ଦୋ ଛକିର ବରିଷ୍ଠ ନେତା, କେମିତି ଗଢିବେ ରାଜନୈତିକ କ୍ୟାରିୟର
ଦୋ ଛକିର ବରିଷ୍ଠ ନେତା, କେମିତି ଗଢିବେ ରାଜନୈତିକ କ୍ୟାରିୟର
Manas Kumar Rout |
December 18, 2018 |
ଭୁବନେଶ୍ୱର, ୧୮/୧୨ (ସନ୍ଧାନ ନିୟୁଜ) ବିଜୟ ମହପାତ୍ର, ବୈଜୟନ୍ତ ପଣ୍ଡା, ଦିଲୀପ ରାୟ ନିଜର ରାଜନୈତିକ ଭବିଷ୍ୟତ ସ୍ପଷ୍ଟ କରିବେ । ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ବିଜୟ ମହାପାତ୍ର ଓ ଦିଳୀପ ରାୟ ବିଜେଡ଼ିରେ ସାମିଲ ହେବା ନେଇ ସବୁ ଆଲୋଚନା ସରିଥିବା ବେଳେ କେବେ ବିଧାୟକ ଓ ସାଂସଦ ପଦବୀ ଲାଗି ଅଟକିଛି ମିଶ୍ରଣ ପର୍ବ । କାରଣ ବିଜେଡ଼ିରେ ବିଜୟ ସାମିଲ ହୋଇ କେନ୍ଦ୍ରପଡ଼ା ଆସନରୁ ସାଂସଦ ପ୍ରାର୍ଥୀ ହୋଇ ଲଢିବାକୁ କୁହାଯାଇଛି । ଯେହେତୁ କେନ୍ଦ୍ରପଡ଼ା ଲୋକସଭା ଆସାନ ଲାଗି ବୈଜୟନ୍ତ ଗଲା ପରେ ବିଜେଡ଼ି ସେହି ସ୍ତରର ଏକ ନେତା ଖୋଜୁଛିି ତେଣୁ ବିଜୟ ହିଁ ଉପଯୁକ୍ତ ପ୍ରାର୍ଥୀ ବୋଲି ଦଳ, ଅନୁଭବ କରିଛି । ତେଣୁ ବିଜୟଙ୍କୁ ସାଂସଦ ପ୍ରାର୍ଥୀ କରିବାକୁ ଦଳ ଇଚ୍ଛା ପ୍ରକାଶ କରିଛି । ହେଲେ ଏଥିରେ ରାଜି ନାହାନ୍ତି ବିଜୟ ମହାପାତ୍ର । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିଜୟ ମହାପାତ୍ର ପାଟକୁରା, ମହାକାଳପଡ଼ା ଆଦି ବିଧାନସଭା କ୍ଷେତ୍ରରୁ ବିଧାୟକ ପ୍ରାର୍ଥୀ ହେବାକୁ ଚାହୁଛନ୍ତି । ଯାହାକୁ ବିଜେଡ଼ି ହାଇକମାଣ୍ଡ ମାନିବାକୁ ନାରାଜ । ଯେଉଁଥି ପାଇଁ ବିଜୟ ବିଜେଡ଼ିରେ ମିଶିପାରୁନାହାନ୍ତି । ସେହିପରି ବିଜେଡ଼ିରୁ ବିଦା ହେବା ପରେ ବୈଜୟନ୍ତ ପଣ୍ଡା ବିଜେପିରେ ସାମିଲ ହେବା ନେଇ ସବୁ ପ୍ରକାର ଆଲୋଚନା ଶେଷ କରିଛନ୍ତି । ହେଲେ ବୈଜୟନ୍ତ ବିଧାୟକ ଭାବେ ଲଢିବାକୁ ଚାହୁଥିବା ବେଳେ ବିଜେପି ତାଙ୍କୁ ସାଂସଦ ଭାବେ ଲଢିବାକୁ ଅଫର ଦେଇଛି । ଫଳରେ ବୈଜୟନ୍ତ ରାଜି ହେଉନାହାନ୍ତି । ଆଉ ଏଥିଲାଗି ବିଜେପିରେ ସେ ମିଶିବା ପର୍ବ ଘୁଞ୍ଚିଘୁଞ୍ଚି ଚାଲିଛି । ସେହିପରି ଦିଲୀପ ରାୟ ନିଜ ପୁଅଙ୍କୁ ରାଉଲକେଲା ବିଧାୟକ ପ୍ରାର୍ଥୀ କରିବାକୁ ଚହୁଥିବା ବେଳେ ସେ ନିଜେ ରାଜ୍ୟସଭା ଯିବାକୁ ଇଚ୍ଚା ପ୍ରକାଶ କରିଛନ୍ତି । ଯାହାକୁ ବିଜେଡ଼ି ମାନୁନାହିଁ । ବିଜେଡ଼ି ପୁଣିଥରେ ଦିଲୀପ ବିଧାୟକ ଭାବେ ଲଢିବାକୁ ପ୍ରସ୍ତାବ ଦେଇଛି । ଖାସ ଏଥିଲାଗି ଓଡ଼ିଶା ରାଜନୀତିର ଏହି ୩ଜଣ ହେବିୱାର୍ଟ ନେତା କେଉଁ ଦଳରେ ସାମିଲ ହୋଇପାରୁନାହାନ୍ତି ।
Related Posts
About The Author