ଯାଜପୁର /୧୪/୦୧/ ସନ୍ଧାନ ନିୟୁଜ୍ଯା)ଜପୁରଟାଉନ ସ୍ଥିତ ପାଣ୍ଡବ ଭବନରେ ଥିବା ପ୍ରଜାପିତା ବ୍ରହ୍ମାକୁମାରିଜ ଦେବିଗଡ଼ା ଶାଖା ର ସ୍ଥାୟୀ କେନ୍ଦ୍ର ପରିସରରେ କେନ୍ଦ୍ରର ସପ୍ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।
କେନ୍ଦ୍ରର ପରିଚାଳିକା ବି.କେ କବିତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଯାଜପୁର ର ଜଣାଶୁଣା ସମାଜସେବୀ, ମାନବିକ ଅଧିକାର କର୍ମୀ ,ଜଗନ୍ନାଥ ସଂସ୍କୃତି ପ୍ରଚାରକ ମୋହନ ମହାରଣା , ସାମ୍ବାଦିକ ସୁରେଶ କୁମାର କର, ବି.କେ ଦିଲୀପ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵ ଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
ସାମ୍ପ୍ରତିକ ପରିସ୍ଥିତିରେ ଶାନ୍ତି,ସଦଭାବନା ମନୁଷ୍ୟକୁ ଉଚିତ୍ ଦିଗକୁ ନେଇପାରିବ ଗୋଟିଏ ଉତ୍ତମ ମନୁଷ୍ୟ ଭାବେ ଗଢି ତୋଳିବ ବୋଲି ଅତିଥି ମାନେ ମତ ଦେଇଥିଲେ ।