ରାଉରକେଲା, ୧୪/୦୩ (ସନ୍ଧାନ ନିୟୁଜ):ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳରେ ପବିତ୍ର ଦୋଳ ମେଲଣ ପାଣିଟାଙ୍କି ପୁର୍ଣ୍ଣାନନ୍ଦ ମାର୍କେଟ ନିକଟ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶୁଭ୍ରକାନ୍ତ ମିଶ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ମଂଚଶୀନ ଅତିଥି ଭାବେ ସମାଜସେବୀ ପି.ପି. ଋାୟ, ଡାକ୍ତର ରାହାସ ବିହାରୀ ମହାପାତ୍ର, ରବୀନ୍ଦ୍ର ବେହୁରିଆ ଯୋଗ ଦେଇଥିବା ବେଳେ, ବିଜୟ ମହାନ୍ତି ମଂଚ ପରିଚାଳନା କରିଥିଲେ । ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ ମଂଚ ପକ୍ଷରୁ ଆବାହକ ଖଗେଶ୍ୱର ଦାଶ(କାଳିଆ ନନା)ଙ୍କ ଅଧ୍ୟକ୍ଷତାରେ ଦୋଳ ମେଲଣ ଅନୁଷ୍ଠିତ ହୋଇଥିଲା । ରାଉରକେଲା ବିଭିନ୍ନ ଜଗନ୍ନାଥ ମନ୍ଦିର ସମେତ ଦକ୍ଷିଣ ରାଉରକେଲାର ଦେଓଗାଁ, ସାରନଗରୀ ଜଗନ୍ନାଥ ମନ୍ଦିରରୁ ମୋଟ ୧୦ଟି ଦୋଳ ବିମାନ ପଡ଼ିଆରେ ପହଂଚିବା ପରେ ଭୋଗଲାଗି ହୋଇଥିଲା । ଭକ୍ତ ମାନଙ୍କ ଲାଗି ସିଦ୍ଦେଶ୍ୱର ଭଜନ ଗ୍ରୁପ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା । ସର୍ବଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୀଲ ମଲ୍ଲିକ, କେଶବ ସାହୁ, ଗୋପୀନାଥ ଦାଶ, ବିନୟ ବେହୁରିଆ, ସୁଶାନ୍ତ ରାଉତ, ବୁଲୁ ବେହେରା, ଶ୍ରୀଚରଣ ସାମଲ, ଜ୍ୟୋତିରଂଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ସକ୍ରୀୟ ସହଯୋଗ କରିଥିଲେ ।
ଦୋଳ ମେଲଣ ଉତ୍ସବରେ ଝୁମିଲେ ଶ୍ରଦ୍ଧାଳୁ
|
March 14, 2020 |
