ଦ୍ଵିତୀୟ ବ୍ରାହ୍ମଣୀ ସେତୁରେ କାମ କରୁଥିବା ଶ୍ରମିକର ମୃତ୍ୟୁ

Spread the love
ରାଉରକେଲା, ୨୦/୦୪/୨୦ (ସନ୍ଧାନ ନିଉଜ) : ରାଉରକେଲା ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟ ଚାଲୁଥିବା ବେଳେ ଅଘଟଣ ଘଟିଛି। ମୋଟର ବେରିଂ ଭାଙ୍ଗି ପେଟ ପଶି ଯିବାରୁ ଜଣେ ଶ୍ରମିକର ମୃତ୍ୟୁ ହୋଇଛି। ମୃତ ଶ୍ରମିକ ନାଁ ମୁମତାଜ ଆନସାରୀ। ସେ ଝାଡ଼ଖଣ୍ଡର ଗଡ଼ବା ଜିଲ୍ଲା ଆଞ୍ଚଳବାଡି ଗ୍ରାମର ବୋଲି ଜଣାପଡିଛି। ମୁମତାଜ ବାରବିକ ପ୍ରୋଜେକ୍ଟ ଲିମିଟେଡ ନାମକ କମ୍ପାନି ଅଧୀନରେ ଡିଜେଲ୍ ମେକାନିକ୍ ଭାବେ କାର୍ଯ୍ୟ କରୁଥିଲେ। ଖବର ଅନୁଯାୟୀ ରବିବାର ସକାଳେ ପାଣି ପାଇଁ ଖରାପ ଥିବା ମୋଟରକୁ ଷ୍ଟାର୍ଟ କରୁଥିଲେ। କିନ୍ତୁ ହଠାତ ମୋଟର ବେରିଂ ଭାଙ୍ଗି ତାଙ୍କ ପେଟ ଭିତରେ ପଶିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

Related Posts

About The Author

Add Comment