ବାଲେଶ୍ଵର, ୦୬/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ବାଲେଶ୍ଵର ର ସୋର ଓ ଢେଙ୍କାନାଳ ପରଜଙ୍ଗ ଅଞ୍ଚଳରେ ଆଜି ଦୁଇଟି ଦୁର୍ଘଟଣା ଘଟି ୬ ଜଣ ପ୍ରାଣ ହରାଇଛନ୍ତି। ଉଭୟ ଘଟଣାରେ କାର୍ ସହିତ ଟ୍ରର ଧକ୍କା ହୋଇଥିବା ଜଣାପଡ଼ିଛି। ସେହିଭଳି, ବୌଦ୍ଧ ଜିଲ୍ଲା ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋପାଳମାଳ ଛକ ନିକଟରେ ଆଜି ଅପରାହ୍ନରେ ଏକ ବଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ ଦମ୍ପତିଙ୍କ ମୃତ୍ୟୁ ହୋଇଥିବାବେଳେ ପୁଆ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।
ବାଲେଶ୍ଵର ଜିଲ୍ଲା ସୋର ୟୁଏନ୍ କଲେଜ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍କୁ ଏକ ସ୍କର୍ପିଓ ପଛପଟୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଜଣେ ଗୁରୁତର ଆହତ ହୋଇଛନ୍ତି । ଏକ ଢ଼ାବା ନିକଟରେ ଟ୍ରକ୍ଟି ଠିଆ ହୋଇଥିବାବେଳେ ପଶ୍ଚିମବଙ୍ଗରୁ ରୋଗୀ ନେଇ କଟକ ବଡ଼ ଡାକ୍ତରଖାନା ଯାଉଥିବା ସ୍କପିଓଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ୨ ଜଣ ହେଲେ ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳର ସେକ୍ ମୁର ଓ ସେ ଜମାଲ ।
ଅନୁଗୁଳର ନାଲ୍କୋରୁ ୪ଜଣ ସାଙ୍ଗ କଲ୍ୟାଣ ସୋରେନ୍ (୨୯), ବେଗାନ ହେମ୍ବମ୍ (୨୭), ବିନୟ କୁଜୁର (୨୭), ଚାମ୍ପିଆ ହେମ୍ବ୍ରମ ଗତକାଲି ରାତିରେ ପାଳଲହଡ଼ାରେ ରହୁଥିବା ଅନ୍ୟ ଜଣେ ସାଥୀ ଦୀପକ ତିରିଆଙ୍କ ଘରକୁ ଯାଇଥିଲେ। ସେଠାରେ ରାତିରେ ସେମାନେ ଭୋଜି କରିଥିଲେ । ଆଜି ଭୋରରୁ ଏକ ଜାଇଲେ କାର୍ (ଓଡି ୦୨ଏସି ୨୩୧୧)ରେ ଚାରିବନ୍ଧୁ ଦଦରାଘାଟି ରାସ୍ତା ଦେଇ ନାଲକୋନଗର ଘରକୁ ଫେରୁଥିଲେ । ଘାଗରାମୁଣ୍ଡା ଛକ ନିକଟରେ ଏକ ଟ୍ରକ୍ (ଓଡ଼ି-୧୬ସି ୫୫୭୬) ସହ କାର ଧକ୍କା ହୋଇଥିଲା। କାର୍ ର ବସିଥିବା କଲ୍ୟାଣ ଓ ବେଗାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁଇ ଯୁବକ କଲ୍ୟାଣ ଓ ହେମ୍ବ୍ରମୁଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବିନୟ ଗୁରୁତର ଆହତ । ହୋଇଥିବାବେଳେ ଚାମ୍ପିଆ ହେମ୍ବ୍ରମ ଅଳ୍ପକେ ରକ୍ଷା ପାଇଯାଇଥିଲେ ।
ସେହିଭଳିଳ ପଲସାଗୋରାର । ସୂର୍ଯ୍ୟ ଦାସ (୫୫), ତାଙ୍କ ପତ୍ନୀ ଶୋଭାଗିନୀ ଦାସ (୫୦), ପୁଅ ରାଜେନ୍ଦ୍ର ଦାସ (୨୪) ସୋମବାର ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ବଲେରୋ (ଓଡି୦୮ଏ-୧୪୫୬)ରେ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଗାଁକୁ ଯାଇଥିଲେ । ସେଠାରୁ ଅପରାହ୍ନ ୫ଟାରେ ଘରକୁ ଫେରୁଥିବା ସମୟରେ ରାସ୍ତାରେ ବର୍ଷା ହେବାରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ତାଳଗଛକୁ ଖବ୍ ଜୋରରେ ଧକ୍କା ଦେଇଥିଲା । ସଂପୃକ୍ତ ତିନ ବାପା, ମା ଓ ପୁଅ ଏବଂ ଡ୍ରାଇଭର ପିପିଲିପାଲି ଗାଁର ଶଙ୍କର ମହାକୁଡ଼ (୪୦)ଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ସୂର୍ଯ୍ୟ ଦାସ ଓ ତାଙ୍କ ପତ୍ନୀଙ୍କୁ ଡାକ୍ତର | ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମନମୁଣ୍ଡା ପୋଲିସ । ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ସମସ୍ତ ଚାଳକ ଘଟଣାର ତଦନ୍ତ କରୁଛନ୍ତି ।
ଦୁର୍ଘଟଣାରେ ଚାଲିଗଲା ୮ ଜୀବନ
|
August 6, 2020 |