ଦୃଦଘାତରେ ବିଜେପି ସମିତ ସଭ୍ୟଙ୍କ ପରଲୋକ

Spread the love

ଯାଜପୁର ସଦର,୨୧ା୦୭(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ବଡ଼ବାଲିକୁଦା ପଂଚାୟତର ପଥମକରି ବିଜେପିରୁ ସମିତ ସଭ୍ୟ ଭାବରେ ନିର୍ବାଚିତ ହୋଇଥିବା ବେଳେ, ଗରିବ ଲୋକମାନଙ୍କର ସାହାଭରସା ଥିବା ସମିତି ସଭ୍ୟ ବିନୋଦ ବିହାରୀ ଜେନା(୪୩)ଙ୍କର ହୃଦଘାତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ସଂଙ୍କଟାପନ୍ନ ହେବାରୁ ଚିକିତ୍ସା ପାଇଁ କଟକ ମେଡିକାଲକୁ ନିଆଯାଇଥିଲା । ଚିକିତ୍ସିତ ହେଉଥିବା ବେଳେ, କଟକ ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ବିନୋଦଙ୍କର ମୃତ୍ୟୁ ଘଟଣା ବଡ଼ବାଲିକୁଦା ପଂଚାୟତରେ ପହଁଞ୍ôଚ ବାକ୍ଷଣି ବଡ଼ବାଲିକୁଦା ପଂଚାୟତ ଶୋକାକୁଳ ଅବସ୍ଥାରେ ସ୍ତମ୍ଭିଭୁତ ହୋଇଯାଇଥିଲା । ବିନୋଦଙ୍କର ମରଶରିର ଆମ୍ବୁଲାନ୍ସରେ ପହଞ୍ôଚବାକ୍ଷଣି ଜନକ ଠାରୁ ବଡ଼ବାଲିକୁଦା ଗ୍ରାମ ପର୍ଯ୍ୟନ୍ତ ଲୋକଙ୍କର ସୁଅ ଛୁଟିଥିବା ଦେଖିବାକୁ ମିଳିଥିଲା । ତାଙ୍କର ମରଶରୀର ବଡ଼ବାଲିକୁଦାର ପଂହଞ୍ôଚବା ପରେ ଶୋକାକୁଳ ପରିବେଶରେ ବଡ଼ବାଲିକୁଦା ପଂଚାୟତରେ ଶୋକରଛାୟା ଖେଳିଯାଇଥିଲା । ସମିତି ସଭ୍ୟଙ୍କ ମୃତ୍ୟୁ ଘଟଣା ଶୁଣି ସାମ୍ବାଦିକ ଗୋପିନାଥ ଦାଶ ବିନୋଦଙ୍କ ବାସଭବନରେ ପହଁଞ୍ôଚ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ପରିବାରକୁ ଭାଗବାନ ସହାୟ ହୁଅନ୍ତୁ ବୋଲି ଶ୍ରୀ ଦାଶ ତାଙ୍କ ପରିବାରକୁ ସାନ୍ତ୍ୱନା ଦେବା ସହିତ ତାଙ୍କ ଆତ୍ମର ସଦଗତି ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ବଡ଼ବାଲିକୁଦା ପଂଚାୟତ ସରପଂଚ ଗଗନ ବିହାରୀ ସ୍ୱାଇଁ ବିନୋଦଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିରାଟ ଶୋଭାଯାତ୍ରାରେ ବିନୋଦଙ୍କ ମରଶରୀରକୁ ନିଆଯାଇ ଶବ ସଂସ୍କାର କରାଯାଇଥିଲା । ତାଙ୍କ ବଡ଼ପୁଅ ବିଶ୍ୱପ୍ରକାଶ ଜେନା ବାପାଙ୍କୁ ମୁଖାଗ୍ନୀ ଦେଇଥିଲେ । ବହୁ ବିଜେପି ନେତା ବହୁ ବିଜେଡ଼ି କର୍ମୀ ତାଙ୍କ ବାସଭବନରେ ପହଁଞ୍ôଚ ଶେଷ ଦର୍ଶନ କରିଥିଲେ ।

Related Posts

About The Author

Add Comment