ଦୃର୍ଘଟଣାରେ ଯୁବ ବ୍ୟବସ୍ଥାୟୀ ଗୁରୁତର

Spread the love

ଧର୍ମଶାଳା, ୨୫/୧ (ଆମ ଐତିହ ପ୍ରତିନିଧି) ସୋମବାର ଜାତୀୟ ରାଜପଥ ଚଣ୍ଡିଖୋଲ ପାରାଦୀପ ୫(କ)ରେ ଆଜି ଜଣେ ମଟର ସାଇକେଲ ଆରୋହୀ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି । ତାଙ୍କ ନାମ ଚିତ୍ତରଞ୍ଜନ ଖଣ୍ଡାୟୀ(୪୦) ଘର କଂଟିଗଡିଆ ଗ୍ରାମରେ ବୋଲି ଜଣାପଡିଛି । ସେ ଆଜି ନିଜ ମଟରସାଇକେଲରେ ଘରକୁ ଫେରି ପେଟ୍ରୋଲ ଟାଙ୍କି ଛକ ନିକଟରେ ରାସ୍ତା ପାର ହେଉଥିବା ବେଳେ ବାଲିଚନ୍ଦ୍ରପୁର ପଟୁ ଏକ ଗାଡି ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ତାଙ୍କର ଏକ ଗୋଡ ଭାଙ୍ଗି ଯାଇଥିବା ବେଳେ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ । ତୁରନ୍ତ ତାଙ୍କୁ ପ୍ରଥମେ ବଡଚଣା ଏବଂ ପରେ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

Related Posts

About The Author

Add Comment