ଦେଶର ସବୁଠୁ ସୁନ୍ଦରୀ ସାଧ୍ବୀ ହେଉଛନ୍ତି ୨୧ ବର୍ଷିୟା ଏହି ଯୁବତୀ

Spread the love

ନୂଆଦିଲ୍ଲୀ, ୧୫/୩ (ସନ୍ଧାନ ନିୟୁଜ) ୧୯୯୬ ମସିହା ଜୁଲାଇ ମାସ ୧୩ ତାରିଖ ରାଜସ୍ଥାନରେ ଜନ୍ମ ହୋଇଥିବା ଏହି ଯୁବତୀ ଅତି କମ ବୟସରେ ସବୁ କିଛି ଭଗବାନଙ୍କୁ ସମର୍ପିତ କରିଦେଇଛନ୍ତି। ପାର୍ଥୀବ ସୁଖ ସମ୍ଭୋଗକୁ ତ୍ୟାଗ କରି ସେ କୃଷ୍ଣ ପ୍ରେମରେ ତଲ୍ଲୀନ ହୋଯାଇଛନ୍ତି। ଏହି ଯୁବତୀ ସାଧ୍ବୀ ହେଉଛନ୍ତି ଜୟା କିଶୋରୀ। ସଂସାରର ମୋହ ମାୟାଠୁ ଦୂରରେ ରହିବା ପସନ୍ଦ କରନ୍ତି ଜୟା। ଏହି ସାଧ୍ବୀ ଏବେ କେବଳ ଭାରତ ନୁହଁ ସମଗ୍ର ବିଶ୍ୱରେ ବେଶ ପ୍ରସିଦ୍ଧ। ସେ ମଧ୍ୟ ଜଣେ ସୁଗାୟିକା। ସମବେତ କଣ୍ଠରେ କୃଷ୍ଣ ଭଜନ, କିର୍ତ୍ତନ ଓ ଜଣାଣ ଗାଇ ସେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିପାରନ୍ତି। ଅନେକ ଲୋକ ତାଙ୍କ କଣ୍ଠର ପ୍ରଶଂସା କରନ୍ତି।

ଆଜିକାଲିର ଲୋକଙ୍କ ପାଇଁ ସେ ଏକ ଉଦହାରଣ। ଜୟା ଜଣେ ମଡେଲ ଓ ଅଭିନେତ୍ରୀ ଭଳି ଦେଖାଯାଆନ୍ତି। ସେ ଦେଖିବା ପାଇଁ ଖୁବ୍‌ ସୁନ୍ଦର। ସେ ସାଧ୍ବୀ ବ୍ରତ ଧାରଣ କରିଛନ୍ତି । ଲୋକଙ୍କୁ ପ୍ରବଚନ ଏବଂ ଉପଦେଶ ଦିଅନ୍ତି । ତାଙ୍କ ପ୍ରବଚନ ଶୁଣିବା ଲାଗି ପ୍ରବଳ ଭିଡ ହୁଏ । ଯିଏ ତାଙ୍କୁ ଦେଖେ ସେ ତାଙ୍କ ରୂପ, ଗୁଣ ଓ ପ୍ରତିଭାରେ ମୁଗ୍ଧ ହୋଇଥାଏ । ତାଙ୍କ ବାପାଙ୍କ ନାଁ ହେଉଛି ରାଧେଶ୍ୟାମ ଜୀ ହରିତପାଲ ଓ ତାଙ୍କ ମାଁ ହେଉଛନ୍ତି ଗୀତା ଦେବୀ। ଉଭୟେ କୃଷ୍ଣ ଭକ୍ତ।

ଜୟା କିଶୋରୀଙ୍କ ମାଁ ବାପାଙ୍କ ବିଶ୍ୱାସ ଯେ, କୃଷ୍ଣଙ୍କ କୃପାରୁ ଜୟା ତାଙ୍କୁ ମିଳିଛନ୍ତି। ଜୟାଙ୍କ ଜେଜେ ତାଙ୍କୁ ପିଲା ବେଳେ ଶ୍ରୀକୃଷ୍ଣଙ୍କ ଲୀଳା ସଂପର୍କିତ ବହୁ କାହାଣୀ କହୁଥିଲେ। ଧିରେ ଧିରେ ଜୟା କୃଷ୍ଣ ପ୍ରେମରେ ଉଦବୁଦ୍ଧ ହେବାରେ ଲାଗିଲେ। ଆଶ୍ଚର୍ଯ୍ୟଜନକ ଭାବେ ସେ ଶ୍ରୀମଦ୍‌ ଭାଗବତ ଗୀତା, ଶ୍ରୀକୃଷ୍ଣ ଲୀଳା ଓ ଶ୍ରୀରାମ ଚରିତ ମାନସ ସେ ଅତି କମ ସମୟ ମଧ୍ୟରେ ଆୟତ୍ତ କରିବାରେ ସକ୍ଷମ ହେବା ସହ ଏହାର ସୁନ୍ଦର ବ୍ୟାଖ୍ୟା ମଧ୍ୟ କରିବାରେ ସମର୍ଥ ହୋଇଥିଲେ ।

ତାଙ୍କର ସୁଲଳିତ କଣ୍ଠ ସ୍ୱର ତାଙ୍କ ପ୍ରତିଭାକୁ ଆହୁରି ଦ୍ୱିଗୁଣିତ କରିଥାଏ। ତାଙ୍କ ଭଜନ ଆଲବମ ଟି-ସିରିଜ ଭଳି ମ୍ୟୁଜିକ କମ୍ପୀନୀ କରିଛି। ବିଦେଶରେ ମଧ୍ୟ ତାଙ୍କର ବହୁ ପ୍ରଶଂସକ ଓ ଅନୁଗାମୀ ରହିଛନ୍ତି। ଜୟା ମଧ୍ୟ ସମାଜ ସେବା କାର୍ଯ୍ୟରେ ମନୋନିବେଶ କରିଥାନ୍ତି। ସେ ନାରାୟଣ ସେବା ସଂସ୍ଥାନ ସହିତ ଜଡିତ। ମୁଖ୍ୟତଃ ଭୃଣ ଚିହ୍ନଟ ଓ ଗର୍ଭପାତ ବିରୋଧରେ ସେ ସଚେତନତା ମଧ୍ୟ କରିଥାନ୍ତି। ତାଙ୍କ କଣ୍ଠ ସଂଗୀତ ଜୟା କିଶୋରୀ ଜୀ ରେଡିଓ ମାଧ୍ୟମରେ ପ୍ରସାରିତ ହୋଇଥାଏ। ବିବିନ୍ନ ଜାତୀୟ ସ୍ତରର ଆଧ୍ୟାତ୍ମିକ ଚ୍ୟାନେଲ ତାଙ୍କ ପ୍ରବଚନ ପ୍ରସାରଣ କରିଥାନ୍ତି।

Related Posts

About The Author

Add Comment