ଦେଶରୁ ସମସ୍ତ ନାଲି ପୋଷାକର ବ୍ୟବହାର ବନ୍ଦ କରି ଦିଆଯାଉ ବୋଲି ଦାୟର ହେଲା ଜନସ୍ୱାର୍ଥ ମାମଲା, ବିରକ୍ତି ପ୍ରକାଶ କଲେ କୋର୍ଟ

Spread the love

ନୂଆଦିଲ୍ଲୀ, /୨(ସନ୍ଧାନ ନିୟୁଜ): ସୁପ୍ରିମ୍‌କୋର୍ଟକୁ ଦୈନନ୍ଦିନ ଏକାଧିକ ଜନସ୍ୱାର୍ଥ ମାମଲା(ପିଆଇଏଲ୍‌) ଆସୁଥିବା ବେଳେ ଅନେକ ପ୍ରସଂଗ ବିହୀନ ମାମଲା ଦାୟର ହେଉଥିବାରୁ ବିରକ୍ତି ପ୍ରକାଶ କରିଛନ୍ତି କୋର୍ଟ। ନିକଟରେ ମଧ୍ୟ ସେପରି ଏକ ଜନ ସ୍ୱାର୍ଥ ମାମଲା କୋର୍ଟକୁ ଯାଇଥିବା ସୂଚନା ରହିଛି। ଦେଶରୁ ସମସ୍ତ ନାଲି ପୋଷାକର ବ୍ୟବହାରକୁ ବନ୍ଦ କରି ଦିଆଯାଉ ବୋଲି ଏକ ମାମଲା ଦାୟର ହେବା ପରେ ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମ୍‌କୋର୍ଟର ମୁଖ୍ୟବିଚାରପତି ରଞ୍ଜନ ଗୋଗେଇ। ଜଷ୍ଟିସ୍ ଗୋଗେଇ ତାଙ୍କ ମନ୍ତବ୍ୟରେ କହିଛନ୍ତି, ‘ଏପରି ମାମଲା ନିହାତି ହାସ୍ୟାସ୍ପଦ। ଏହା କେବଳ ଅଦାଲତର ସମୟ ନଷ୍ଟ କରୁଛି।’

ଏପରି ଅବାନ୍ତର ମାମଲା ଅଦାଲତରେ ପ୍ରଥମ ଥର ଦାୟର ହୋଇନାହିଁ। ପୂର୍ବରୁ ମଧ୍ୟ ଏପରି ଅନେକ ଥର ଘଟିଥିବାର ଦେଖିବାକୁ ମିଳିଛି। ସିଗାରେଟ୍‌ ପରି ମଦ ବୋତଲରେ ବି ଏକ ସଚେତନତା ବାର୍ତ୍ତା ଜାରି କରିବା ପାଇଁ ଅତୀତରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ସେହିପରି ବିଧାୟକ ଓ ସାଂସଦମାନମାନେ ଓକିଲାତି କରିପାରିବେ ନାହିଁ ବୋଲି ଏକ ମାମଲା ରୁଜୁ ହେବା ପରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏହାଛଡ଼ା ଗତବର୍ଷ  ଦଶହରାରେ ରାବଣପୋଡ଼ିକୁ ବନ୍ଦ କରିବା ପାଇଁ ଏକ ମାମଲା ଆସିଥିଲା । ଏସବୁକୁ ଅଦାଲତ ଅବାନ୍ତର କହି ବିଚାର ଲାଗି ଗ୍ରହଣ କରି ନ ଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ କି, ପିଆଇଏଲ୍‌ ହେଉଛି ଅଦାଲତର ଏପରି ବ୍ୟବସ୍ଥା ଯାହା ଅଧୀନରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଯାଚିକା ଦାୟର କରି ଅଦାଲତକୁ ସ୍ପଷ୍ଟ କରିବେ ଯେ ତାହା ଜନ ହିତ ସକାଶେ ଉଦ୍ଦିଷ୍ଟ । କୌଣସି ଅଯଥା କାରଣକୁ ନେଇ କେହି ମୋକଦ୍ଦମା କରିପାରିବେ ନାହିଁ।

Related Posts

About The Author

Add Comment