ଦେଶର ଜଳସୀମା ଓ ସାମୁଦ୍ରିକ ତଟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନୌସେନା ଗଠନ କଲା ‘ସି ଇଗଲସ୍‌’ ସ୍କାଡର୍ନ

Spread the love

ଚେନ୍ନାଇ/ ନୂଆଦିଲ୍ଲୀ, ୨୩/୭ (ସନ୍ଧାନ ନିଉଜ) : ଦେଶର ଜଳସୀମା ଓ ସାମୁଦ୍ରିକ ତଟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭାରତୀୟ ନୌସେନା ‘ସି ଇଗଲସ୍‌’ ନାମରେ ଏକ ନୂତନ ନାଭାଲ ଏୟାର ସ୍କାଡର୍ନର ଗଠନ କରିଛି। ଏବଂ ଏହି ନବ ଗଠିତ ସ୍କାର୍ଡନ ଗତ ସୋମବାର ଠାରୁ ଆନୁଷ୍ଠାନିକ ଭାବେ ନିଜର କାର୍ଯ୍ୟ ଆରମ୍ଭ କରିଛି। ଏହି ସ୍କାଡର୍ନ ଭାରତ ମହାସାଗର ଓ ବଙ୍ଗୋପ ସାଗର ଅଞ୍ଚଳରେ ପାଟ୍ରୋଲିଂ କରିବା ସହ ଦେଶର ପୂର୍ବ ଓ ଦକ୍ଷିଣରେ ସାମୁଦ୍ରିକ ଜଳସୀମା ସୁରକ୍ଷାକୁ ସୁନିଶ୍ଚିତ କରିବ।

ଏସଂପର୍କରେ ସୁଚନା ପ୍ରଦାନ କରି ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ କହିଛନ୍ତି ଯେ ଦେଶର ଜଳସୀମା ସୁରକ୍ଷାକୁ ସୁଦୃଢ଼ ସହ ସୁନିଶ୍ଚିତ କରିବା ପାଇଁ ଭାରତୀୟ ନୌସେନା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନୌସେନା ପାଇଁ ନିର୍ମିତ ହୋଇଥିବା ଏହି ‘ସି ଇଗଲସ୍‌’ ବିମାନ କେବଳ ମାତ୍ର ଅତ୍ୟାଧୁନିକ ବିମାନ ନୁହେଁ ବରଂ ସବୁ ପରିସ୍ଥିତରେ ଶତ୍ରୁ ପକ୍ଷର ମୁକାବିଲା କରିବା ପାଇଁ କ୍ଷମତା ରଖୁଥିବା ଅତ୍ୟାଧୁନିକ ବିମାନ। ଏହା କେବଳ ମାତ୍ର ପାଟ୍ରୋଲିଂ କାଳରେ ଅନୁପ୍ରବେଶକାରୀ ବା ଶତ୍ରୁ ପକ୍ଷର ଗତିବିଧି ଉପରେ ନଜର ରଖିବ ନାହିଁ ବରଂ ଆବଶ୍ୟକ ସ୍ଥଳେ ସୋମାନଙ୍କର ମୁକାବିଲା ମଧ୍ୟ କରିବ। ‘ସି ଇଗଲସ୍‌’ ସ୍କାର୍ଡନର ଗଠନ ପରେ ଦେଶର ଜଳସୀମା ଓ ସାମୁଦ୍ରିକ ତଟ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ସୁଦୃଢ଼ ହୋଇପାରିଛି ବୋଲି କହିଛନ୍ତି ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ।

Related Posts

About The Author

Add Comment