ଦେଶୀ ମଦ ଜବତ, ଦୁଇ ଜଣକୁ କୋର୍ଟ ଚାଲାଣ

Spread the love

ବଡ଼ଚଣା , ୨୬/୧୦ (ସନ୍ଧାନ ନିଉଜ):ଆକ୍ସନ ମୋଡରେ ବଇରୀ ପୋଲିସ, ସୂଚନା ଥାଉକି, ଯାଜପୁର ଜିଲ୍ଲା ବଇରୀ ଥାନା ଅଞ୍ଚଳରେ ବ୍ୟାପକ ଚୋରା ଦେଶୀ ମଦର ଅବାଧ କାରବାର ବଢ଼ୁ ଥିବା ବେଳେ ଏହାକୁ ପୋଲିସ ପକ୍ଷ ରୁ ନଜର ରଖା ଯାଇ ଥିବା ବେଳେ,ଛତିଆ ନିକଟସ୍ଥ ଚମ୍ପା ପୁର ଲାଲବେଗୀ ଗ୍ରାମର ଦୁଇ ଚୋରା ମଦ ବେପାରୀ ଙ୍କୁ ବଇରୀ ପୋଲିସ ବଇରୀ ରେଲୱେ ଫାଟକ ନିକଟରୁ ବାଇକ୍ ଯୋଗେ ମଦ ନେଇ ଯାଉ ଥିବା ବେଳେ ପୋଲିସ ବାଇକ୍ ସହିତ 35ଲିଟର ଦେଶୀ ମଦ ସହିତ ଦୁଇ ଜଣକୁ ଗିରଫ କରିଯିବା ସହିତ କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ସୂଚନା ଥାଉକି, ଗିରଫ ଚୋରା ମଦ ବେପାରୀ ମାନେ ହେଲେ ମାହାଙ୍ଗା ବ୍ଲକ ଅନ୍ତର୍ଗତ ଲାଲ ବେଗି ଗ୍ରାମର ଅଜୟ ସାହୁ ଙ୍କ ପୁଅ ଦିଲ୍ଲୀପ ସାହୁ, ଓ ବିର କିଶୋର ପାଲ ଙ୍କ ପୁଅ ମହେନ୍ଦ୍ର ପାଲ ବୋଲି ଜଣା ପଡିଛି। ତେବେ ମଦ ନେଇ ଯାଉଥିବା ବାଇକ୍ ଯାହାର ନମ୍ୱର୍ OD-04Q-3483 କୁ ଜବତ କରିବା ସହିତ ଉଭୟଙ୍କୁ ଗିରଫ କରି ଏକ ମାମଲା ରୁଜ୍ଜୁ କରିବା ସହିତ କୋର୍ଟ ଚାଲାଣ କରାଯାଇ ଥିବା ଥାନା ପକ୍ଷରୁ ଅଧିକାରିଣୀ ସଂଘମିତ୍ରା ନାୟକ ପକ୍ଷରୁ ସୂଚନା ମିଳିଛି। ତେବେ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ରେ ଏସ,ଆଇ ସୁବ୍ରତ ସାହୁ, ଏସ ଆଇ ଅକ୍ଷୟ କୁମାର ବେହେରା, କନେଷ୍ଟ ବଲ୍ ସୁଶାନ୍ତ ରାଉତ, ଅଶ୍ରଫ ରାଜ ଅଲ୍ଲୀ,ଚୌଧୁରୀ ଲକ୍ଷ୍ମଣ ମିଶ୍ର ପ୍ରମୁଖ ଏହି ପେଶା ଗତ ମଦ ବେପାରୀଙ୍କୁ ଧରି ବାରେ ସଫଳ ହୋଇ ଥିଲେ

Related Posts

About The Author

Add Comment