ନୂଆଦିଲ୍ଲୀ, ୧୩/୧୧/୨୧ (ସନ୍ଧାନ ନିଉଜ) : ଋଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ଆସନ୍ତା ମାସରେ ଭାରତ ଗସ୍ତରେ ଆସପାରନ୍ତି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦ୍ବିପାକ୍ଷୀକ ଆଲୋଚନା କରିପାରନ୍ତି। ସେ ଋଷିଆ-ଭାରତ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିପାରନ୍ତି। ଏଥିରେ ପ୍ରତିରକ୍ଷା, ବ୍ୟବସାୟ, ଶକ୍ତି ଓ ସଂପର୍କ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିବ।
ଭ୍ଲାଦିମୀରଙ୍କ ଗସ୍ତ ଡିସେମ୍ବର ୨ୟ ସପ୍ତାହରେ ହୋଇପାରେ। ତେବେ ରୁଷିଆ ଆଗାମୀ ଏକ ମାସ ମଧ୍ୟରେ ଭାରତକୁ S-400 ମିସାଇଲ ହସ୍ତାନ୍ତର କରିପାରେ। ଏଥି ପାଇଁ କାମକୁ ତ୍ବରାନ୍ବିତ କରିଦେଇଛି। ସୂଚନାଯୋଗ୍ୟ, ୨୦୧୮ ଅକ୍ଟୋବରରେ ଭାରତ ୫ ବିଲିୟନ ଆମେରିକୀୟ ଡଲାର ସହିତ ଋଷିଆ ସହିତ ଏକ ବୁଝାମଣା ନେଇ ହସ୍ତାକ୍ଷର କରିଥିଲା। ଏହି ହସ୍ତାକ୍ଷର ଅନୁଯାଇ ଋଷିଆ ଠାରୁ ଏସ୍-୪୦୦ର ୫ଟି ମିସାଇଲ କିଣିବାକୁ କହିଥିଲା। ଏହି ମିସାଇଲ ଋଷିଆର ସବୁଠାରୁ ଅତ୍ୟାଧୁନକ ମିସାଇଲ ଭାବରେ ଜଣାଶୁଣା।