାରତର ବିଭିନ୍ନ ରାଜ୍ୟ ରାଜଧାନୀ ନାମ। ବଲାଙ୍ଗୀର ସହର ବିସ୍ମୟ ବାଳକଙ୍କୁ ମିଳିଛି ଏକ୍ସକ୍ଲୁସିଭ୍ ଓ୍ବାଲର୍ଡ ରେକର୍ଡ ପୁରସ୍କାର। ଭାରତର ୨୮ଟି ରାଜ୍ୟର ରାଜଧାନୀ ନାମ କହିବା ସହ ମନେ ରଖିପାରୁଛନ୍ତି ବହୁ ପାଠ। ଯାହାକୁ ନେଇ ବେଶ ଖୁସି ପରିବାର ଲୋକଙ୍କ ସହ ସମଗ୍ର ଜିଲ୍ଲାରେ ଖୁସିର ଲହରି। ଆଗାମୀ ଦିନରେ ତାଙ୍କୁ ନେଇ ଢେର ସ୍ବପ୍ନ ପରିବାର ଲୋକ ଦେଖିଥିବା ବେଳେ ଆଗକୁ ଆହୁରି ରେକର୍ଡ କରିବା ସହ ଜିଲ୍ଲାର ନାଁ ରଖିବା ନେଇ ଆଶାରେ ପରିବାର ଲୋକ। ମାଆ ଓ ବାପା ଦୁହେଁ ପଚାରି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଓ କିଛି କ୍ଷଣ ମଧ୍ୟରେ ମିଳୁଛି ଉତ୍ତର। ବଲାଙ୍ଗୀର ସହରର ରାଜିବନଗରରେ ବାସ କରୁଥିବା ଓମପ୍ରକାଶ ସାହୁଙ୍କ ୧ ବର୍ଷ ୧୧ ମାସର ପୁତ୍ର ଧର୍ମପଦ ସାହୁ। ଧର୍ମପଦଙ୍କୁ ଏବେ ମାତ୍ର ଏକ ବର୍ଷ ୧୧ ମାସ ବୟସ ହୋଇଛି ।
ଧର୍ମପଦ ଏକ୍ସକ୍ଲୁସିଭ୍ ଓ୍ବାଲର୍ଡ ରେକର୍ଡ ପୁରସ୍କାରରେ ସମ୍ମାନୀତ ହେଲେ
|
January 13, 2021 |



