ଦୁର୍ଦ୍ଦିନରେ ଥିବା କଳାକାରଙ୍କୁ  ମିଳୁଛି ପାରିଶ୍ରମିକ

Spread the love

ବାରିପଦା 17/08 (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ସମଗ୍ର ବିଶ୍ୱରେ କରୋନା ପାଇଁ ଜୀବନ ଜୀବିକା ସଙ୍କଟଜନକ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ କଳାକାରମାନଙ୍କ ପାଇଁ ଭାରତ ସରକାରଙ୍କ ଇଷ୍ଟାନ ଜୋନାଲ କଲଚରାଲ୍ ସେଣ୍ଟର ପକ୍ଷରୁ ଏକ ଭଆଲ ନୃତ୍ୟ ଉତ୍ସବ ‘ଛଉ କନେକ୍ଟ ମୟୁରଭଞ୍ଜ ଜିଲା ବାରିପଦାଠାରେ ଶନିବାରଠାରୁ ଆରମ୍ଭ ହୋଇଛି । ପ୍ରଖ୍ୟାତ ନୃତ୍ୟ ଶିଳ୍ପୀ ମୈତ୍ରୀ ପାହାଡ଼ିଙ୍କ ଲୋକଛନ୍ଦା ଅନୁଷ୍ଠାନ ଓ ବାରିପଦାସ୍ଥିତ ପ୍ରୋଜେକ୍ଟ ଛାଉଣୀର ମିଳିତ ଆନୁକୁଲ୍ୟରେ ଏହି ନୃତ୍ୟ ଉତ୍ସବ ଆୟୋଜନ କରାଯାଇ ଦୁର୍ଦ୍ଦିନରେ ଥିବା କଳାକାରମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଉଛି । ମୟୂରଭଞ୍ଜ ଜିଲାର ଛଉନୃତ୍ୟ ବିଶ୍ଵ ପ୍ରସିଦ୍ଧ ଜିଲାରେ କଳା ଓ କଳାକାରଙ୍କୁ ବଞ୍ଚାଇବାକୁ ‘ଛଉ କନେକ୍ଟ ମାଧ୍ୟମରେ ବାରିପଦାର ଉତ୍ତର ଓ ଦକ୍ଷିଣ ସାହି ଛଉନୃତ୍ୟ ପ୍ରତିଷ୍ଠାନର କଳାକାରଙ୍କ ସମେତ ଗ୍ରାମାଞ୍ଚଳ କଳାକାରମାନେ ଅଂଶ ଗ୍ରହଣ କରିଛନ୍ତି । ୪୫ରୁ ଉଦ୍ଧ ନୃତ୍ୟ ଶିଳ୍ପୀ ଓ ବାଦ୍ୟକାରମାନେ ଏଥିରେ ଅଂଶ ଗ୍ରହଣ କରିଛନ୍ତି  ପ୍ରତ୍ୟେହ ସନ୍ଧ୍ୟା ୬ଟାରେ ଏହି କାର୍ଯ୍ୟକ୍ରମ ସାରା ବିଶ୍ୱରେ ପ୍ରସାରିତ ହେଉଛି । ଅନ୍ତର୍ଜାତୀୟ ଛଉ ନୃତ୍ୟ ସହିତ ସମ୍ପୃକ୍ତ ଖ୍ୟାତି ସମ୍ପନ୍ନ କଳାକାର ତଥା ବ୍ୟକ୍ତି ବିଶେଷମାନେ । କଳା, ନୃତ୍ୟ ଓ ବାଦ୍ୟ ସମ୍ପର୍କରେ  ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ପରେ ନୃତ୍ୟ ପରିବେଷଣ କରାଯାଉଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ୟୁ ଟ୍ୟୁବ,ଫେସ୍‌ବୁକ ଓ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଦେଶ – ବିଦେଶର ଲୋକ ଘରେ ବସି ଏହାର ମଜା ନେଉଛନ୍ତି । କେନ୍ଦ୍ର ସଂସ୍କୃତି ବିଭାଗ ଓ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ଅଂଶ ଗ୍ରହଣ କରିଥିବା କଳାକାରମାନଙ୍କୁ ସହାୟତା ପ୍ରଦାନ କରାଯାଉଛି । ଫଳରେ ଦୁର୍ଦ୍ଦିନରେ ରହୁଥିବା କଳାକାରମାନେ ଆଶ୍ବସ୍ତି ଲାଭ କରିବା ସହିତ ନିଜ ନୃତ୍ୟକୃତି ପ୍ରଦର୍ଶନ । କରୁଛନ୍ତି । ଓଡ଼ିଶା ତଥା ମୟୂରଭଞ୍ଜ କଳା – ସଂସ୍କୃତିକୁ ବଞ୍ଚାଇ ରଖୁବାକୁ ଚେଷ୍ଟା କରିବୁ ବୋଲି ଦକ୍ଷିଣ ସାହି ଛଉନୃତ୍ୟ ପ୍ରତିଷ୍ଠାନର । କଳାକାର ସନା ଧଡ଼ା, ଦୀପୁ ଧଡ଼ା, କୁଶ ଘଡେଇ ପ୍ରମୁଖ କହିଛନ୍ତି । ପ୍ରୋଜେକ୍ଟ ଛାଉଣୀର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ଶୁଭଶ୍ରୀ ମୁଖାର୍ଜୀ କୁହନ୍ତି, ପ୍ରୋଜେକ୍ଟଛାଉଣୀ ‘ ମାଧ୍ୟମରେ ଜିଲାର କୋଣ ଅନୁକୋଣରେ । ରହୁଥିବା ଛଉ କଳାକାରମାନଙ୍କୁ ଚିହ୍ନଟ କରାଯାଉଛି । ନିଜର ନୃତ୍ୟ କଳା ପ୍ରଦର୍ଶନ କରି ଦେଶ ବିଦେଶରେ ଓଡ଼ିଶାକୁ  ଗୌରବାନ୍ବିତ କରୁଥିବା କଳାକାରମାନଙ୍କୁ ଭଆଲ ନୃତ୍ୟ ମାଧ୍ୟମରେ – ସହାୟତା ପ୍ରଦାନ କରାଯାଇପାରୁଛି।

Related Posts

About The Author

Add Comment