ଜୟପୁର, ୨୭/୧୨ (ସନ୍ଧାନ ନିୟୁଜ): ରାଜସ୍ଥାନର ଦୌସା ଜିଲ୍ଲାରେ ଗୁରୁବାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଛି। କିନ୍ତୁ ଏଯାବତ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜୟପୁର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ପାଇଥିବା କଥା କୁହାଯାଉଛି। ବିମାନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରି ଦୌସା ଜିଲ୍ଲା ସମେତ ତା’ର ସୀମାବର୍ତ୍ତୀ ଜିଲ୍ଲାରେ ଆଲର୍ଟ ଜାରି କରି ଦିଆଯାଇଛି।
ଦୌସା ଜିଲ୍ଲା ଜିଲ୍ଲାପାଳ ନରେଶ ଶର୍ମାଙ୍କ ପାଖକୁ ଗୁରୁବାର ଦିଲ୍ଲୀରୁ ଏକ ଫୋନ୍ କଲ୍ ପାଇଥିଲେ, ଯେଉଁଥିରେ ଦୌସା ଜିଲ୍ଲାରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଥିଲା। ଏହି ବିମାନର ସିଗ୍ନାଲ ମିଳି ପାରୁ ନାହିଁ। ଏହି ବିମାନଟି ଦୌସା କିମ୍ବା ତାର ଆଖପାଖ ଅଞ୍ଚଳରେ ନିଖୋଜ ହୋଇଥିବା ଆଶଙ୍କା କରାଯାଉଛି। ଏହାପରେ ଜିଲ୍ଲା ପ୍ରାଶସନ ଏହି ଘଟଣା ଯାଞ୍ଚରେ ଲାଗି ପଡ଼ିଛନ୍ତି। ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ଦୌସାର ନୂଆ ଜିଲ୍ଲାପାଳ ଭାବେ ଅଭିଚଲ ଚତୁର୍ବେଦୀ କାର୍ଯ୍ୟଭାର ହାତକୁ ନେଇ ଏହି ମାମଲାର ମନିଟରିଙ୍ଗରେ ଲାଗି ପଡ଼ିଛନ୍ତି। ଆହୁରି ରିପୋର୍ଟ ଅପେକ୍ଷାରେ.