ବଡଚଣା,୨୨/୦୪ (ସନ୍ଧାନ ନିଉଜ୍)ପ୍ରଶାନ୍ତ ସାମଲ): ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ବିଭିନ୍ନ ସମୟରେ ଦୂର୍ନିତ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଏବେ ପୁଣି ଚଣ୍ଡିତଳ ଗ୍ରାମ ପଂଚାୟତରେ ବ୍ୟାପକ ଦୁର୍ନିତ ହେଉଥିବା ଜଣାପଡିଛି । ପୂର୍ବରୁ ପଂଚାୟତରେ ସମସ୍ତ ନରେଗା କାର୍ଯ୍ୟ ମେସିନ ସାହାର୍ଯ୍ୟରେ କରାଯାଇ କୋଟି କୋଟି ଟଙ୍କା ଲୁଟୁ ହୋଇଥିବା ବେଳେ ଅନ୍ୟାନ ସମସ୍ତ ଯୋଜନାରେ ମଧ୍ୟ ସବାର୍ଧିକ ଲୁଟୁ ହୋଇଛି । ଯାହା ଫଳରେ ଯେଉଁ ଯୋଜନା ଗୁଡିକ ୫ବର୍ଷ ଯିବା କଥା ତାହା ମିଆଦି ପୂର୍ବରୁ ନଷ୍ଟ ହେବା ସହ ଖରାପ ହୋଇଯାଉଛି । ଏବେ ପୁଣି ଏକ ପାଚେରୀ ନିର୍ମାଣରେ ବ୍ୟାପକ ଦୁିର୍ନିତ ହୋଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି । ପଂଚାୟତର ପିଇଓ ନୈନିକା ତିଉ ଏଭଳି ଦୁର୍ନିତିକୁ ପ୍ରଶୟ ଦେଇ ଗିପ୍ଟ ସ୍ୱରୁପ ଏକ ଗାଡି ପଂଚାୟତ ନେତାଙ୍କ ଠାରୁ ପାଇଥିବା ବେଳେ ଜିଆରଏସକୁ ବିଚିତ୍ରା ନନ୍ଦଙ୍କୁ ମଧ୍ୟ ଏକ ବାଇକ ଦିଆଯାଇଛି । ଏପରକି ବିନା କୌଣସି ଯାଂଚରେ ଜେଇ ମଧ୍ୟ ସମସ୍ତ କାର୍ଯ୍ୟକୁ ମୋଟା ଅଙ୍କର ଟଙ୍କା ନେଇ ବିଲ କରି ଦେଉଥିବା ବେଳେ ବିଡିଓ ତାଙ୍କର ପିସି ପାଇ ଆରମରେ କାର୍ଯ୍ୟକୁ ପାସ କରିଦେଉଛନ୍ତି । ଫଳରେ ସମସ୍ତ କାର୍ଯ୍ୟରେ ଦୁର୍ନିତି ସୀମା ପାରିରେ ପହଂଚିଛି । ଏହି ପଂଚାୟତରେ ଏବେ ବାତୁଅ ଗ୍ରାମର ସିଦ୍ଧେଶ୍ୱର ମନ୍ଦିର ପାଚେରୀ ନିର୍ମାଣ ଚାଲିଛି । ଉକ୍ତ ପାଚେରୀ କାର୍ଯ୍ୟରେ ଜେଇ ନରହି କାର୍ଯ୍ୟରେ ହେଉଥିବା ଦୁର୍ନିତିକୁ ପ୍ରଶୟ ଦେଉଛନ୍ତି । ଏପରି ବିନା ସିମେଂଟରେ ଉକ୍ତ ପାଚେରୀ ନିର୍ମାଣ କରାଯାଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି । ଖାଲି ବାଲି ସାମନ୍ୟ ସିମେଂଟ ଦେଇ ଏହାକୁ ନେଉଥିବା କଂଟ୍ରାକର ମଳୟ କରୁଥିବା ବେଳେ ସରପଂଚ ମମିନ ଅଲ୍ଲୀ ଖାଁ ଉକ୍ତ ଦୁର୍ନିତିରେ ସମିଲ ହୋଇଥିବା ନେଇ ଅଭିଯୋଗ ଉଠିଛି । ଫଳରେ ହାରାହରି ୧ଲକ୍ଷ ଟଙ୍କା କାର୍ଯ୍ୟରେ ମାତ୍ର ୨୦ହାଜର ଖର୍ଚ୍ଚ କରି ୮୦ପ୍ରତିଶତ ଲାଭ କରୁଛନ୍ତି ଠିକାଦାର ମାନେ । ସୂଚା ଅଧିକାରୀ ଆଇନ ବଳରେ ପଂଚାୟତରେ ୨କୋଟିରୁ ଉର୍ଦ୍ଧ ଟଙ୍କା କାର୍ଯ୍ୟ ହୋଇଥିବା ବେଳେ ଏଥିରେ କେତେ ଟଙ୍କା ଦୁର୍ନିତି ହୋଇଥିବ ସେନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏପରକି ଆଣିଥିବା ସିମେଂଟ ପୁଣି ସରକାରୀ ଆପ୍ରୁଭାଲର ନୁହେଁ । ଏହି କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଇଟା ମଧ୍ୟ ବହୁତ ନିମ୍ନ ମାନର । ପଂଚାୟତରେ ଅଧିକାଂଶ ଲୋକେ ଦଳିତ ଆଦିବାସୀ ହୋଇଥିବାରୁ ସେମାନଙ୍କ କରାୟତ କରି ପଂଚାୟତ ସ୍ତରୀୟ ନେତା ମାନେ ଲୁଟପାଟ ଚଳାଇଛନ୍ତି । ମନ୍ଦିରକୁ କିଛି ଟଙ୍କା ଦେବେ କହି ମନ୍ଦିର କମିଟିକୁ ହାତରେ ରଖି ଏଭଳି ଖରାପ କାର୍ଯ୍ୟ କରିବାରେ ଲାଗି ପଡିଛନ୍ତି । ଏପରକି ଏହି ଯୋଜନା ଉପରେ ପଂଚାୟତ ଅଧିକାରୀ ଏବଂ ବ୍ଲକର ଜେଇଙ୍କୁ ପଚାରିବାରେ କୌଣସି ଉତ୍ତର ଦେଉନାହାନ୍ତି । ଖୁବଶ୍ରୀଘ ଜିଲ୍ଲାପାଳ ଏବଂ ପିଡି ଏହାଉପରେ ଦୃଷ୍ଟି ଦେବା ସହ ପଂଚାୟତରେ ବିଗତ ୫ବର୍ଷରେ ହୋଇଥିବା ସମସ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରିବାକୁ ବୁଦ୍ଧିଜିବୀ ମାନେ ଦାବି କରିଛନ୍ତି । ନେଚତ ଏହାକୁ ନେଇ ପୁଣି ଲୋକାୟୁକ୍ତଙ୍କ ପାଖରେ ମାମଲା ହେବ ବୋଲି ବିଶେଷ ସୁତ୍ରରୁ ଖବର ମିଳିଛି ।
ଦୁର୍ନିିତ ସୀମା ପାରିରେ ଚଣ୍ଡିତଳ ପଂଚାୟତ, ବିନା ସିମେଂଟରେ ଚାଲିଛି ପାଚେରୀ କାର୍ଯ୍ୟ ବ୍ଲକ ଏବଂ ପଂଚାୟତ ନେତା ଅଧିକାରୀଙ୍କ ମିଲିଭଗତରେ ଚାଲିଛି ଲୁଟ
|
April 22, 2021 |



