ବାରିପଦା, ୨୮/୦୭/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ରାସଗୋବିନ୍ଦପୁରେ ଥିବା ଏସିଆର ସର୍ବବୃହତ ଏୟାରଷ୍ଟ୍ରପ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହିଠାରୁ ଆଜିର ଦିନ ୧୯୪୫ ମସିହା ଜୁଲାଇ ୨୬ ତାରିଖ ଦୁଇଟି ଯୁଦ୍ଧ ବିମାନ ଉଡାଣ କରିବାର କିଛି ସମୟ ମଧ୍ୟରେ ପରସ୍ପର ସହ ଧକ୍କା ଲାଗି ସମ୍ପୂର୍ଣ୍ଣ ଧ୍ବଂସ ସୋଇଯାଇଥିଲା ଏଥିରେ ଭାରତ ସମେତ ବିଭିନ୍ନ ରାଷ୍ଟ୍ରର ୧୪ ଜଣ ସହିଦ ହୋଇଥିଲେ । ଏହା ଦିବସକୁ ଜନମାନସର ଉଦଜୀବିତ ରଖାଯିବା ପାଇଁ ବିଶିଷ୍ଟ ଐତିହାସିକ ଅନୀଲ ଧୀରଙ୍କ ପ୍ରଚେଷ୍ଟା ଦ୍ବିତୀୟ ବିଶ୍ବଯୁଦ୍ଧରେ ସହିଦ ହୋଇଥିବା ୧୪ ଏୟାରମ୍ୟାନଙ୍କ ସ୍ମୃତିଚାରଣ ପ୍ରତିବର୍ଷ କରାଯାଉଛି । ଚଳିତବର୍ଷ କୋଭିଡ-୧୯ ପାଇଁ ଶ୍ରୀ ଧର ଯୋଗ ଦେଇପାରିନଥିବା ବେଳେ ଏ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଡ. ଆଦିତ୍ୟପଟ୍ଟନାୟକ ଆବାହକତ୍ବରେ ସ୍ମୃତିପ୍ରଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିନୋଦବିହାରୀ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ବସନ୍ତ କୁମାର ମହାନ୍ତ , ସମାଜସେବୀ ପୁଷ୍ପାଞ୍ଜଳି ମହାପାତ୍ର,ଆନ୍ତ୍ୟେଦୟ ଶିକ୍ଷାଶ୍ରମର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଲେଙ୍କା, ଶିକ୍ଷକ ସୁଶୀଳ କୁମାର ନାୟକ,ସ୍ମିତାଞ୍ଜଳି ମହାପାତ୍ର, ସାମ୍ବାଦିକ ସନ୍ତୋଷ କୁମାର ମହାନ୍ତିଙ୍କ ସମେତ ଅନ୍ତ୍ୟାଦୟ ଚେତନୀ ମଣ୍ଡଳ ଓ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟର କର୍ମଚାରୀ ଗଣ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସହିଦ ୧୪ ଏୟାରମ୍ୟାନଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଶେଷରେ ସ୍ମୃତିସଭାର ଆୟୋଜନ ଓ ଆଦିତ୍ୟ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଦ୍ବିତୀୟ ବିଶ୍ବଯୁଦ୍ଧରେ ୧୪ ଏୟାରମ୍ୟାନଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ
|
July 28, 2020 |