ଦୃର୍ଘଟଣାରେ ଗୁରୁତର ଯୁବକଙ୍କ ଚିକତ୍ସା ନିମନ୍ତେ ସହାୟତା ଦାବି

Spread the love

ଡିବିଏଲ କମ୍ପାନୀର ଅଧାପନ୍ତରିଆ ରାସ୍ତା କାର୍ଯ୍ୟ ପାଇଁ ହୋଇଥିଲା ଦୃର୍ଘଟଣା

ଧର୍ମଶାଳା, ୧୨/୦୭ (ସନ୍ଧାନ ନିଉଜ ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ଗ୍ରାମର ସତ୍ୟଜିତ ପରିଡା (ଚିଂଟୁ) ଏବଂ ଅନ୍ୟଜଣେ ଯୁବକ ବିଶେଷ ମଲିକଙ୍କ ସହିତ ରାତିରେ ଚଣ୍ଡିଖୋଲକୁ ମେଡିସିନ ଆଣିବାକୁ ଯାଉଥିବା ବେଳେ ଚଣ୍ଡିଖୋଲ ନିକଟସ୍ଥ ଧର୍ମଶାଳା ଭବନ ନିକଟରେ ଦୃର୍ଘଟଣା ଘଟିଥିଲା । କେହି କେହି ଏକ ଅଜଣା ଗାଡି ସେମାନଙ୍କୁ ଧକ୍କାଦେଇ ପଳାଇଯାଇଥିଲା କହୁଥିବା ବେଳେ ସେଠାରେ ପୋଲ ମରାମତି ନିମନ୍ତେ ଗଦା ହୋଇଥିବା ମାଟି ପାଇଁ ଦୃଘଟଣା ଘଟିଥିବାର କହୁଯାଉଛି । ଦୃର୍ଘଟଣା ପରେ ଉଭୟ ଗୁରୁତର ଭାବେ ଆହତ ହୋଇପଡିଥିଲେ । ଧର୍ମଶାଳା ପୋଲିସ ଏବଂ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବଡଚଣା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରକୁ ପଠାଇଥିବା ବେଳେ ସେଠାକୁ ତାଙ୍କୁ କଟକ ସ୍ଥାନ୍ତାନ୍ତରିତ କରାଯାଇଥିଲା । ବିଶେଷଙ୍କ ବେକ ହାତ ଭାଙ୍ଗିଯାଇଥିବା ବେଳେ ସତ୍ୟାଜିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । କଟକସ୍ଥିତ ଅଶ୍ୱନୀ ମେଡିକାଲରେ ସେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କର ଚିକିତ୍ସା ପାଇଁ ପ୍ରତିଦିନ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ତାଙ୍କ ପରିବାର ଅତ୍ୟନ୍ତ ଗରୀବ ହୋଇଥିବାରୁ ପ୍ରତିଦିନ ସତ୍ୟାଜିତଙ୍କ ଚିକିତ୍ସା ଖର୍ଚ୍ଚ ଉଠାଇବା ସମ୍ଭବ ହେଉନାହିଁ । ହରିଦାସପୁର ଏବଂ କଦଳା ଗ୍ରାମବାସୀମାନେ କିଛି ଅର୍ଥ ସଂଗ୍ରହ କରିଦେଇଥିବା ବେଳେ ଅନ୍ୟାନ ସମସ୍ତ ବେସରକାରୀ ସଂସ୍ଥା, ବ୍ୟକ୍ତିବିଶେଷ ନିକଟରେ ସତ୍ୟାଜିତଙ୍କ ଚିକତ୍ସା ଖର୍ଚ୍ଚ ସାହାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି । ସରକାର ସତ୍ୟଜିତଙ୍କ ସମସ୍ତ ଚିକତ୍ସା ଖର୍ଚ୍ଚ ବହନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରିଛନ୍ତି । ସୂଚନା ଥାଉକି ଚଣ୍ଡିଖୋଲ ନିକଟସ୍ଥ ଜାତୀୟ ରାଜପଥ ପୋଲି ମରାମତି ପାଇଁ ବିରାଟ ଗର୍ତ୍ତ କରାଯାଇଥବବା ବେଳେ ସେଠାରେ କମ୍ପାନୀ ପକ୍ଷରୁ ମାଟି ଗଦା କରି ରାଖାଯାଇଥିଲା । ଫଳରେ ଉକ୍ତ ମାଟିଯୋଗୁ ସେଠାରେ ରାସ୍ତା ସଂକୀଣ୍ଣ ହୋଇଯିବା ସହିତ ଦୃର୍ଘଟଣାର ମୁଖ୍ୟ କାରଣ ସାଜିଥିଲା । ତେବେ ତୁରନ୍ତ ରାସ୍ତା ମରାମତି କାର୍ଯ୍ୟ ସରୁନଥିବାରୁ ଏଭଳି ଦୃର୍ଘଟଣା ଘଟୁଥିବା ଗ୍ରାମବାସୀ ପ୍ରକାଶ କରିବା ସହିତ ଏହି ଦୃର୍ଘଟଣା ପାଇଁ ଡିବିଏଲ କମ୍ପାନୀକୁ ଦାୟୀ କରିଛନ୍ତି । କମ୍ପାନୀ ପକ୍ଷରୁ ସତ୍ୟଜିତଙ୍କ ସମସ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ଦାବି କରିବା ସହିତ ତୁରନ୍ତ ଜାତୀୟ ରାଜପଥ କାର୍ଯ୍ୟ ସାରିବାକୁ ଦାବି କରିଛନ୍ତି ।

Related Posts

About The Author

Add Comment