ପାଣାଜୀ, ୨୦/୦୪/୨୦ (ସନ୍ଧାନ ନିଉଜ) : ଦେଶବାସୀଙ୍କ ଖୁସି ଖବର। ଗୋଆରେ କେହି କରୋନା ସଂକ୍ରମିତ ରୋଗୀ ନାହାନ୍ତି। କରୋନା ଭୂତାଣୁକୁ ପ୍ରତିହତ କରିବାରେ ସଫଳ ହୋଇଛି ଗୋଆ ପ୍ରଶାସନ। କରୋନା ଭୂତାଣୁର ଜଡ଼ ଉପାଡ଼ି ଫୋପାଡ଼ି ଦେବାରେ ଗୋଆ ହେଉଛି ଭାରତରେ ପ୍ରଥମ ରାଜ୍ୟ ଏବଂ ଦେଶର ପ୍ରଥମ କରୋନା ମୁକ୍ତ ରାଜ୍ୟର ମାନ୍ୟତା ପାଇଛି। ଗୋଆରେ ଜଣେ ବି କରୋନା ସଂକ୍ରମିତ ରୋଗୀ ନ ଥିବାରୁ ଏହା ଏବେ ଗ୍ରିନ୍ ଜୋନ୍ ତାଲିକାରେ ସାମିଲ ହୋଇଛି। କିଛି ଦିନ ତଳେ ଗୋଆରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଥିଲା। ଏଥିରେ ୬ଜଣ ବିଦେଶୀ ରହିଥିଲେ। କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିବା ଶେଷ ୭ ଜଣ ସୁସ୍ଥ ହୋଇଯାଇଛନ୍ତି। ଗୋଆ ଏବେ ସଂପୂର୍ଣ୍ଣ ରୂପେ କୋଭିଡ୍-୧୯ରୁ ମୁକ୍ତ।
ଦେଶର ପ୍ରଥମ କରୋନାମୁକ୍ତ ରାଜ୍ୟ ଗୋଆ
|
April 20, 2020 |