ଦୁର୍ଘଟଣାରେ ଯୁବକ ମୁତ୍ୟୁ

Spread the love
ବୈପାରିଗୁଡା,୭/୩ (ସନ୍ଧାନ ନିୟୁଜ)  ବୈପାରିଗୁଡା ଜୟପୁର ରାସ୍ତାର ଚନ୍ଦ୍ରପଡା ଠାରେ ଜଣେ ଯୁବକ ଦୁର୍ଘଟଣା ଗ୍ରସ୍ତ ହୋଇ ମୁତ୍ୟୁ ବରଣ କରିଥିବାର ଜଣାପଡିଛି । ଖବର ନେବାରୁ ଜଣାପଡିଛି ବୈପାରିଗୁଡା ଥାନା ଅନ୍ତର୍ଗତ ଅଁଲାଭଟା ର ପୁରୁଣାଗୁଡା ଗ୍ରାମର ବୁଦ୍ରା ମାଝୀ ବୋଲି ଜଣାପଡିଛି । ତେବେ ବୁଦ୍ରା ମାଝୀ ହିରୋହଣ୍ଡା ଗାଡି ନଂ OR 10 G 8461 ଯୋଗେ ବୈପାରିଗୁଡା ଠାରୁ ଜୟପୁର ପଟେ ଯାଉଥିବାର ବେଳେ ଚନ୍ଦ୍ରପଡା ଗ୍ରାମ ପାଖରେ ତାଙ୍କ ବାଇକ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ବୈପାରିଗୁଡା ଅଞ୍ଚଳର କିଛି ଯୁବକ ଘଟଣା ସ୍ଥଳକୁ ଯାଇ ବୈପାରିଗୁଡା ଗୋଷ୍ଠୀ ସ୍ବସ୍ଥ୍ୟାକେନ୍ଦ୍ର କୁ ପଠାଇଥିଲେ । ତେବେ ସେଏ ନିଜେ ଗାଡିରୁ ପଡିଲେ କି ନା କୌଣସି ଗାଡି ତାଙ୍କୁ ମାଡ କରି ଚାଲିଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ରାସ୍ତା କଡରେ ବାଇକ ଓ ଯୁବକ ପଡିଥିବାର ଦେଖି ବୈପାରିଗୁଡା ପୋଲିସକୁ ସୂଚନା ଦେଇଥିବାର ପୋଲିସ ପକ୍ଷରୁ ଜଣାପଡିଛି । ବୈପାରିଗୁଡା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ କିପରି ଭାବେ ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଚାଲିଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି । ଗାଡି ନମ୍ବର OR 10 G 8461 ନାରାୟଣ ମାଝୀ ଙ୍କ ନାଁ ରେ ରହିଥିବାର ବେଳେ ବୁଦ୍ରା ମାଝୀ କୁଆଡେ ଯାଉଥିଲେ ତାହାର ଅଧିକ ତଦନ୍ତ ଚାଲିଛି ବୋଲି ବୈପାରିଗୁଡା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
ରିପୋର୍ଟ –  ସରୋଜ କୁମାର ଲେଙ୍କା । ବୈପାରିଗୁଡା ।

Related Posts

About The Author

Add Comment