ଦୁର୍ନୀତିର ଗନ୍ତାଘର ସାଜିଛି ଜୟନ୍ତରା ପଞ୍ଚାୟତ

Spread the love

ଯାଜପୁର ସଦର, : ୩/୪/୨୬ (ସନ୍ଧାନ ନ୍ୟୁଜ )  ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି | ସୂଚନା ଅନୁଯାଇ ପଞ୍ଚାୟତର ବିଭିନ୍ନ ଅର୍ଥରେ ବ୍ୟାପକ ପରିମାଣରେ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହେବା ସହ ଏହି ଦୁର୍ନୀତିରେ ପଞ୍ଚାୟତର ଜେଇଙ୍କ ସମ୍ପୃକ୍ତିରେ ଏଭଳି ଦୁର୍ନୀତି ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି | ସେହିପରି ସରକାର ବଦଳିବା ପରେ ବିଭିନ୍ନ ବ୍ଲକ ସମେତ ବହୁ ପଞ୍ଚାୟତ ଦୁର୍ନୀତି ଠାରୁ ଦୂରରେ ରହୁଥିବା ବେଳେ ଜୟନ୍ତରା ପଞ୍ଚାୟତରେ ଦିନକୁ ଦିନ ଦୁର୍ନୀତିର ଚେର ଲମ୍ବି ଲମ୍ବି ଚାଲିଛି। ସେହିପରି ମନରେଗା ଯୋଜନା କାର୍ଯ୍ୟ କଥା ହେଉ ଅଥବା ଅନ୍ତର୍ଦୋୟ ଗୃହ ଯୋଜନାରେ ଆଦୌ ଘର ନକରି ଅନ୍ୟ ଘରକୁ ଦେଖାଇ ଫଲସ ବିଲ କରାଯାଇଥିବା ନେଇ ଅଭିଯୋଗ ହୋଇଛି | ପ୍ଲାଣ୍ଟେସନ ଯୋଜନାରେ କମ ଚାରା ରୋପଣ ହୋଇଥିବା ବେଳେ ଅଧିକ ଚାରା ରୋପଣ ହୋଇଛି ବୋଲି କାଗଜ କଲମରେ ଦର୍ଶା ଯାଇ ଲକ୍ଷାଧିକ ଟଙ୍କା ଆତ୍ମ ସାଥ କରାଯାଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେହିପରି ପଞ୍ଚାୟତକୁ ଆସୁଥିବା ବିଭିନ୍ନ ଯୋଜନାରେ କରାଯାଉଥିବା କାର୍ଯ୍ୟରେ ବହୁ ଅନିୟମିତତା ହେଉଥିବା ବେଳେ ଏଥିନେଇ ବାରମ୍ବାର ପଞ୍ଚାୟତର ଜନସାଧାରଣ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏଥିପ୍ରତି କୌଣସି ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି | ତେବେ ଅଭିଯୋଗ ଆଧାରରେ ତଦନ୍ତ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ବ୍ଲକର ବିଡ଼ିଓ କହିବା ସହ ଦୁର୍ନୀତି ଧରା ପଡିଲେ ଏଥିରେ ଯେଉଁ ଅଧିକାରୀ ସମ୍ପୃକ୍ତ ଥିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡ଼ିଓ କହିଛନ୍ତି |

Related Posts

About The Author

Add Comment