ଧକ୍କାରେ ସ୍କୁଲଛାତ୍ର ମୃତ, ଟ୍ରକ ଚାଳକକୁ ନିସ୍ତୁକ ମାଡ଼

Spread the love
ରାଉରକେଲା, ୧୧/୧୨ (ସନ୍ଧାନ ନିୟୁଜ): ସୁନ୍ଦରଗଡ ଜିଲ୍ଲା ଲହୁଣିପଡ଼ା ଥାନାର 143 ନମ୍ବର ଜାତୀୟ ରାଜପଥର ଦର୍ଜି ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳ ଟ୍ରକ ଚାଳକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି । ସେପଟେ ସ୍ଥାନୀୟ ଲୋକ ରାସ୍ତାରୋକ କରିବା ସହ ଟ୍ରକଟିକୁ ପୋଡି ଦେଇଛନ୍ତି ।  ସ୍କୁଲ ଛୁଟି ହୋଇ ଘରକୁ ଆସୁଥିବା ବେଳେ ଟ୍ରକ ଧକ୍କାରେ ଜଣେ ଛାତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ 143 ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ ଟ୍ରକ ଚାଳକକୁ ନିସ୍ତୁକ ମାଡ଼ ମାରିଥିଲେ । ଛାତ୍ର ଜଣକ ଦର୍ଜି ସ୍କୁଲରେ ପଢୁଥିବା ବେଳେ ତାଙ୍କ ଘର ସାଲେପାଲିର ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚିବାରେ ବିଳମ୍ବ କରିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

Related Posts

About The Author

Add Comment