ନୂଆଦିଲ୍ଲୀ, ୩୧/୦୩ (ସନ୍ଧାନ ନିୟୁଜ) ୨୧ ଦିନ ପରେ ଦେଶରେ ଆଉ ବଢ଼ି ନପାରେ ଲକଡାଉନ୍ ଅବଧି । କେନ୍ଦ୍ର କ୍ୟାବିନେଟ ସଚିବ ଆଜି କହିଛନ୍ତି ଯେ, ସରକାର ତାଲାବନ୍ଦ ଅବଧି ବୃଦ୍ଧି କରିବା ନେଇ ବର୍ତ୍ତମାନ କୌଣସି ଯୋଜନା କରିନାହାନ୍ତି । କରୋନା ଭୂତାଣୁ ପାଇଁ ସରକାର ଆଗୁଆ ୩ ମାସ ପାଇଁ ବିଭିନ୍ନ ଘୋଷଣା କରୁଥିବା ବେଳେ ଅଧିକାଂଶ ଆଶଙ୍କା କରିଥିଲେ ଯେ, ତାଲାବନ୍ଦ ନିଷ୍ପତି ଆହୁରି ବୃଦ୍ଧି ପାଇବ । ହେଲେ ଏଭଳି ଆଶଙ୍କା ଭୁଲ ବୋଲି କହିଛନ୍ତି କେନ୍ଦ୍ର ସରକାର ।ସୋସିଆଲ ମିଡିଆରୁ ଆରମ୍ଭ କରି କେତେକ ପ୍ରମୁଖ ଗଣମାଧ୍ୟମରେ ଜୋରଦାର ପ୍ରଚାର ଚାଲିଥିଲା ଯେ, ୨୧ ଦିନିଆ ତାଲାବନ୍ଦକୁ ବୃଦ୍ଧି କରିପାରନ୍ତି ମୋଦି ସରକାର । ବିଶେଷ କରି ବିଭିନ୍ନ ସ୍ଥାନରେ ଫସିରହିଥିବା ଦାଦନ ଶ୍ରମିକଙ୍କ ଘରବାହୁଡା ଓ ରାଜରାସ୍ତାରେ ଭିଡ, ତାଲାବନ୍ଦକୁ ଆହୁରି ସପ୍ତାହେ ବିଳମ୍ବିତ କରିବା ଆଶଙ୍କା ବଢାଇ ଦେଇଛି । ହେଲେ ଏଭଳି ଆଶଙ୍କା ଭୁଲ ବୋଲି କହିଛନ୍ତି କେନ୍ଦ୍ର ସରକାର ।
ଦେଶରେ ଆଉ ବଢ଼ି ନପାରେ ଲକଡାଉନ୍ ଅବଧି
|
March 31, 2020 |