ଦେଶର ଯବାନ ଙ୍କୁ ରାଜ୍ୟ ରାଜପଥ ୨୪ରେ ଯୋଜନା ବଦ୍ଧ ମୃତ୍ୟୁ,ପରିବାରଙ୍କ ଅଭିଯୋଗ

Spread the love

ସୁନ୍ଦରଗଡ ତା:୨/୮/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ଗତକାଲି ରାତ୍ରି ପ୍ରାୟ ୯ଟା ସମୟରେ ୨୪ ନମ୍ବରରାଜ୍ୟ ରାଜପଥ ପଞ୍ଚ ମହଲା ମୁଖ୍ୟ ରାସ୍ତା କଡରେ ଏକ ବାଇକ ସମ୍ପୂର୍ଣ୍ଣ ଭାବରେଜଳୁଥିବା ସହିତ ତା ନିକଟରେ ଜଣେ ଯୁବକ କ୍ଷତ ବିକ୍ଷତ ପଡିଥିବାର ଦେଖି ସ୍ଥାନୀୟ ଗ୍ରାମବାସୀ ସଦର ପୋଲିସକୁ ସୂଚନା ଦେଇଥିଲେ । ସଦର ପୋଲିସ ଖବରପାଇ ଶବକୁ ଜବତ କରି ତାଙ୍କ ପରିବାର ବର୍ଗଙ୍କୁ ସୂଚନା ଦେଇଥିଲେ । ପରିବାର ବର୍ଗ ସୂଚନା ପାଇ ଆସିବାପରେ ଶବକୁ ପୋଲିସ ବ୍ୟବଛେଦ ପାଇଁ ପଠାଇବା ଜଣାପଡିଛି । ସୂଚନା ଅନୁସାରେ ମୃତକ ଜଣକ ସବଡେଗା ବ୍ଲକ ଅନ୍ତର୍ଗତ କୁରୁମକେଲ ପଞ୍ଚାୟତ ଟାଙ୍ଗର ବାହାଲ ଗ୍ରାମର କେଦାର ମାଝୀ ଦେଶର ସୀମାନ୍ତ ଜାମ୍ମୁ ଓ କାଶ୍ମୀରରରେ ସୈନିକ ଭାବରେ କାର୍ଯ୍ୟ କରୁଥିଲେ । ମୃତକ ଗତ ସପ୍ତାହେ ଧରି ଆସିବା ସହିତ ନିଜ ସମ୍ପର୍କୀୟ ଘର ମାନଙ୍କୁ ଯାଇ ଫେରୁଥିବା
ସମୟରେ ପଞ୍ଚ ମହଲା ନିକଟରେ ବାଇକ ଦୁର୍ଘଟଣା ହୋଇଥିବା ଶୁଣା ଯାଉଛି । କୌଣସି ଭାରିଯାନ କିମ୍ବା ଟ୍ରକ ଦୁର୍ଘଟଣା ଘଟାଉଥିବା କୁହାଯାଉଥିବା ବେଳେ ପରିବାର ଲୋକେ ଏହା ଦୁର୍ଘଟଣା ନୁହେଁ ଯୋଜନା ବଦ୍ଧ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି । ସଦର ପୋଲିସ ଥାନାରେ
ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Related Posts

About The Author

Add Comment