ଦେଶରେ କରୋନା ନେଲା ୪,୧୯୪ ମୁଣ୍ଡ ୨,୫୭,୨୯୯ ନୂଆ ଆକ୍ରାନ୍ତ ଚିହ୍ନଟ

Spread the love

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୨,୫୭,୨୯୯ ନୂତନ COVID୧୯ ମାମଲା୩,୫୭,୬୩୦ ସୁସ୍ଥ ଏବଂ ୪,୧୯୪ ମୃତ୍ୟୁ ରିପୋର୍ଟ ହୋଇଛି।

ମୋଟ ମାମଲା: ୨,୬୨,୮୯,୨୯୦

ସମୁଦାୟ ଡିସଚାର୍ଜ: ୨,୩୦,୭୦,୩୬୫

ମୋଟ ମୃତ୍ୟୁ ସଂଖ୍ୟା: ୨,୯୫,୫୨୫

ସକ୍ରିୟ ମାମଲା: ୨୯,୨୩,୪୦୦

ମୋଟ ଟୀକାକରଣ: ୧୯,୩୩,୭୨,୮୧୯

ଏହା ସହ ଦେଶରେ ମୋଟ ସକରାତ୍ମକ ମାମଲା ୨୯,୨୩,୪୦୦ ହୋଇଛି।

କରୋନା ସଂକ୍ରମଣ ହେତୁ ଗୋଟିଏ ଦିନରେ ୪,୧୯୪ ମୃତ୍ୟୁ ପରେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୨,୯୫,୫୨୫ ହୋଇଛି।

ଏଥି ସହିତ କରୋନାରୁ ୨,୩୦,୭୦,୩୬୫ ଲୋକ ଆରୋଗ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟଯେଗୋଟିଏ ପଟେ କରୋନା ମାମଲାରେ ହ୍ରାସ ଘଟିଛି। ଅନ୍ୟ ପଟେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟାରେ କୌଣସି ହ୍ରାସ ଘଟିନାହିଁ। ଶୁକ୍ରବାର ଦିନ ୪,୨୦୯ ଜଣଙ୍କର ମୃତ୍ୟୁ, ଗୁରୁବାର ଦିନ ୩୮୭୪ ଜଣଙ୍କର ମୃତ୍ୟୁ, ବୁଧବାର ଦିନ ୪୫୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେମଙ୍ଗଳବାରଦିନକରୋନାରୁ ଦେଶରେ ମୃତ୍ୟୁ ସଂଖ୍ୟା ୪୩୨୯ସୋମବାର ଦିନ ୪୧୦୬ ରେକର୍ଡ କରାଯାଇଥିଲା। ଗତ ସପ୍ତାହରେ ମଧ୍ୟ କରୋନାରୁ ଦୈନିକ ମୃତ୍ୟୁ ସଂଖ୍ୟା ୪୦୦୦ ଅତିକ୍ରମ କରିଥିଲା। ଏବଂ ଗତ ସପ୍ତାହରେକରୋନାରୁ ମୃତ୍ୟୁ ସଂଖ୍ୟା ୨୮୦୦୦ ଅତିକ୍ରମ କରିଥିଲା। ଯାହା ବିଶ୍ୱର ଯେକୌଣସି ଅଞ୍ଚଳରେ ଏହା ସର୍ବାଧିକ।

ଭାରତରେ ଆରୋଗ୍ୟ ହାର (୮୭.୭୬%)

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ସକାଳ ଆଠଟା ପର୍ଯ୍ୟନ୍ତ କରୋନା ଭୂତାଣୁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୯,୨୩,୪୦୦ ଯାହା ସମୁଦାୟ ସଂକ୍ରମଣର (୧୧.୧୨%) ପ୍ରତିଶତ ଥିବାବେଳେ କରୋନାରୁ ଜାତୀୟ ପୁନରୁଦ୍ଧାର ହାର ରହିଛି (୮୭.୭୬%) ପ୍ରତିଶତ।

ତଥ୍ୟ ଅନୁଯାୟୀଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୨,୩୦,୭୦,୩୬୫ କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମଣରୁ ମୃତ୍ୟୁ ହାର (୧.୧୨%) ପ୍ରତିଶତ ରେକର୍ଡ କରାଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ତଥ୍ୟ ଅନୁଯାୟୀCOVID୧୯ ପାଇଁ ୨୦ ମଇ ୨୦୨୧ ପର୍ଯ୍ୟନ୍ତ ୩୨,୪୪,୧୭,୮୭୦ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ନମୁନା ଗତକାଲି ୨୦,୬୧,୬୮୩ ପରୀକ୍ଷା କରାଯାଇଥିଲା।

Related Posts

About The Author

Add Comment