ଦୁଷ୍କର୍ମ ଉଦ୍ୟମ କରି ଯୁବକ ଗିରଫ

Spread the love

ଭଦ୍ରକ, ୧୨/୧୨ (ସନ୍ଧାନ ନିଉଜ) : ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଆହାରପଦା ଗ୍ରାମର ଜନୈକ ଯୁବକ ଦୁଷ୍କର୍ମ ଉଦ୍ୟମ କରି ଗିରଫ୍ ହୋଇଥିବାର ସୁଚନା ମିଳିଛି । ଅଭିଯୋଗ ଅନୁଯାୟୀ ପର୍ଶୁରାମ ଜେନାଙ୍କ ପୁଅ କାହ୍ନୁ ଉକ୍ତ ଗ୍ରାମର ଭାଗିରଥି ବେହେରାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ତାଙ୍କ ୧୩ବର୍ଷର ନାବାଳିକା ଝିଅକୁ ଧର୍ଷଣ କରିବାକୁ ଉଦ୍ୟମ କରିଥିଲା । ଝିଅ ବଡପାଟିରେ ଚିତ୍କାର କରିବାରୁ ପଡୋଶୀ ଭିମ ନାୟକ ଓ ରାଜା ନାୟକ ଘଟଣାସ୍ଥଳରେ ପହଂଚି ଯିବାରୁ ଅଭିଯୁକ୍ତ କାହ୍ନୁ ଜେନା କବାଟ ଖୋଲି ଦୈ।ଡିପଳାଇ ଯାଇଥିଲା । ପରେ ଝିଅଟି ପରିବାର ଲୋକଙ୍କୁ ସବୁ କଥା କହିବାପରେ ଝିଅର ମା ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବାପରେ ଗ୍ରାମାଞ୍ଚଳ ପୋଲିସ ଅଭିଯୁକ୍ତ କାହ୍ନୁ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Related Posts

About The Author

Add Comment