ଦେଶରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା, ଓଡ଼ିଶାରେ ଏବେ 20 କୋଭିଡ-୧୯

Spread the love

ଭୁବନେଶ୍ୱର , ୪/୪/୨୦ (ସନ୍ଧାନ ନିଉଜ) : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ହଜାର ୫୪୭ରେ ପହଁଚିଛି ଏବଂ ମୃତ୍ୟୁ ସଂଖ୍ୟା ୬୨ରେ ପହଁଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୬୨ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୩୩୫ ଆକ୍ରାନ୍ତଙ୍କ ସହ ତାଲିକାର ଶୀର୍ଷରେ ରହିଛି ମହାରାଷ୍ଟ୍ର । ତାମିଲନାଡୁରେ ୩୦୯ ଜଣ , କେରଳରେ ୨୮୬ ଜଣ, ଦିଲ୍ଲୀରେ ୨୧୯ଜଣ , ଉତରପ୍ରଦେଶରେ ୧୭୨ଜଣ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।ଦିଲ୍ଲୀ ନିଜାମୁଦ୍ଦିନ ତବଲିଗ୍ ଜମାତ ଧାର୍ମିକ ସମାବେଶ ଘଟଣା ସାମ୍ନାକୁ ଆସିବା ଦେଶର କରୋନା ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବେଶ୍ ବଢିଯାଇଛି । ଏପର୍ଯ୍ୟନ୍ତ ମୋଟ ୬୬ହଜାର ନମୁନା ପରୀକ୍ଷା କରାଯାଇଛି । ଗତକାଲି ୮ହଜାର ପରୀକ୍ଷା କରାଯାଇଛି ।

Related Posts

About The Author

Add Comment