ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ରେ ବିଳମ୍ବ ନେଇ ପ୍ରଶ୍ନ ଉଠାଇଲା ଏସ୍ ଏନ୍ ଏମ: ଗାନ୍ଧୀ ଜୟନ୍ତୀ ରୁ ଆରମ୍ଭ ହେଲା ଦିଲ୍ଲୀରୁ ପଲ୍ଲୀ ପାଞ୍ଚ ହଜାର ପୋଷ୍ଟ କାର୍ଡ ଚିଠି 

Spread the love
ଜେନାପୁର/୦୩/୧୦/ସନ୍ଧାନ ନିୟୁଜ୍/(ପ୍ରଶାନ୍ତ ସାମଲ)   ଏସିଆ ମହାଦେଶ ଇସ୍ପାତ ନଗରୀ କୁ ଯୋଗାଯୋଗ ଅସୁରକ୍ଷିତ : ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ରେ ବିଳମ୍ବ ନେଇ ପାଇଁ ଅଣ୍ଟା ଭିଡ଼ିଲା ସଚେତନ ନାଗରିକମଞ୍ଚ ଏସିଆ ମହାଦେଶର  ରାଜଧାନୀ ଯାଜପୁର ଜିଲ୍ଲା କଳିଙ୍ଗନଗର ର ପ୍ରବେଶ ପଥ ହେଉଛି ୫୩  ନମ୍ବର ଜାତୀୟ ରାଜପଥ।
ଦୁଇ ଦଶନ୍ଧି ର ବାଦ ବିବାଦ ପରେ ଆରମ୍ଭ ହୋଇଛି ସଡ଼କ ସମ୍ପ୍ରସାରଣ  କାର୍ଯ୍ୟ। କିନ୍ତୁ ପରିତାପ ର ବିଷୟ ହେଉଛି ନୂଆ ବ୍ରାହ୍ମଣୀ ସେତୁ ଏବେବି ଭୂଇଁ ରୁ ଉଥିବା ଆରମ୍ଭ ହୋଇନି।
ଏନେଇ ପ୍ରଶ୍ନ ଉଠାଇଛି ସଚେତନ ନାଗରିକ ମଞ୍ଚ ଯାଜପୁର। ତିନି ତିନି ଥର ଆନ୍ଦୋଳନ ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପତିଶ୍ରୁତି ପରେ ନୂଆ  ସେତୁ ଓ ସଡ଼କ ର ଟେଣ୍ଡର ହୋଇଥିଲା।
ପୂର୍ବରୁ ଲୁହା ପ୍ଲେଟ ପଡ଼ି ଅସୁରକ୍ଷିତ ଅବସ୍ଥା ରେ ଥିବା ପୁରୁଣା ଷାଠିଏ ବର୍ଷ ର ବ୍ରାହ୍ମଣୀ ସେତୁ ମଧ୍ୟ ସଚେତନ ନାଗରିକ ମଞ୍ଚ  ବହୁ ଆରୋପ ପ୍ରତ୍ୟରୋପ ପରେ ସଜାଡ଼ି ବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବାଧ୍ୟ ହୋଇଥିଲେ।
ସଚେତନ ନାଗରିକ ମଞ୍ଚ ପକ୍ଷରୁ ୨୦୧୯ ମସିଆ ସେପ୍ଟେମ୍ବର  କୋଡ଼ିଏ ତାରିଖ ରେ ଭୁବନେଶ୍ୱର ଜାତୀୟ ରାଜପଥ କାର୍ଯ୍ୟଳୟ ରେ ହୋଇଥିବା ଆନ୍ଦୋଳନ ରେ ସଡ଼କ ସମ୍ପ୍ରସାରଣ ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ର ନିର୍ମାଣ କାର୍ଯ୍ୟ ୨୦୨୦  ମାର୍ଚ୍ଚ ମାସ ସୁଧା ଆରମ୍ଭ ହେବ ବୋଲି କୁହାଯାଇଥିଲା।
ସଡ଼କ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ନୂତନ ବ୍ରାହ୍ମଣୀ ସେତୁ ପାଇଁ ଏଯାବତ ଅଧିକାରୀ ଙ୍କ ନିଦ ଭାଙ୍ଗିନାହିଁ।
ଏପଟେ  ପ୍ରତିଦିନ ମାତ୍ରାଧିକ ଭାର ବୋହି   ବୋହି ପୁଣି ଥରେ ସ୍ଥାୟୀ ମରାମତି ଅଭାବ ରୁ ଅସୁରକ୍ଷିତ ହେଉଛି ବ୍ରାହ୍ମଣୀ ସେତୁ।
ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ କହିଛନ୍ତି ଯେ,ଦ୍ୱିତୀୟ ବ୍ରାହ୍ମଣୀ ସେତୁ ବିନା ସଡ଼କ ସଂପ୍ରସାରଣ ନିରର୍ଥକ। ଏନେଇ ପୁଣି ଥରେ ଜନଆନ୍ଦୋଳ ଆରମ୍ଭ ହେବ। ଏହି ପରିସ୍ଥିତି ରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଗାନ୍ଧୀ ଜୟନ୍ତୀ ରୁ ପାଞ୍ଚ ହଜାର ପୋଷ୍ଟ କାର୍ଡ ମାଧ୍ୟମରେ ପଲ୍ଲୀ ରୁ ଦିଲ୍ଲୀ ଯାଏ ସମସ୍ତ ବିଭାଗୀୟ ଅଧିକାରୀ,  ଲୋକ ପ୍ରତିନିଧି ଓ ବିଭିର୍ଣ ଗଣ ମାଧ୍ୟମ କୁ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ରେ ବିଳମ୍ବ ହେବା ସାଧାରଣ ଲୋକଙ୍କୁ ମରଣ ମୁହଁ କୁ ଠେଇଦେବା ସଦୃଶ ବୋଲି ସଚେତନତା ଆରମ୍ଭ ହୋଇଛି।
ସେହିପରି ଜିଲ୍ଲା ର ଦୁଇଟି ପ୍ରମୁଖ ସଡ଼କ ଏନଏଚ ୧୬ ଓ ଏନଏଚ ୫୩ କୁ ସୁରକ୍ଷା ଦେବାକୁ ଏହି ପୋଷ୍ଟ କାର୍ଡ ରେ ଉଲ୍ଲେଖ ହେଉଛି। ସ୍କୁଲ କଲେଜ ର ଛାତ୍ର ଛାତ୍ରୀ, ଗାଡି ଚାଳକ, ଵଟୋଇ, ସାଧାରଣ ଜନତା ଙ୍କ ମାଧ୍ୟମରେ ପୋଷ୍ଟ ଲେଖାଯାଇ  ସ୍ଥାନୀୟ ଥାନା, ବୁଦ୍ଧିଜୀବୀ, ନିର୍ବାଚିତ ପ୍ରତିନିଧି, ଯାଜପୁର ସାଂସଦ, ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ, ରାଜ୍ୟ ଜାତୀୟ ରାଜପଥ କାର୍ଯ୍ୟାଳୟ, ସଡ଼କ ପରିବହନ ବିଭାଗ ଭାରତ ସରକାର, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ଦପ୍ତର କୁ ପଠାଯାଉଛି।ଏହି ଅଭିନବ ପ୍ରୟାସ ଗାନ୍ଧୀ ଜୟନ୍ତୀ ରୁ ସଡ଼କ ସୁରକ୍ଷା ପାଇଁ ଏକ  ଅହିଂସା ଆନ୍ଦୋଳନ ବୋଲି ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି।

Related Posts

About The Author

Add Comment