ଦୋଷ ସ୍ୱୀକାର କଲା ଅଟକ ଯୁବକ

Spread the love

ବାଲେଶ୍ୱର, ୦୧/୦୭/୨୦ (ସନ୍ଧାନ ନିଉଜ) : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଚଉମୁଖ ଗାଁର ଏକ ପାନ ବରଜରେ ମହିଳାଙ୍କୁ ବଳତ୍କାର ପରେ ହତ୍ୟା ଘଟଣାରେ ଅଟକ ଯୁବକ ଧୂଳିଆ ଓରଫ ମହେଶ୍ୱର ବେହେରା (୩୩) ତାର ଦୋଷ ସ୍ୱୀକାର କରିଛି । ବଳତ୍କାରୀଙ୍କୁ ଫାଶୀ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଗତକାଲି ଭଳି ଦୁଃଖଦ ଖବର ପାଇ ମୃତ ମହିଳାଙ୍କ ସ୍ୱାମୀ ବାଇକ୍ରେ ଆସୁଥିବା ବେଳେ ସଡକ ଦୁର୍ଘଟଣାରେ ଗୁରୁତ୍ୱର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ କୋମାରେ ଥାଇ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ଘରେ ୩ ବର୍ଷରେ ପୁଅ ବାହୁନି ବାହୁନି କାନ୍ଦି ମାଆକୁ ଖୋଜୁଛି । ପ୍ରକାଶ ଯେ ବାଲିଆପାଳ ଥାନା ଅନ୍ତର୍ଗତ ଚଉମୁଖ ଗାଁର ଜନ୍ମେଜୟ ପାତ୍ର ୧୦ ଦିନ ପୂର୍ବରୁ ନିଜର ଟ୍ରାକ୍ଟର ନେଇ ଶଶୁର ଘର ନଳ ବାହାରରେ ରହି ହଳ କରିବା ଯାଇଥିଲେ । ପରେ ସ୍ତ୍ରୀ ସୋନାଲୀ (୨୩), ୩ ବର୍ଷର ପୁଅ ଓ ବିଧବା ବୁଢୀମା ଘରେ ଥିଲେ । ସବୁଦିନ ଶାଶୁ ଶାନ୍ତିଲତାଙ୍କୁ କହିଯାଇଥିଲେ ଆସିଲେ ଭାତ ରାନ୍ଧି ଖାଇବା, ମାତ୍ର ବିଳମ୍ବ ହେବାରୁ ଶାଶୁ ଶାନ୍ତିଲତା ବୋହୁ କାହିଁକି ଏତେବେଳେ ହେଲା ଆସୁନାହିଁ, କଣ ହେଲା ଭାବି ପାନ ବରଜକୁ ଯାଇ ଖୋଜିଥିଲେ, ସେଠାରେ ପାନବରଜ ବାଡ ଭଙ୍ଗା ହେବା ସହ ପାନ ଗଛ ଗୁଡିକ ଏଣେ ତେଣେ ହୋଇ ପଡିଥିବାର ଦେଖିଥିଲେ । ଗୋଟିଏ ସ୍ଥାନରେ ମାଟି ଖୋଳା ହୋଇଥିବା ଦେଖି ଶାଶୂଙ୍କ ମନରେ ସନ୍ଦେହ ହୋଇଥିଲା । ସେ ସମ୍ପର୍କରେ ପାଖ ପଡୋଶୀକୁ ଜଣାଇଥିଲେ । ପାନ ବରଜ ପାଖରେ ବାଲି ଖୋଳୁ କିଛି ପୋଡି ଦିଆଯାଇଥିବାର ଜାଣି ପାରିଥିଲେ । ବାଲି ଆଡେଇ ଦେଖିଲା ବେଳକୁ ପ୍ରଥମେ ଗୋଡ ଦେଖାଯାଇଥିଲା । କାଳେ ସୋନାଲି ବଂଚିଥିବେ ଭାବି ବାଲି ତଳୁ ତାଙ୍କୁ ବାହାର କରିଥିଲେ । ମାତ୍ର ସେତେ ବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ବଳତ୍କାର ପରେ ହତ୍ୟା ସନ୍ଦେହ କରି ଗ୍ରାମବାସୀ ବାଲିଆପାଳ ଥାନାକୁ ଖବର ଦେଇଥିଲେ । ସେଠାରେ ଧୂଳିଆ ଓରଫ ମହେଶ୍ୱର ବେହେରା କାମ କରୁଥିଲେ । ତାଙ୍କୁ ଦେଖି ଲୋକମାନେ ସନ୍ଦେହ ଉପୁଜିଥିବାର ଅଟକ ରଖିଥିଲେ । ବାଲିଆପାଳ ଆଇ.ଆଇ.ସି ବିମଳ କୁମାର ନାୟକ, ଜାମକୁଣ୍ଡ ଫାଣ୍ଡି ଅଧିକାରୀ ଷାରଦା ପ୍ରସନ୍ନ ମୁଦୁଲି, ବସ୍ତା ଏସ.ଡି.ପିଓ. ଜଳନ୍ଧୟ ଜାଲି ପ୍ରମୁଖ ଘଟଣାସ୍ଥଳରେ ପହଂଚି ତଦନ୍ର କରିଥିଲେ । ଲୋକଙ୍କ ଅଭିଯୋଗକୁ ଭିତିକରି ଏବଂ ପାରିପାଶ୍ୱର୍ିକ ସ୍ଥିତିକୁ ଲକ୍ଷ୍ୟ କରି ପୋଲିସ୍ ଗ୍ରାମବାସୀ ଧରିଥିବା ଧୂଳିଆ ଓରଫ ମହେଶ୍ୱର ବେହେରାକୁ ଥାନାକୁ ଆଣି ପଚରାଉଚରା କର୍ୟିଥିଲେ । ସେ ସୋନାଲୀକୁ ବଳତ୍କାର କରିବା ପରେ କାଳେ ସେ ବାହାରେ ପ୍ରକାଶ କରିଦେବ ସେହି ଭୟରେ ମାରି ବାଲିରେ ପୋତି ଦେଇଥିଲା ବୋଲି ପୋଲିସ୍ ଆଗରେ ପ୍ରକାଶ କରିଛି । ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ୍ ଆସାମୀ ଧୂଳିଆ ଓରଫ ମହେଶ୍ୱରକୁ ନେଇ ଘଟଣା ସ୍ଥଳକୁ ଯାଇଥିଲା, ସେ ସମସ୍ତ ଘଟଣା ପୋଲିସ୍ ପାଖରେ ବର୍ଣ୍ଣନା କରିଥିଲା ପୋଲିସ୍ ସୋନାଲୀଙ୍କ ଦେଢଶୁରଙ୍କ ଏତଲା ମୂଳେ କେଶ ନଂ ୧୩୪/୨୦ ହତ୍ୟା ମାମଲା ରୁଜୁ ହୋଇଛୀ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଗଲା, ଏଠାରେ ସୂଚନା ଥାଉକି ପୂର୍ବରୁ ଧୁଳିଆ ଓରଫ ମହେଶ୍ୱ ବେହେରା ଏକାଧିକ ଅସଦାଚରଣ ମାମଲାରେ ସମ୍ପୃକ୍ତ ଜୋରିମାନା ଦେଇଥିବାର ନଜିର ରହିଛି । ଏମିତି ଜଣେ ବଳତ୍କାରୀକୁ ଫାଶି ଦଣ୍ଡ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Related Posts

About The Author

Add Comment