ଦୁର୍ଘଟଣାରେ ବିଦୁ୍ୟତ୍ କର୍ମଚାରୀ ମୃତ

Spread the love

ଧର୍ମଶାଳା, ୦୭/୦୬ (ସନ୍ଧାନ ନିଉଜ) ଧର୍ମଶାଳା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନେଉଳପୁର ବି୍ରଜ୍ ନିକଟରେ ଆଜି ଦୁର୍ଘଟଣା ଘଟି ଜଣେ ବିଦୁ୍ୟତ କର୍ମଚାରୀଙ୍କ ଜୀବନ ଯାଇଥିବା ଜଣାଯାଇଛି । ସୂଚନା ମୁତାବକ ଭୂବନେଶର ନୟାପଲ୍ଲୀ ଅଂଚଳର ଦୁର୍ଗାପ୍ରସାଦ ରଥ (୨୫) ଆଜି ନିଜ ବାଇକ ନମ୍ବର ଓଡି୦୯ଢଏ-୬୫୪୩ରେ ନିଜର କର୍ମସ୍ଥଳୀ ଜାରକାକୁ ଆସୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ନେଉଳପୁର ନିକଟରେ ପଛରୁ ଧକ୍କା ଦେଇ ପଳାଇଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁର୍ଗପ୍ରସାଦଙ୍କର ମୃତୁ୍ୟ ଘଟିଥିଲା । ଖବର ପାଇ ଧର୍ମଶାଳା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛି ।

Related Posts

About The Author

Add Comment