ଦ୍ବାରଶୁଣି, ୧୮/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)- ମୟୂରଭଞ୍ଜ ଜିଲ୍ଲା ସାରସକଣା ବୁକରେ ଜଣେ ନାବାଳିକା ଝିଅକୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରି ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି ଝାରପୋଖରିଆ ଥାନାରେ ପିଡିତାଙ୍କ ମାଙ୍କ ଲିଖିତ ଅଭିଯୋଗ ମୁତାବକ ୧୯ ବର୍ଷାୟ ଯୁବକ ଜଣକ ଘରକୁ ଆସି କେହିନଥୁବା ସମୟରେପୀଡିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ-୫ମାସ ଧରି ଶାରିରୀକ ସମ୍ପର୍କ ରଖି ଆସୁଥିଲେ । ମାସକ ପୂର୍ବରୁ ଝିଅକୁ ଘରୁ ଉଠାଇ ନେଇ ପଳାଇବା ପରେ ବାଙ୍ଗରିପୋଷି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଝିଅର ମା ପରେ ଆପୋସ ବୁଝାମଣାରେ ଉଭୟଙ୍କ ବାହାଘର କରିବେ କହି ବାଙ୍ଗିରିପୋଷି ଥାନରୁ ପଳାଇ ଆସିଥିଲେ ମାତ୍ର ପୁଅର ବାପା/ମା ଝିଆକୁ ମାରିବାର ଚକ୍ରାନ୍ତ କରୁଥିବାର ଜାଣିପାରି ଭୟ ଯୁବକ ଓ ଝିଅ ବମେଛକ ଠାରେ ଏକ ଭଡାଘରେ ରହିଆସୁଥିଲେ । କିଛିଦିନ ପୂର୍ବରୁ ମାର୍କେଟିଂ କରିବା କହି ବାରିପଦା ସ୍ଥିତ ବିଶାଲ ମେଗାମାର୍ଟକୁ ନେଇଯାଇ ସେଠାରୁଯୁବକ ଫେରାର ହୋଇଯାଇ ଥିଲା । ଏହାକୁ ନେଇ ପାଡିତାଙ୍କପରିବାର ଯୁବକଙ୍କ ପରିବାରକୁ ପଚାରିବାରୁ ପିଡିତାଙ୍କ ପରିବାରଲୋକଙ୍କୁ ଅଶାଳୀନ ଗାଳିଗୁଲଜ କରିବା ସହିତ ଜାତିକୁ ନେଇବିଭିନ୍ନ କଥା କହି ଥିଲେ । ଯାହାକୁ ନେଇ ଝାରପୋଖରୀଆଥାନାରେ ଦେଇଥିବା ଲିଖୁତ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରାଯାଇଥିବା ବେଳେ ଡିଏସପି ଯଦୁନାଥ ଜେନା ତଦନ୍ତକରି ଉଭୟ ଯୁବକ ଏ ନାବାଳିକାଙ୍କ ଡାକ୍ତରୀ ମାଇନା କରିବା ପରେ ନାବାଳିକାଙ୍କୁ ମାଜିଷ୍ଟ୍ରେଟ ପାଖରେ ହାଜର କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧୁକାର ସୁଦର୍ଶନ ଗାଙ୍ଗେଇ ପ୍ରକାଶ କରିଛନ୍ତି ।
ଦୁଷ୍କର୍ମ ଅଭିଯୋଗ ରେ ଯୁବକ ଗିରଫ
|
December 18, 2020 |