ଦେଶରେ କରୋନା ଆତଙ୍କ : ୫ ଲକ୍ଷ ପାର;୨୪ ଘଣ୍ଟା ମଧ୍ୟରେ ୧୮, ୫୫୨ ପଜିଟିଭ୍, ୩୮୪ ମୃତ

Spread the love
  •  ମୋଟ ମୃତ ୧୫, ୬୮୫

ନୂଆଦିଲ୍ଲୀ ୨୭/୦୬ (ସନ୍ଧାନ ନିଉଜ) ସାରା ଦେଶରେ କରୋନା ଜୀବାଣୁ ରୋଗୀଙ୍କ ସଂଖ୍ୟା ୫, ୦୮, ୯୫୩ କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଶନିବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ୧, ୯୭, ୩୮୭ ସକ୍ରିୟ ମାମଲା, ୨, ୯୫, ୮୮୦ ଲୋକ ଡିସଚାର୍ଜ ହୋଇଛନ୍ତି ଏବଂ ଦେଶରେ ୧୫, ୬୮୫ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୮, ୫୫୨ ମାମଲା ବୃଦ୍ଧି ପାଇଥିବାବେଳେ ୩୮୪ ଜଣଙ୍କର ମୃତ୍ୟୁ ଘଟିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୧୦, ୨୪୪ ଲୋକ ସୁସ୍ଥ ହୋଇଛନ୍ତି।

ଆଇସିଏମଆର ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୭୯, ୯୬, ୭୦୭ ଲୋକଙ୍କର ସାରା ଦେଶରେ ଟେଷ୍ଟ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୨, ୨୦, ୪୭୯ ଟେଷ୍ଟ କରାଯାଇଥିଲା।

Related Posts

About The Author

Add Comment