ଦୋକାନରୁ ଲକ୍ଷାଧିକ ଟଙ୍କାର ଲୁଗା ଚୋରି

Spread the love

ଖୁଣ୍ଟା, ୨୬/୧୦ (ସନ୍ଧାନ ନିଉଜ) : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ବାହାନଡାର ଶୁକ୍ରବାର ରାତିରେ ଚାରି ଗୋଟି ସ୍ଥାନରୁ ଚୋରି ଉଦ୍ୟମ ହୋଇଥିବା ବେଳେ ଏକ ଲୁଗା ଦୋକାନରୁ ଲକ୍ଷାଧିକ ଟଙ୍କାର ଲୁଗା ଚୋରି ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଖୁଣ୍ଟା ଥାନା ବାହାନଡାର ବିନୋଦିନୀ ସାହୁଙ୍କ ବାସସ୍ଥାନରେ ଥିବା ଲୁଗା ଦୋକାନରୁ ଦୁର୍ବୁତ୍ତମାନେ ୨୫ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କା ମୂଲ୍ୟର ଲୁଗା ଚୋରି କରିଥିବା ଜଣାପଡ଼ିଛି । ସେହିପରି ବାହାନଡାର ଏକ ଜଳଖିଆ ଦୋକାନ, ନିକଟସ୍ଥ ଗୟଳମରା ଗ୍ରାମର ହନୁମାନ ମନ୍ଦିର ଓ ଅନ୍ୟ ଏକ ଦୋକାନରୁ ଚୋରି ଉଦ୍ୟମ ହୋଇଥିବା ଜଣା ପଡିଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related Posts

About The Author

Add Comment