ସୁନ୍ଦରଗଡ ତା:୭/୮/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ଆଜି କଂଗ୍ରେସ ପକ୍ଷରୁ ସୁନ୍ଦରଗଡରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ସଫଳ କରିବା ପାଇଁ ଗତକାଲି ସୁନ୍ଦରଗଡର ସମସ୍ତ ଅଞ୍ଚଳକୁ ଡାକବାଦୀ ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଥିଲା।
ସୁନ୍ଦରଗଡରେ ଦ୍ଵିତୀୟ ଏମସ ଡାକ୍ତରଖାନା ଉଦ୍ଦେଶ୍ୟରେ ଏହି ଡାକରା ଦିଆଯାଇଥିଲା । ଲୋକେ ଜରୁରୀକାଳୀନ ଭିତ୍ତିରେ ୩୦୦ରୁ ୪୦୦କିଲୋମିଟର ଯିବାକୁ ଅକ୍ଷମ ହେବା ସହିତ କେତେକାଂଶରେ ରୋଗୀଙ୍କ ଅଧା ରାସ୍ତାରେ ନିଜର ଜୀବନ ଚାଲିଯିବାର ଚିତ୍ର ଦେଖିବାକୁ ମିଳୁଥିଲା । କେତେକ ରୋଗୀଙ୍କ ପରିବାର ଏତେ ଦୂର ରୋଗୀଙ୍କୁ ନେବାପାଇଁ ଆର୍ଥିକ କ୍ଷେତ୍ରରୁ ସକ୍ଷମ ନ ଥିବା ଅଂଚଳରେ ଆଲୋଚନାର ବିଷୟ ପାଲଟିଛି । ଏହି ଡାକରାକୁ ସଫଳ କରିବା ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି ।


