ଧର୍ମଶାଳା, ୨/୩ (ସନ୍ଧାନ ନିୟୁଜ) ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଚଣ୍ଡିଖୋଲ ଜାତୀୟ ରାଜପଥ ମହାବିନାୟକ ଲଘୁ ଖଣିଜ ପରିବହନ କାର୍ଯ୍ୟଳୟ ନିକଟରେ ଭାତୃପଶି ଗ୍ରାମର ମୃତୁ୍ୟଞ୍ଜୟ ବରାଳଙ୍କ ଲିପୁ ବିଟେଲ ସଫ ଦୋକାନରୁ ଗତକାଲି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଚୋରି ହୋଇଥିବା ନେଇ ଧର୍ମଶାଳା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଗତକାଲି ରାତି ୧୧ଟା ବେଳେ ମୃତୁ୍ୟଞ୍ଜୟ ଦୋକାନରେ ତାଲା ପକାଇ ଘରକୁ ଯାଇଥିଲେ । ଆଜି ସକାଳୁ ଆସିବା ପରେ ଦୋକାନରୁ ତିନିଟା ତାଲା କାଟାଯାଇଥିବା ଦେଖିବାକୁ ପାଇଥିଲେ । ଦୋକାନରେ ଥିବା ସାବୁନ , ତେଲ, ବିସ୍କୁଟ, ଦୁଇଟି ରିର୍ଚାଜ ହେଉଥିବା ମୋବାଇଲ ଗ୍ୟାସ ଏବଂ ଦୁଇଟି ଚୁଲା ସମେତ ସମସ୍ତ ଜିନିଷପତ୍ର ଚୋରି କରିନେଇଛନ୍ତି । ଏହାର ଆନୁମାନିକ ମୂଲ୍ୟ ୭୦ହାଜରୁ ଅଧିକ ହେବ ବୋଲି ଜଣାପଡିଛି । ତେବେ ପୋଲିସ ପେଟ୍ରୋଲିଂଗ ହେଉନଥିବାରୁ ଏଭଳି ବାରମ୍ବାର ହେଉଥିବା ଅଭିଯୋଗ ଆସିଛି । କିଛି ଦିନ ତଳେ ହରିଦାସପୁର ଗ୍ରାମ ଭିତରୁ ଜଣେ ଦମ୍ପତିଙ୍କ ଗାଡି ଅଟାକାଇ ସମସ୍ତ ସୁନାଅଳଙ୍କାର ଏବଂ ନଗଦ ଟଙ୍କା ଲୁଟୁ ହୋଇଥିଲା । ହେଲେ ପୋଲିସ ତଥାପି ନିସ୍କିୟତା ଆବଲମ୍ବନ ନୀତି ଯୋଗୁ ଏଭଳି ଘଟୁଥିବା ଅଭିଯୋଗ ହେଉଛି । ତୁରନ୍ତ ପୋଲିସ ଏହାର ପର୍ଦାଫାଶ କରିବା ପାଇଁ ସାଧରଣରେ ଦାବି ହେଉଛି ।

ଦୋକାନରୁ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଚୋରି
|
March 2, 2020 |



