ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ

Spread the love

ଯାଜପୁର, ୨୬/୧୦/୨୦୨୧ (ସନ୍ଧାନ ନିଉଜ)  : ଦୁର୍ନୀତି ଏକ ଦୁସ୍ଥ ମାନସିକତା । ଏହା ବ୍ୟକ୍ତି, ପରିବାର ଓ ସମାଜକୁ ରୁଗ୍ଣ କରିଦିଏ । ତେଣୁ ଏହାର ବିଲୋପ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଆହ୍ୱାନ ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଯାଜପୁର ଜିଲ୍ଳ୍ା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଳ୍ଳ୍ାପାଳ ଶ୍ରୀ ମଲ୍ଲିକ ଅଧ୍ୟକ୍ଷତା କରିବା ସହ ଦୁର୍ନୀତି ରୂପକ ବ୍ୟାଧିକୁ ସମାଜରୁ ଦୂର କରିବାକୁ ପ୍ରତ୍ୟେକ ସମବଦ୍ଧ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିରି୍କ୍ତ ଜିଲ୍ଳ୍ାପାଳଙ୍କ ନିଦେ୍ର୍ଦଶ କ୍ରମେ ସହକାରୀ ଜିଲ୍ଳ୍ାପାଳ ତିଳୋତ୍ତମା ପୃଷ୍ଟି ସମସ୍ତଙ୍କୁ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଳ୍ାପାଳ ଶରତ ଚନ୍ଦ୍ର ମହାପାତ୍ର, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ଅସ୍ମିତା ଦାଶ, ଭୂତତ୍ୱବିତ୍ ସନ୍ତୋଷୀ ପ୍ରଭା ସେଠୀ, ସହକାରୀ ଜିଲ୍ଳ୍ାପାଳ ଊମେଶ ଚନ୍ଦ୍ର ଲେଙ୍କା, ତରଣୀସେନ ପଟ୍ଟନାୟକ, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଊପଖଣ୍ଡ ଜିଲ୍ଳ୍ା ସ୍ଥଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ବରିଷ୍ଠ ସହାୟକ ସୁବ୍ରତ କୁମାର କାନୁନ୍ଗୋ, ବିଭାଗୀୟ ଅଧିକାରୀ ମଦନ ମୋହନ ପତି, ରମେଶ ଚନ୍ଦ୍ର ବୋଇତାଇ, ଚନ୍ଦ୍ରଶେଖର ପାଢୀ, କ୍ଷୀରୋଦ କୁମାର ପଣ୍ଡା, ବିନୋଦ କୁମାର ସିଂସିଙ୍କୁ, ସତ୍ୟଜିତ୍ ନାୟକ, ଓ ବିଭିନ୍ନ ବିଭାଗର କର୍ମଚାରୀ ପ୍ରମୁଖ ଯୋଗ ଦେଇ ଶପଥ ପାଠ କରିଥିଲେ । ସେହିପରି ଜିଲ୍ଳ୍ାର ବିଭିନ୍ନ ସରକାରୀ ବିଭାଗ, କାର୍ଯ୍ୟାଳୟ ଓ ଲାଇନ ଡିପାର୍ଟମେଣ୍ଟ ମାନଙ୍କରେ ମଧ୍ୟ ଦୁର୍ନୀତି ନିବାରଣ ଶପଥ ପାଠ କରାଯାଇଥିଲା ।

Related Posts

About The Author

Add Comment