ଦୃଘଟଣାରେ ଜଣେ ସ୍କୁଲ ଛାତ୍ରୀ ମୃତ ଜଣେ ଆହତ

Spread the love

କଣ୍ଟାପାଲି, ୨୦/୧୧(ସନ୍ଧାନ ନିୟୁଜ) ସ୍କୁଲ ଛୁଟି ପରେ ସାଇକେଲରେ ଦୁଇ ଜଣ ଛାତ୍ରୀ ଘରକୁ ଫେରୁଥିଲେ। ଏହି ସମୟରେ ଦ୍ରୁତଗାତିରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଝାରସୁଗୁଡ଼ା ବାଇପାସ୍‌ରେ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

କଣ୍ଟାପାଲି ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ସ୍ୱପ୍ନା ଜେନା ଓ ତାଙ୍କର ସାଥୀ ସ୍କୁଲ ଛୁଟି ପରେ ସାଇକେଲ୍‌ରେ ଘରକୁ ଫେରୁଥିଲେ। ବିଟିଏମ୍‌ ବାଇପାସ୍‌ଠାରେ ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍ୱପ୍ନା ଜେନାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ-49 ଅବରୋଧ କରିଥିଲେ। ଘଟଣାସ୍ଥଳରେ ବିଟିଏମ୍‌ ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝୁସୁଝା କରୁଛି

Related Posts

About The Author

Add Comment