ନୂଆଦିଲ୍ଲୀ, ୩୦/୧ (ସନ୍ଧାନ ନିୟୁଜ) : ବହୁଚର୍ଚ୍ଚିତ ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକାପ୍ଟର ମାମଲାରେ ଭାରତ ସରକାରଙ୍କୁ ଆଉ ଏକ ବଡ଼ ସଫଳତା ମିଳିଛି । ଏହି ଦୁର୍ନିତିରେ ଏକ ସହ ଅଭିଯୁକ୍ତ ରାଜୀବ ସକ୍ସେନାକୁ ବୁଧବାରଦିନ ୟୁଏଇ ସରକାର ଭାରତକୁ ପ୍ରତ୍ୟାର୍ପଣ କରିଛନ୍ତି । ଆଜି ଦିନ ୧୧ଟାରେ ତାକୁ ଭାରତୀୟ ଅଧିକାରୀମାନଙ୍କ ହାତରେ ୟୁଏଇ ପକ୍ଷରୁ ସମର୍ପଣ କରାଯାଇଥିଲା । ଏହି ମାମଲାରେ ଆଉ ଏକ ଅଭିଯୁକ୍ତ କର୍ପୋରେଟ ଲବିଷ୍ଟ ଦିପକ ତଲଓ୍ଵାରକୁ ମଧ୍ୟ ଆଜି ରାତିରେ ଭାରତ ଆଣାଯିବାର କାର୍ଯ୍ୟକ୍ରମ ରହିଛି । ଖ୍ରୀଷ୍ଟିଆନ ମିସେଲ ର ପ୍ରତ୍ୟାର୍ପଣ ପରେ ଏହାକୁ ଭାରତ ସରକାରଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି ।
ବହୁ କୋଟି ଟଙ୍କାର ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକାପ୍ଟର କିଣା ବେଳେ ମଧ୍ୟସ୍ଥି ଥିବା ବ୍ରିଟିଶ ବ୍ୟବସାୟୀ ଖ୍ରୀଷ୍ଟିଆନ ମାଇକେଲକୁ ଗତ ଡିସେମ୍ବର ମାସରେ ଭାରତ ଅଣାଯାଇଥିଲା । ଦୁବାଇ ସରକାର ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।