ନୂଆଦିଲ୍ଲୀ, ୦୮/୦୨ (ସନ୍ଧାନ ନିୟୁଜ) : ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜାପାକ୍ସା ୪ ଦିବସୀୟ ଗସ୍ତରେ ଭାରତ ଆସିଛନ୍ତି । ଶନିବାର ଦିନ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷୀୟ ଆଲୋଚନା ପାଇଁ ରାଜାପାକ୍ସା ହାଇଦ୍ରାବାଦ୍ ହାଉସ୍ରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ମହିନ୍ଦା ରାଜପକ୍ଷେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସାକ୍ଷାତ କରିଥିଲେ ।
ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜାପାକ୍ସାଙ୍କ ସହ ବିକାଶ ଭାଗୀଦାରି ଏବଂ ସୁରକ୍ଷା ସହଯୋଗ ସହ ଯଡିତ ସମସ୍ୟା ଉପରେ ଚର୍ଚ୍ଚା ହେବ । ଗତ ବର୍ଷ ନଭେମ୍ବରରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହେବା ପରେ ଶ୍ରୀ ରାଜାପାକ୍ସାଙ୍କ ଏହା ପ୍ରଥମ ଗସ୍ତ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୂତ କରିବା ପାଇଁ ଶ୍ରୀ ରାଜାପାକ୍ସା ଭାରତ ଗସ୍ତରେ ଆସିଛନ୍ତି ।
ଏହି ୪ ଦିନିଆ ଗସ୍ତରେ ସେ ସେନା ସୁରକ୍ଷା, ତଟ ସୁରକ୍ଷା ଏବଂ ବ୍ୟବସାୟ ସମ୍ବନ୍ଧୀୟ ଅନେକ ସମସ୍ୟା ଉପରେ ଆଲୋଚନା କରିବେ । ତେବେ ଅଧିକାରୀଙ୍କ କହିବାନୁଯାୟୀ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଓ ଜୟଶଙ୍କରଙ୍କ ମଧ୍ୟରେ ରକ୍ଷା, ସୁରକ୍ଷା ଏବଂ ବ୍ୟାପାର ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା ହୋଇଛି । ରାଜାପାକ୍ସା ଦିଲ୍ଲୀ ଗସ୍ତ ପରେ ବାରଣାସୀ, ସାରନାଥ, ବୋଦ୍ଧଗୟା ଓ ତିରୁପତିର ଯାତ୍ରାରେ ଯିବେ ।