ଦୁର୍ଘଟଣାରେ ଚିକିତ୍ସାଧୀନ ଯୁବକ ଆଖି ବୁଜିଲା

Spread the love

ଖୁଣ୍ଟା,୦୫.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା:)-ଖୁଣ୍ଟା ବଜାର ନିକଟରେ ରବିବାର ଦୁର୍ଘଟଣାରେ ଆହତ ହୋଇ ବାରିପଦାରେ ଚିକିତ୍ସାଧୀନ ଥିବା ଜନୈକ ଯୁବକର ମୃତ୍ୟୁ ହୋଇଥିବା ବେଳେ ସୋମବାର ମୃତ ଯୁବକ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିଛି । ମୃତ ଯୁବକ ହେଲେ ଉଦଳା ଥାନା ଅଧୀନ ଆଦିପୁର ଗ୍ରାମର ପିଥ ହେମ୍ରମଙ୍କ ପୁଅ ସିଂ ରାୟ(୨୨) । ଘଟଣାରୁ ପ୍ରକାଶଯେ ସଂରାୟ ଓ ତାଙ୍କ ଗ୍ରାମର ଅନ୍ୟ ଜଣେ ଯୁବକ ରାଜେଶ ହେମ୍ରମ(୨୫) ଖୁଣ୍ଟାରୁ ଏକ ଗ୍ରାମର ବାଇକରେ ରବିବାର ଦିନ ବାଲେଶ୍ୱର ଅଭିମୁଖେ ଯାଉଥିଲେ । ଅପରାହ୍ନ ଚାରିଟା ବେଳେ ସୁରୁକୁନା ଛୁରୁଣି ଛକରେ ସେମାନଙ୍କୁ ପଛରୁ ଏକ ହାଇୱା ଧକା ଦେଇ ଘଟଣା ସ୍ଥଳରୁ ଫେରାର ହେବା ସହିତ କୁଶଳଦା ଦିଗରେ ଚାଲିଯାଇଥିବା ରାସ୍ତାରେ ଯାଉଥିବା ଲୋକେ ଦେଖଲେ। ରବିବାର ଖୁଣ୍ଟା ସାପ୍ତାହିକ ହାଟ ଥିବାରୁ ରାସ୍ତାରେ ଲୋକଙ୍କ ଚଳପ୍ରଚଳ ଥିଲା । ଲୋକଙ୍କ ସହାୟତାରେ ଦୁଇ ଆହତଙ୍କୁ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଉକ୍ତ ଚିକିତ୍ସା ପାଇଁ ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତର କରା ଯାଇଥିଲା । ତେବେ ରବିବାର ରାତିରେ ସିଂରାୟଙ୍କ ମୃତ୍ୟୁ ହୋଇଯାଇଥିଲା । ପୂଳିସ ବାଇକକୁ ଜବତ କରିଥିବା ବେଳେ ଫେରାର ହାଇବାର ସୁରାକ ପାଇନି । ଅପରପକ୍ଷେ ଖୁଣ୍ଟା ଥାନା ଓ କୁଶଳଦା ଫାଣ୍ଡିକୁ ଲୋକେ ସଙ୍ଗେସଙ୍ଗେ ସୂଚନା ଦେଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଫେରାର ହାଇ ଅଦୃଶ୍ୟ ହୋଇଗଲା ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

Related Posts

About The Author

Add Comment