୩/୧୨ (ସନ୍ଧାନ ନିଉଜ) : ପୀଡିତାଙ୍କୁ ନ୍ୟାୟ ଦେବାରେ ଏଭଳି ଦେଶ ଅଛି ଯେଉଁଠି ଦୁଷ୍କର୍ମକାରୀଙ୍କୁ ଭୟଙ୍କର ଦଣ୍ଡ ମିଳିଥାଏ। ଜାଣିଲେ ଲୋମ ଟାଙ୍କୁରି ଉଠିବ।
ସାଉଦୀ ଆରବରେ: ଦୁଷ୍କର୍ମକାରୀଙ୍କୁ ଭୟଙ୍କର ଦଣ୍ଡ ମିଳିଥାଏ। ସର୍ବସମ୍ମୁଖରେ ଅଭିଯୁକ୍ତର ମୁଣ୍ଡ କାଟି ଦିଆଯାଏ। ଏପରି କି ଅଭିଯୁକ୍ତର ଅଙ୍ଗ ଛେଦନକରି ନପୁଂସକ କରି ଦିଆଯାଏ।
ଇରାକ : ଦୁଷ୍କର୍ମକାରୀଙ୍କୁ ସମସ୍ତେ ମିଶି ପଥର ପିଙ୍ଗି ଥାଆନ୍ତି। ଯଦି ପଥର ପିଙ୍ଗିବା ଦ୍ବାରା ଅଭିଯୁକ୍ତର ମୃତ୍ୟୁ ନ ହେଲା ତେବେ ତାକୁ ଜିଅନ୍ତା ମାଟି ତଳେ ପୋତି ଦିଆଯାଏ।
ଚୀନ : ମଧ୍ୟ ଦୁଷ୍କର୍ମକାରୀଙ୍କ ପାଇଁ କଠୋର ଆଇନ ରହିଛି। ଦୁଷ୍କର୍ମକାରୀ ବୋଲି ପ୍ରମାଣିତ ହେବା ପରେ ତୁରନ୍ତ ଦୋଷୀକୁ ଫାଶୀ ଦିଆଯାଇଥାଏ।
ପୋଲାଣ୍ଡ : ଦେଶରେ ଦୁଷ୍କର୍ମକାରୀଙ୍କ ପାଇଁ ଭୟଙ୍କର ଦଣ୍ଡ ବିଧାନ ରହିଛି। ପୂର୍ବରୁ ଏହି ଦେଶରେ ଦୁଷ୍କର୍ମକାରୀଙ୍କ ପ୍ରାଇଭେଟ୍ ପାର୍ଟ କାଟି ହତ୍ୟା କରି ଦିଆଯାଉଥିଲା। କିନ୍ତୁ ଏବେ ଦୁଷ୍କର୍ମକାରୀଙ୍କ ପାଇଁ ଆଇନ କାନୁନ୍ରେ ଟିକେ ପରିବର୍ତ୍ତନ ହୋଇଛି। ଅଭିଯୁକ୍ତର ଦୋଷ ପ୍ରମାଣିତ ହେବା ପରେ ତାକୁ ନପୁଂସକ କରି ଦିଆଯାଇଥାଏ।
ଉତ୍ତର କୋରିଆ : ଦୁଷ୍କର୍ମକାରୀଙ୍କ ପାଇଁ କଠୋର ଆଇନ ରହିଛି। ଅଭିଯୁକ୍ତକୁ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥାଏ। ଉତ୍ତର କୋରିଆ ଦୁଷ୍କର୍ମକାରୀଙ୍କ ପାଇଁ କେବଳ ମୃତ୍ୟୁ ଦଣ୍ଡ ରହିଛି।